ETV Bharat / international

ପରାଜୟ ସ୍ବୀକାର କଲେ ଟ୍ରମ୍ପ, ଭୋଟ ଜାଲିଆତି ଅଭିଯୋଗରେ ଏବେ ବି ଅଟଳ

author img

By

Published : Nov 16, 2020, 3:31 AM IST

ଡେମୋକ୍ରାଟ ନେତା ଜୋ ବିଡେନଙ୍କ ବିଜୟକୁ ସହଜରେ ଗ୍ରହଣ କରିପାରୁନଥିବା ଡୋନାଲ୍ଡ ଟ୍ରମ୍ପ ଶେଷରେ ନିଜ ପରାଜୟକୁ ସ୍ବୀକାର କରିଛନ୍ତି । ହେଲେ ଅଭିଯୋଗ ସହ ସାମ୍ନାକୁ ଆସିଛି ତାଙ୍କ ସ୍ବୀକାରୋକ୍ତି । ଅଧିକ ପଢନ୍ତୁ...

ପରାଜୟ ସ୍ବୀକାର କଲେ ଟ୍ରମ୍ପ, ଭୋଟ ଜାଲିଆତି ଅଭିଯୋଗରେ ଏବେ ବି ଅଟଳ
ପରାଜୟ ସ୍ବୀକାର କଲେ ଟ୍ରମ୍ପ, ଭୋଟ ଜାଲିଆତି ଅଭିଯୋଗରେ ଏବେ ବି ଅଟଳ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟ ନେତା ଜୋ ବିଡେନଙ୍କ ବିଜୟକୁ ସହଜରେ ଗ୍ରହଣ କରିପାରୁନଥିବା ଡୋନାଲ୍ଡ ଟ୍ରମ୍ପ ଶେଷରେ ନିଜ ପରାଜୟକୁ ସ୍ବୀକାର କରିଛନ୍ତି । ହେଲେ ଅଭିଯୋଗ ସହ ସାମ୍ନାକୁ ଆସିଛି ତାଙ୍କ ସ୍ବୀକାରୋକ୍ତି । ଟ୍ରମ୍ପ ଜୋ ବିଡେନଙ୍କ ବିଜୟକୁ ସ୍ବୀକାର କରିଛନ୍ତି ସତ, ମାତ୍ର ନିର୍ବାଚନରେ ଜାଲିଆତି ହୋଇଥିବା ନେଇ କରିଛନ୍ତି ଅଭିଯୋଗ ।

ରାଷ୍ଟ୍ରପତି ନିର୍ବାଚନ ପରେ ପ୍ରଥମ ଥର ଜନସାଧାରଣଙ୍କ ସାମ୍ନାକୁ ଆସିଥିବା ଟ୍ରମ୍ପ ନିର୍ବାଚନରେ ଜାଲିଆତି ହୋଇଥିବା ଅଭିଯୋଗ କରିଛନ୍ତି । ଟ୍ରମ୍ପ ଟ୍ବିଟ କରି ଲେଖିଛନ୍ତି, ନିର୍ବାଚନରେ ​​ବିଡେନ ଜିତିଥିଲେ କିନ୍ତୁ ନିର୍ବାଚନକୁ ନିୟନ୍ତ୍ରଣ କରାଯାଇଥିଲା । ନିର୍ବାଚନ ସମୟରେ କୌଣସି ପର୍ଯ୍ୟବେକ୍ଷକଙ୍କୁ ସେଠାରେ ଉପସ୍ଥିତ ହେବାକୁ ଅନୁମତି ଦିଆଯାଇନଥିଲା । ନକଲି ମିଡିଆ ଆଖିରେ ଜିତିଥିବା କହିଛନ୍ତି ଟ୍ରମ୍ପ ।

ଟ୍ରମ୍ପ ଏବେ ବି ଆମେରିକା ନିର୍ବାଚନରେ ଜାଲିଆତି ଅଭିଯୋଗ ନେଇ ନିଜ ବୟାନରେ ଅଟଳ ରହିଛନ୍ତି । ନିର୍ବାଚନ ଶେଷ ହେବା ପରେ ମଧ୍ୟ ଲଢେଇ କରିବାକୁ ଏକ ଲମ୍ବା ଯୁଦ୍ଧ ବାକି ଅଛି ବୋଲି ସେ ଟ୍ବିଟରେ ଉଲ୍ଲେଖ କରିଛନ୍ତି । ନିର୍ବାଚନ ଉପରେ ଏକ ଆଇନଗତ ଲଢେଇ କରିବାକୁ ମଧ୍ୟ ସେ କହିଛନ୍ତି ।

ତୃତୀୟ ପ୍ରୟାସରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ଡେମୋକ୍ରାଟ ପ୍ରାର୍ଥୀ ଜୋ ବିଡେନ ବିଜୟ ହାସଲ କରିଛନ୍ତି । ସେ ଏହା ପୂର୍ବରୁ ହ୍ବାଇଟ ହାଉସ ଦଖଲ ପାଇଁ ଦୁଇଥର ପ୍ରତିଦ୍ବନ୍ଦିତା କରିସାରିଛନ୍ତି । ନିର୍ବାଚନରେ କଡା ଟକ୍କର ମଧ୍ୟରେ ଟ୍ରମ୍ପଙ୍କୁ ମାତ ଦେଇ ବିଜୟ ହାସଲ କରିଥିଲେ ବିଡେନ । ତେବେ ସେ ଆମେରିକାର 46 ତମ ରାଷ୍ଟ୍ରପତି ହେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.