ETV Bharat / international

କମଲା ହାରିସ୍‌ ଏବଂ ବିଡେନଙ୍କୁ ସମର୍ଥନ କରିବାକୁ ଓବାମାଙ୍କ ଅପିଲ୍‌ - ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ ଏବଂ ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରସିସ୍‌ଙ୍କୁ ସମର୍ଥନ କରିଛନ୍ତି ।

କମଲା ହାରିସ୍‌ ଏବଂ ବିଡେନଙ୍କୁ ସମର୍ଥନ କରିବାକୁ ଓବାମାଙ୍କ ଅପିଲ୍‌

author img

By

Published : Aug 20, 2020, 4:36 PM IST

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ରୋଚକ ହେବାରେ ଲାଗିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନେତୃତ୍ବକୁ ନେଇ ଚେତାବନୀ ଦେଇଛନ୍ତି ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା । ଏଥିସହ ସେ ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ ଏବଂ ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍ଙ୍କୁ ସମର୍ଥନ କରିଛନ୍ତି ।

ଓବାମା ଚେତାବନୀ ଦେଇ କହିଛନ୍ତି, 'ଦେଶର ଗଣତନ୍ତ୍ର ବିପଦରେ ଅଛି । କାରଣ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ପଦ ପାଇଁ ଉପଯୁକ୍ତ ନୁହନ୍ତି । ତେଣୁ ପୂର୍ବତନ ଉପରାଷ୍ଟ୍ରପତି ଜୋ ବିଡେନଙ୍କୁ ଡେମୋକ୍ରାଟିକ୍ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଗ୍ରହଣ କରିବାକୁ ଭୋଟରଙ୍କୁ ଅନୁରୋଧ କରୁଛି । ଆପଣମାନେ ମୋତେ ଜଣେ ଭଲ ରାଷ୍ଟ୍ରପତି କରାଇଲେ । ଆମେରିକାକୁ ଏକ ଉନ୍ନତ ଦେଶ କରିବାରେ ସାହାଯ୍ୟ କରିବାକୁ କମଲା ଏବଂ ବିଡେନଙ୍କ ଦକ୍ଷତା ଉପରେ ବିଶ୍ବାସ କରିବାକୁ ଅନୁରୋଧ କରୁଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ନିର୍ବାଚନରେ ​​ଏବଂ ତା’ପରେ ଆପଣଙ୍କୁ ନିଜ ଉପରେ ବିଶ୍ବାସ କରିବାକୁ ଏବଂ ସେମାନଙ୍କୁ ସାହାଯ୍ୟ କରିବାକୁ କହୁଛି । ଆମ ଗଣତନ୍ତ୍ର ବର୍ତ୍ତମାନ ବିପଦରେ ଅଛି । ମୁଁ ତୁମ ଦକ୍ଷତା ଉପରେ ବିଶ୍ବାସ କରିବାକୁ କହୁଛି, ଯାହା ନାଗରିକ ଭାବରେ ଆପଣମାନଙ୍କ ଦାୟିତ୍ବ ଅଟେ। ଆମ ଗଣତନ୍ତ୍ରର ମୌଳିକ ନୀତିଗୁଡିକ ଜାରି ରଖିବାକୁ ସୁନିଶ୍ଚିତ କରିବା ଆପଣଙ୍କ ଦାୟୀତ୍ବ ।'

ଟ୍ରମ୍ପଙ୍କୁ ଟାର୍ଗେଟ କରି ଓବାମା କହିଛନ୍ତି, ମୁଁ ଆଶା କରିଥିଲି ଡୋନାଲ୍ଡ ଟ୍ରମ୍ପ ଗମ୍ଭୀର ଭାବରେ କାମ କରିବାକୁ କିଛି ଆଗ୍ରହ ଦେଖାଇପାରନ୍ତି । ସେ ରାଷ୍ଟ୍ରପତି ଭାବରେ ନିଜର ଦାୟିତ୍ବ ଅନୁଭବ କରିପାରନ୍ତି । କିନ୍ତୁ ସେ ଏଭଳି କରିନାହାଁନ୍ତି । ସେ କାର୍ଯ୍ୟରେ କୌଣସି ଆଗ୍ରହ ଦେଖାଇ ନଥିଲେ କିମ୍ବା କାହାକୁ ସାହାଯ୍ୟ କରିବା ପାଇଁ ତାଙ୍କ କାର୍ଯ୍ୟାଳୟର ଶକ୍ତି ବ୍ୟବହାର କରିବାକୁ ଆଗ୍ରହ ଦେଖାଇ ନଥିଲେ ବୋଲି ଓବାମା କହିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.