ETV Bharat / international

କୋରୋନା ସଙ୍କଟରେ 3.9 କୋଟି ଆମେରିକୀୟ ବେକାର ହୋଇଛନ୍ତି !

author img

By

Published : May 22, 2020, 4:04 PM IST

କୋରୋନା ସଙ୍କଟ ମଧ୍ୟରେ ଗତ 2 ମାସ ମଧ୍ୟରେ 3.9 କୋଟି ଲୋକ ଚାକିରୀ ହରାଇଥିବା ଗତ ଗୁରୁବାର ଆମେରିକା ସରକାର କହିଛନ୍ତି ।

_corona pendamic
କୋରୋନା ସଙ୍କଟରେ 3.9 କୋଟି ଆମେରିକୀୟ ଚାକିରୀ ହରାଇଛନ୍ତି

ୱାଶିଂଟନ: କୋରୋନା ସଙ୍କଟ ମଧ୍ୟରେ ଗତ 2 ମାସ ମଧ୍ୟରେ 3.9 କୋଟି ଲୋକ ଚାକିରୀ ହରାଇଥିବା ଗତ ଗୁରୁବାର ଆମେରିକା ସରକାର କହିଛନ୍ତି । ଗତ ସପ୍ତାହରେ 24 ଲକ୍ଷରୁ ଅଧିକ ଲୋକ ବେକାରୀଙ୍କୁ ମିଳୁଥିବା ସୁବିଧା ପାଇଁ ଆବେଦନ କରିଛନ୍ତି।

ଶ୍ରମ ବିଭାଗର ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା 3.86 କୋଟି ଲୋକ ଚାକିରି ହରାଇଛନ୍ତି। ଏଥିସହ 22 ଲକ୍ଷ ଲୋକ ନୂଆ ସଂଘୀୟ କାର୍ଯ୍ୟକ୍ରମ ଦ୍ବାରା ମିଳୁଥିବା ସହାୟତା ଲୋଡିଛନ୍ତି । ଏହି କାର୍ଯ୍ୟକ୍ରମ ସ୍ବ-ରୋଜଗାର କରୁଥିବା, ଠିକାଦାର ଏବଂ ଅସ୍ଥାୟୀ କର୍ମଚାରୀଙ୍କ ପାଇଁ ଅଟେ । ଯାହା ବର୍ତ୍ତମାନ ପ୍ରଥମ ଥର ପାଇଁ ବେକାରୀ ସୁବିଧା ପାଇବାକୁ ଯୋଗ୍ୟ ଅଟନ୍ତି ।

ଫେଡେରାଲ ରିଜର୍ଭ ଚେୟାରମ୍ୟାନ୍ ଜେରୋମ ପାୱେଲ କହିଥିଲେ ଯେ, ଦେଶରେ ବେରୋଜଗାରୀ ମେ କିମ୍ବା ଜୁନରେ 20 ରୁ 25 ପ୍ରତିଶତକୁ ଯାଇପାରେ। ବେରୋଜଗାରୀର ଏହି ହାର 1930 ଦଶକର ମହାବାତ୍ୟା ପରେ ଦେଖାଯାଇନଥିଲା । ଏପ୍ରିଲରେ ଏହି ବେକାରୀ ହାର 14.7 ପ୍ରତିଶତ ଥିଲା। କଂଗ୍ରେସ ବଜେଟ୍ ଅଫିସ ଅନୁଯାୟୀ, ଏପ୍ରିଲ୍-ଜୁନ୍ ମଧ୍ୟରେ ଅର୍ଥନୀତି 38% ହ୍ରାସ ପାଇବ ବୋଲି ଆଶା କରାଯାଉଛି । ଯାହା ଏପର୍ଯ୍ୟନ୍ତର ସବୁଠାରୁ ବଡ ହ୍ରାସ ବୋଲି କୁହାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.