ETV Bharat / international

ପୁରୁଷଙ୍କୁ ଅଧିକ କୋରୋନା ଡର !

author img

By

Published : Apr 28, 2020, 12:01 AM IST

ନାନା କୁଅଭ୍ୟାସ ଯୋଗୁଁ ପୁରୁଷମାନେ ଅଧିକ କୋରୋନାର ଶିକାର ହେଉଥିବା ରିପୋର୍ଟରେ ପ୍ରକାଶ ପାଇଛି । ସ୍ମୋକିଂ ଓ ଅଧିକ ମଦ ସେବନ କାରଣରୁ ଶରୀର ଦୁର୍ବଳ ହୋଇ ରୋ.ଗ ପ୍ରତିରୋଧକର କ୍ଷମତା ହ୍ରାସ ପାଇଛି । ଅଧିକ ପଢନ୍ତୁ...

ପୁରୁଷଙ୍କୁ ଅଧିକ କୋରୋନା ଡର !
ପୁରୁଷଙ୍କୁ ଅଧିକ କୋରୋନା ଡର !

ହାଇଦ୍ରାବାଦ: ବିଶ୍ବବ୍ୟାପୀ କୋରୋନା ଭାଇରସର ଆତଙ୍କ । ଚୀନଠାରୁ ଆସିଥିବା ଭୂତାଣୁ ସମଗ୍ର ୟୁରୋପ ଓ ଆମେରିକାକୁ ବ୍ୟାପିଛି । ଭାରତରେ ମଧ୍ୟ ଏହି ଭାଇରସ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଏପର୍ଯ୍ୟନ୍ତ ଦେଶରେ 28 ହଜାରରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇସାରିଲେଣି ।

ତେବେ ଏହା ଭିତରେ ଏକ ଆଶ୍ଚର୍ଯ୍ୟକର ତଥ୍ୟ ସାମନାକୁ ଆସିଛି । ଏକ ଆମେରିକୀୟ ଟିଭି ଚ୍ୟାନେଲର ରିପୋର୍ଟ ଅନୁସାରେ କୋରୋନା ଭାଇରସରେ ଅଧିକ ସଂଖ୍ୟକ ପୁରୁଷଙ୍କ ମୃତ୍ୟୁ ହୋଇଛି । ସମଗ୍ର ବିଶ୍ବରେ ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ମୃତ୍ୟୁହାର ଅଧିକ ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି । ବିଭିନ୍ନ ରାଷ୍ଟ୍ରର ତାଲିକା ଓ ମୃତ୍ୟୁର ହାର, କାରଣ ସବୁକିଛି ଉପରେ ଗବେଷଣା କରି ଏହି ତଥ୍ୟ ବାହାର କରାଯାଇଛି । ଏହା ଏକ ଗବେଷଣାଭିତ୍ତିକ ତଥ୍ୟ । ଏହାର ଫଳାଫଳ ଉପରେ ଭୟଭୀତ ନହେବାକୁ ଚ୍ୟାନେଲ ସମସ୍ତଙ୍କୁ ଅନୁରୋଧ କରିଛି ।

ଏହା ଅନୁସାରେ ନାନା କୁଅଭ୍ୟାସ ଯୋଗୁଁ ପୁରୁଷମାନେ ଅଧିକ କୋରୋନାର ଶିକାର ହେଉଥିବା ରିପୋର୍ଟରେ ପ୍ରକାଶ ପାଇଛି । ସ୍ମୋକିଂ ଓ ଅଧିକ ମଦ ସେବନ କାରଣରୁ ଶରୀର ଦୁର୍ବଳ ହୋଇଯାଉଛି । ରୋଗ ପ୍ରତିରୋଧକ ଶକ୍ତି କମିଯାଉଛି । ଫଳରେ ମହିଳାଙ୍କ ଅପେକ୍ଷା ପୁରୁଷମାନେ ଏହି ଭାଇରସର ଅଧିକ ଶିକାର ହେଉଛନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ଏହାସହ ରିପୋର୍ଟରେ ଇଟାଲୀ ଓ ଦକ୍ଷିଣ କୋରିଆର ମୃତ୍ୟୁହାରକୁ ଉଦାହରଣ ଭାବେ ଦିଆଯାଇଛି । ଇଟାଲୀରେ ଭୂତାଣୁ ଦ୍ବାରା ସଂକ୍ରମିତ ଲୋକଙ୍କ ମଧ୍ୟରେ 60 ପ୍ରତିଶତ ପୁରୁଷ । ଏମାନଙ୍କ ଭିତରୁ 70 ପ୍ରତିଶତ ଲୋକଙ୍କ ମୃତ୍ୟୁ ହୋଇସାରିଛି । ତେବେ ଦକ୍ଷିଣ କୋରିଆରେ 9000ରୁ ଅଧିକ କୋରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଏମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଅଛନ୍ତି । କିନ୍ତୁ ମୃତକଙ୍କ ଭିତରେ 54 ପ୍ରତିଶତ ଲୋକ ପୁରୁଷ ଅଟନ୍ତି ।

ଏହା ଉପରେ ହ୍ବାଇଟ ହାଉସର କୋରୋନା ଭାଇରସ ରେସପନ୍ସ କୋର୍ଡିନେଟର ଡ. ଡେବୋରା ବିର୍କ୍ସ ସୂଚନା ଦେଇଛନ୍ତି ଯେ ଇଟାଲୀରୁ ଏକ ନୂଆ ଟ୍ରେଣ୍ଡ ଆରମ୍ଭ ହୋଇଛି । କୋରୋନା ଜନିତ ମୃତ୍ୟୁହାର ମହିଳାଙ୍କ ଅପେକ୍ଷା ପୁରୁଷଙ୍କଠାରେ ଅଧିକ ଦେଖାଦେଇଛି । ଏହା ଉପରେ ଡାକ୍ତରୀ ଟିମ ନଜର ରଖିଛନ୍ତି ବୋଲି ସେ ମତ ପ୍ରକାଶ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.