ETV Bharat / international

କୋରୋନା ଯୁଦ୍ଧ: ଦ୍ବିତୀୟ ବିଶ୍ବଯୁଦ୍ଧର 99 ବର୍ଷିୟ ବ୍ରାଜିଲୀୟ ଯୋଦ୍ଧା ସୁସ୍ଥ - World War II recovers

ବ୍ରାଜିଲ ପ୍ରତିରକ୍ଷା ମନ୍ତ୍ରଣାଳୟର ସୂତ୍ରରୁ ପ୍ରକାଶ ଯେ, ଦ୍ବିତୀୟ ବିଶ୍ବ ଯୁଦ୍ଧ ସମୟରେ ବ୍ରାଜିଲ ଅଭିଯାନ ଦଳର ସଦସ୍ୟ ଥିବା ଏର୍ନାଣ୍ଡୋ ପିଭେଟ୍ଟା କୋଭିଡ -19 ରେ ସଂକ୍ରମିତ ହୋଇ ସୁସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Apr 15, 2020, 5:51 PM IST

ବ୍ରାସିଲିଆ: ଅଦୃଶ୍ୟ ଶକ୍ତି ସହ ଲଢିବା ଭଳି ସାରା ବିଶ୍ବ ଏବେ ଉପଚାର ବିହୀନ ମହାମାରୀ ବିରୋଧରେ ଲଢେଇ ଜାରି ରଖିଛି । ଲକ୍ଷାଧିକ ଲୋକଙ୍କ ପ୍ରାଣ ନେଇଥିବା ମହାମାରୀ କବଳରୁ ମଧ୍ୟ ଲକ୍ଷାଧିକ ବ୍ୟକ୍ତି ମୁକୁଳିବା ବିଶ୍ବ ପାଇଁ ବିରାଟ ସଫଳତା । ଏପରିସ୍ଥଳେ ଅନେକ ଘଟଣା କୋରୋନା ମହାମାରୀ ବିରୋଧରେ ଲଢେଇରେ ବିଜୟ ସୁନିଶ୍ଚିତ କରେ । ଏପରି ଏକ ଘଟଣା ହେଲା ଦ୍ବିତୀୟ ବିଶ୍ବଯୁଦ୍ଧ ଜଣେ ଯୋଦ୍ଧା 99 ବର୍ଷୀୟ ବ୍ରାଜିଲୀୟ ଭେଟେରାନ, କୋରୋନାଭାଇରସ କବଳରୁ ବିଜୟ ଲାଭ କରିଛନ୍ତି ।

ପ୍ରତିରକ୍ଷା ମନ୍ତ୍ରଣାଳୟର ସୂତ୍ରରୁ ପ୍ରକାଶ ଯେ, ଦ୍ବିତୀୟ ବିଶ୍ବ ଯୁଦ୍ଧ ସମୟରେ ବ୍ରାଜିଲ ଅଭିଯାନ ଦଳର ସଦସ୍ୟ ଥିବା ଏର୍ନାଣ୍ଡୋ ପିଭେଟ୍ଟା କୋଭିଡ -19 ରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା ​​। ପରେ ତାଙ୍କୁ ଏପ୍ରିଲ 6 ରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କୋରୋନ ୱାର୍ଡରେ ସି ଚିକିତ୍ସିତ ହେଇଥିଲେ । ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ମଙ୍ଗଳବାର ତାଙ୍କୁ ଡିସଚାର୍ଜ କରାଯାଇଥିଲା।

ଗତ ବର୍ଷ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ ଅକ୍ଟୋବର 7, 1920 ରେ ଜନ୍ମ ହୋଇଥିବା ଦ୍ବିତୀୟ ବିଶ୍ୱଯୁଦ୍ଧ ହିରୋ ଏର୍ନାଣ୍ଡୋଙ୍କୁ ସେବା ପାଇଁ ଭିକ୍ଟ୍ରି ପଦକ ପ୍ରଦାନ କରିଥିଲେ।

@IANSଇନପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.