ନ୍ୟୁୟର୍କ: କୋରୋନା ସଂକ୍ରମଣ କେଉଁଠି ସବୁ ରେକର୍ଡ ଭାଙ୍ଗୁଛି ତ କେଉଁଠି ପୁଣି କୋରୋନାମୁକ୍ତ ଭାବେ ଘୋଷଣା ହେଉଛି ରାଷ୍ଟ୍ର । ଏମିତିରେ କୋରୋନାର କୌଣସି ନିର୍ଦ୍ଦିଷ୍ଟ ପ୍ରବୃତ୍ତି ନଥିବାରୁ ଏହାଠାରୁ ରକ୍ଷା ପାଇଁ ଡାକ୍ତର ଓ ଗବେଷକମାନେ ବାରମ୍ବାର ମାସ୍କ ବ୍ୟବହାରକୁ ଗୁରୁତ୍ବାରୋପ କରୁଛନ୍ତି । ଏଠାରେ ବୁଝିବାର ବିଷୟ ହେଉଛି କି ମାସ୍କର ବ୍ୟବାହରକୁ ନେଇ ଏତେ ଅଧିକ ଗୁରୁତ୍ବରୋପ କରିବା ପଛରେ ପ୍ରକୃତ କାରଣ କ’ଣ ।
ଏକ ଆମେରିକୀୟ ଗବେଷକ ଦଳ ଏହି ବିଷୟରେ ସବିଶେଷ ତଥ୍ୟ ଦେଇ କହିଛନ୍ତି କି ମାସ୍କର ବ୍ୟବହାର ଦ୍ବାରା ଇଟାଲୀ ଓ ନ୍ୟୁୟର୍କରେ ଫଳାଫଳ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି । ଏପ୍ରିଲ 6ରୁ ମେ’9 ମଧ୍ୟରେ ମାସ୍କ ବ୍ୟବହାର ଯୋଗୁଁ ଇଟାଲୀରେ 78,000 ସଂକ୍ରମଣ ରୋକା ଯାଇପାରିଥିବା ବେଳେ ନ୍ୟୁୟର୍କରେ 66,000ରୁ ଊର୍ଦ୍ଧ୍ବ ସଂକ୍ରମଣକୁ ରୋକା ଯାଇପାରିଛି । ଗବେଷକମାନେ ଏହା ମଧ୍ୟ କହିଛନ୍ତି କି କୋରୋନା ଭୂତାଣୁ ମୁଖ୍ୟତଃ ଶ୍ବାସକ୍ରିୟା ଦ୍ବାରା ସଂକ୍ରମିତ ହେଉଥିବାରୁ ଏହାକୁ ରୋକିବାକୁ ହେଲେ ମାସ୍କର ବ୍ୟବହାର ଅତି ଜରୁରୀ ।
ମାସ୍କର ଅଭାବ ଦୂର କରିବା ପାଇଁ ବର୍ତ୍ତମାନ ବଜାରର ବିଭିନ୍ନ ପ୍ରକାରର ଓ ସୁଲଭ ମୂଲ୍ୟରେ ମାସ୍କ ଉପଲବ୍ଧ । ଏହାଛଡା ଔଷଧ ଦୋକାନରେ ମଧ୍ୟ ଏହା ପ୍ରଚୁର ମାତ୍ରାରେ ଉପଲବ୍ଧ । ସମସ୍ତ ରାଷ୍ଟ୍ର ଏହାର ବ୍ୟବହାର ବାଧ୍ୟତାମୂଳକ କରିଥିବା ବେଳେ ଏହି ଛୋଟ ଅଭ୍ୟାସ ବାସ୍ତବରେ ଅନେକଙ୍କୁ ସଂକ୍ରମଣରୁ ରୋକି ପାରିଥିବା ଗବେଷକମାନେ ଦାବି କରିଛନ୍ତି । ତେବେ କେବଳ ମାସ୍କ ନୁହେଁ, ପର୍ଯ୍ୟାପ୍ତ ସାନିଟାଇଜେସନ ଓ ସାମାଜିକ ଦୂରତା ମଧ୍ୟ ସମାନ ଭାବେ ଗୁରୁତ୍ବପୂର୍ଣ୍ଣ ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି ।
@IANS