ETV Bharat / international

ସର୍ଜିକାଲ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ: ଡୋନାଲ଼୍ଡ ଟ୍ରମ୍ପ - କୋରୋନା ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ

ସାରା ବିଶ୍ବରେ କୋରୋନା ମୁକାବିଲା ପାଇଁ ମାସ୍କ ଓ ସାନିଟାଇଜରର ବ୍ୟବହାର ବଢି ଚାଲିଥିବା ବେଳେ ଏନେଇ ଏକ ଆଶ୍ଚର୍ଯ୍ୟକର ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଅଧିକ ପଢନ୍ତୁ...

donald trump on corona, coronavirus news, surgical mask is not compulsory, donald trump, ସର୍ଜିକାଲ ମାସ୍କ ବ୍ୟବହାର ବାଧ୍ୟତାମୂଳକ ନୁହେଁ, ଡୋନାଲ୍ଡ ଟ୍ରମ୍ପ, କୋରୋନା ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ, କୋରୋନା ଭାଇରସ ନ୍ୟୁଜ୍‌
ସର୍ଜିକାଲ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ: ଡୋନାଲ଼୍ଡ ଟ୍ରମ୍ପ
author img

By

Published : Apr 4, 2020, 11:41 PM IST

ୱାସିଂଟନ: ସାରା ବିଶ୍ବରେ କୋରୋନା ମୁକାବିଲା ପାଇଁ ମାସ୍କ ଓ ସାନିଟାଇଜରର ବ୍ୟବହାର ବଢିଚାଲିଥିବା ବେଳେ ଏନେଇ ଏକ ଆଶ୍ଚର୍ଯ୍ୟକର ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ହ୍ବାଇଟ ହାଉସରେ ଦୈନିକ ଦେଉଥିବା ବିବରଣୀରେ ଶୁକ୍ରବାର ଟ୍ରମ୍ପ ଏହି ବୟାନ ଦେଇଛନ୍ତି । ସେ କହିଛନ୍ତି କି ଆମେରିକାବାସୀଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟକାମୂଳକ ନୁହେଁ ।

ଆମେରିକାର ସିଡିସି ବା ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେଣ୍ଟସ କୋରୋନା ପାଇଁ ଲୋକଙ୍କୁ ମାସ୍କ ବ୍ୟବହାର ବାଧ୍ୟତାମୂଳକ କହିଛି । ହେଲେ ଏହି ବୟାନର ସମ୍ପୂର୍ଣ୍ଣ ଓଲଟା ବୟାନ ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି କି ସମସ୍ତ ନାଗରକିଙ୍କୁ ମାସ୍କ ବ୍ୟବହାର ବାଧ୍ୟତାମୂଳକ ନୁହେଁ । ବର୍ତ୍ତମାନ ପରିସ୍ଥିତିରେ ମାସ୍କ ଡାକ୍ତରମାନଙ୍କ ପାଇଁ ଅଧିକ ଜରୁରୀ ।

ତେଣୁ ନାଗରିକମାନେ ନିଜ ଇଚ୍ଛା ହେଲେ ମାସ୍କ ବ୍ୟବହାର କରିପାରିବେ । ସେ ବୟାନ ଦେଇ କହିଛନ୍ତି କି ‘ତୁମେ ଏହା କରିପାର, ତୁମେ ଏହା ନ ବି କରିପାର । କିନ୍ତୁ ମୁଁ କହିବି କି ତୁମେ ଏହା କରନାହିଁ ।’ ମାସ୍କ ବ୍ୟବହାର ବ୍ୟତୀତ ଲୋକଙ୍କୁ ସାମାଜିକ ଦୂରତ୍ବ ବଜାୟ ରଖିବା ପାଇଁ ସେ ଅପିଲ କରିଛନ୍ତି ଟ୍ରମ୍ପ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.