ETV Bharat / international

କାର୍ଯ୍ୟକ୍ଷେତ୍ରରେ ନିଷ୍କ୍ରିୟତା ଟ୍ବିଟ ପଡିଲା ମହଙ୍ଗା, ଚାକିରୀ ହରାଇଲେ କର୍ମକର୍ତ୍ତା

author img

By

Published : Jun 14, 2020, 1:20 AM IST

ଫେସବୁକରେ ଇଞ୍ଜିନିୟର ଭାବେ କାର୍ଯ୍ୟରତ ବ୍ରାଣ୍ଡନ ଡେଲ ନିଜ ସହକର୍ମୀଙ୍କୁ ଫେସବୁକ ଦ୍ବାରା ପରିଚାଳିତ ଏକ ଓପନ ସୋର୍ସ ୱେବପେଜରେ ପ୍ରଚଳିତ ଆନ୍ଦୋଳନକୁ ସମର୍ଥନ କରୁଥିବା ଲେଖିବାକୁ କହିଥିଲେ । ହେଲେ ସହକର୍ମୀ ଜଣଙ୍କ ଏହା ନକରିବାରୁ ବ୍ରାଣ୍ଡନ ଏନେଇ ଟ୍ବିଟରରେ ନିଜ ମତବ୍ୟକ୍ତ କରିଥିଲେ ।

facebook's inaction on anti-racism protest, mark zukerberg's silence on black lives matter, facebook latest news, ବର୍ଣ୍ଣ ବୈଷମ୍ୟ ବିରୋଧୀ ଆନ୍ଦୋଳନରେ ଫେସବୁକର ନିଷ୍କ୍ରିୟତା, ବ୍ଲାକ ଲାଇଭ୍ସ ମ୍ୟାଟରରେ ମାର୍କ ଜ୍ୟୁକରବର୍ଗଙ୍କ ନିରବତା, ଫେସବୁକ ଲାଟେଷ୍ଟ ନ୍ୟୁଜ୍‌
କାର୍ଯ୍ୟକ୍ଷେତ୍ରରେ ନିଷ୍କ୍ରିୟତା ଟ୍ବିଟ ପଡିଲା ମହଙ୍ଗା, ଚାକିରୀ ହରାଇଲେ କର୍ମକର୍ତ୍ତା

ସାନ ଫ୍ରାନ୍ସିସ୍କୋ: ବର୍ତ୍ତମାନ ସମୟରେ ପ୍ରଚଳିତ ବର୍ଣ୍ଣ ବୈଷମ୍ୟ ବିରୋଧୀ ବିକ୍ଷୋଭରେ ନିଜ ସହକର୍ମୀଙ୍କ ଅସହଯୋଗ ନେଇ ଜଣେ ଫେସବୁକ କର୍ମଚାରୀ ଟ୍ବିଟରରେ ନିଜ ଭାବନା ପ୍ରକାଶ କରିଥିଲେ । କମ୍ପାନୀ ମଧ୍ୟରେ କେତେକ କର୍ମଚାରୀ ଏହି ଆନ୍ଦୋଳନକୁ ସମର୍ଥନ ଜଣାଉଥିବା ବେଳେ ଜନୈକ କର୍ମଚାରୀ ନିଜ ସହକର୍ମୀଙ୍କ ଅସହଯୋଗକୁ ନେଇ ଟ୍ବିଟ ଯୋଗେ ନିଜ ଭାବନା ପ୍ରକାଶ କରିଥିଲେ । ପରିଣାମ ସ୍ବରୂପ ସମ୍ପୃକ୍ତ କର୍ମଚାରୀଙ୍କୁ ନିଜ ଚାକିରୀରୁ ହାତ ଧୋଇବାକୁ ପଡିଛି ।

ସୂଚନା ଅନୁଯାୟୀ ଫେସବୁକରେ ଇଞ୍ଜିନିୟର ଭାବେ କାର୍ଯ୍ୟରତ ବ୍ରାଣ୍ଡନ ଡେଲ ନିଜ ସହକର୍ମୀଙ୍କୁ ଫେସବୁକ ଦ୍ବାରା ପରିଚାଳିତ ଏକ ଓପନ ସୋର୍ସ ୱେବପେଜରେ ପ୍ରଚଳିତ ଆନ୍ଦୋଳନକୁ ସମର୍ଥନ କରୁଥିବା ଲେଖିବାକୁ କହିଥିଲେ । ହେଲେ ସହକର୍ମୀ ଜଣଙ୍କ ଏହା ନକରିବାରୁ ବ୍ରାଣ୍ଡନ ଏନେଇ ଟ୍ବିଟରରେ ନିଜ ମତବ୍ୟକ୍ତ କରିଥିଲେ । ଟ୍ବିଟରେ ବ୍ରାଣ୍ଡନ ନିଜ ସହକର୍ମୀଙ୍କ ନାମ ଲେଖିବା ସହ କହିଥିଲେ କି ଜାଣିଶୁଣି ଚୁପ ରହିବା ରାଜନୀତିର ଚିହ୍ନ । ଏନେଇ ତାଙ୍କୁ ଚାକିରୀରୁ ବାହାର କରାଯାଇଥିବା ମଧ୍ୟ ବ୍ରାଣ୍ଡନ ଟ୍ବିଟରରେ କହିଥିଲେ ।

ତେବେ ଏହି ଖବରର ସତ୍ୟତା ପ୍ରକାଶ କରିବାକୁ ଯାଇ ଫେସବୁକ ସମ୍ପୃକ୍ତ ଘଟଣା ସତ ବୋଲି ପ୍ରକାଶ କରିଛି । ହେଲେ ଏହା ପଛରେ ପ୍ରକୃତ କାରଣ କହିବାକୁ ସିଧାସଳଖ ମନା କରିଛି କମ୍ପାନୀ । ସେପଟେ ପ୍ରଚଳିତ ଆନ୍ଦୋଳନରେ ଜ୍ୟୁକରବର୍ଗଙ୍କ ନିଷ୍କ୍ରିୟତାକୁ ନେଇ ମଧ୍ୟ ଅନେକ କର୍ମଚାରୀ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଜଣା ପଡିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.