ETV Bharat / international

ସମସ୍ତ ରାଷ୍ଟ୍ର ଏକାଠି ହେଲେ ଦୂର ହେବ ଶରଣାର୍ଥୀଙ୍କ ସମସ୍ୟା

author img

By

Published : May 18, 2020, 11:29 PM IST

ବିଭିନ୍ନ ଦେଶରେ କଟକଣା ଲାଗୁ ଯୋଗୁଁ ଶରଣାର୍ଥୀ ଓ ପ୍ରବାସୀ ଶ୍ରମିକ ପ୍ରବେଶ କରିପାରୁନାହାନ୍ତି । ଫଳରେ ସମୁଦ୍ର ମଧ୍ୟରେ ଫସିଥିବା ଏହି ଲୋକଙ୍କ ଦ୍ବାରା କୋରୋନା ବ୍ୟାପିବାର ଅଧିକ ଆଶଙ୍କା ରହିଛି । ଅଧିକ ପଢନ୍ତୁ...

ସମସ୍ତ ରାଷ୍ଟ୍ର ଏକାଠି ହେଲେ ଦୂର ହେବ ଶରଣାର୍ଥୀଙ୍କ ସମସ୍ୟା
ସମସ୍ତ ରାଷ୍ଟ୍ର ଏକାଠି ହେଲେ ଦୂର ହେବ ଶରଣାର୍ଥୀଙ୍କ ସମସ୍ୟା

ନ୍ୟୁୟର୍କ: କୋଭିଡ 19 ମହାମାରୀ ସାରା ବିଶ୍ବରେ ଆର୍ଥିକ ସଙ୍କଟ ଆଣିଛି । ଭବିଷ୍ୟତ ପିଢି ପାଇଁ ଏହା ଅନେକ ବିପଦ ସୃଷ୍ଟି କରିଛି । ପୁରା ବ୍ରହ୍ମାଣ୍ଡକୁ ଏହା କ୍ଷତି ପହଞ୍ଚାଇଛି । ଆଉ ଏହି ମହାମାରୀ ଦ୍ବାରା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଶରଣାର୍ଥୀ ଓ ପ୍ରବାସୀ ଶ୍ରମିକ ।

ମିଳିତ ଜାତିସଂଘର ସୂଚନା ଅନୁସାରେ ପ୍ରବାସୀ ଶ୍ରମିକ, ଶରଣାର୍ଥୀଙ୍କ ଜୀବନଶୈଳୀ ଏହି ମହାମାରୀ ବଦଳାଇଦେବ ବୋଲି ଆଶଙ୍କା ପ୍ରକାଶ ପାଇଛି । ବର୍ତ୍ତମାନ ଅନେକ ଶରଣାର୍ଥୀ ଭୂମଧ୍ୟ ସାଗର, ସବ ସାହାରନ ଆଫ୍ରିକା, ମଧ୍ୟ ପ୍ରାଚ୍ୟ, ଉତ୍ତର ଆଫ୍ରିକା ଏବଂ ଏସିଆ ମହାଦେଶର ବିଭିନ୍ନ ଅଞ୍ଚଳରେ ଫସି ରହିଛନ୍ତି । ବିଭିନ୍ନ ସାଗରେ ଫସିଥିବା ଏହି ଲୋକଙ୍କୁ ଉଦ୍ଧାର କରିବା ସହ ସର୍ଚ୍ଚ ଅପରେସନ କମିଛି ।

ବିଭିନ୍ନ ଦେଶରେ କଟକଣା ଲାଗୁ ଯୋଗୁଁ ଏମାନେ ପ୍ରବେଶ ମଧ୍ୟ କରିପାରୁନାହାନ୍ତି । ଫଳରେ ସମୁଦ୍ର ମଧ୍ୟରେ ଫସିଥିବା ଏହି ଲୋକଙ୍କ ଦ୍ବାରା କୋରୋନା ବ୍ୟାପିବାର ଅଧିକ ଆଶଙ୍କା ରହିଛି । ଏମାନଙ୍କୁ ଖାଦ୍ୟପେୟର ସମସ୍ୟା ସହ ରହିବାର ବନ୍ଦୋବସ୍ତ ମିଳିନାହିଁ । ନିକଟରେ ଏଭଳି ଅନେକ ଲୋକ ସମୁଦ୍ର ମଧ୍ୟରେ ଡଙ୍ଗାରେ ପ୍ରାଣ ହରାଇଥିବାର ନଜର ରହିଛି ।

ତେବେ ଏହି ସମସ୍ୟା ଦୂର ହୋଇପାରିବ ଯଦି ସମସ୍ତ ରାଷ୍ଟ୍ର ଏକାଠି ହେବେ । କାରଣ ଏବେ ପରସ୍ପରର ପଡୋଶୀ ରାଷ୍ଟ୍ରକୁ ସାହାଯ୍ୟ କରିବାର ସମୟ । ଏହି ସମୟରେ ଅନ୍ୟ ଦେଶରୁ ଆସୁଥିବା ଶରଣାର୍ଥୀଙ୍କ ସମସ୍ୟା ବୁଝିବା ସହ ସେମାନଙ୍କ ଖାଇବା ଓ ରହିବାର ବନ୍ଦୋବସ୍ତ କରିବା ଆବଶ୍ୟକ । କୌଣସି ରାଷ୍ଟ୍ର ଅନ୍ୟ ଦେଶ ନାଗରିକଙ୍କୁ ହେୟ ଜ୍ଞାନ ନକରିବାକୁ ମିଳିତ ଜାତିସଂଘ ପରାମର୍ଶ ଦେଇଛି । ଏହି ସମୟରେ ସମସ୍ତ ପ୍ରବାସୀ ଓ ଶରଣାର୍ଥୀଙ୍କୁ ଉତ୍ତମ ବ୍ୟବହାର ଏବଂ ମାନବିକତା ଦେଖାଇବା ଉଚିତ ବୋଲି ଜାତିସଂଘ କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.