ETV Bharat / international

କୋରୋନା କହର, ବିଶ୍ବରେ 80 ଲକ୍ଷ ମୁହାଁ ଆକ୍ରାନ୍ତ

କୋରୋନା କବଳରେ ସାରା ବିଶ୍ବ। ହୁ ହୁ ହୋଇ ବଢିଚାଲିଛି ସଂକ୍ରମଣର କାୟା। ତେବେ ସାରା ବିଶ୍ବରେ କୋରୋନା ସଂକ୍ରମଣ ମାମଲା 80 ଲକ୍ଷ ମୁହାଁ। ଏନେଇ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ସୂଚନା ମିଳିଛି।

author img

By

Published : Jun 15, 2020, 1:21 PM IST

କୋରୋନା କହର, ବିଶ୍ବରେ 80 ଲକ୍ଷ ମୁହାଁ ଆକ୍ରାନ୍ତ
କୋରୋନା କହର, ବିଶ୍ବରେ 80 ଲକ୍ଷ ମୁହାଁ ଆକ୍ରାନ୍ତ

ନୂଆଦିଲ୍ଲୀ: କୋରୋନା କବଳରେ ସାରା ବିଶ୍ବ। ହୁ ହୁ ହୋଇ ବଢିଚାଲିଛି ସଂକ୍ରମଣର କାୟା। ତେବେ ସାରା ବିଶ୍ବରେ କୋରୋନା ସଂକ୍ରମଣ ମାମଲା 80 ଲକ୍ଷ ମୁହାଁ। ଏନେଇ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ସୂଚନା ମିଳିଛି।

ଗତ 24 ଘଣ୍ଟା ମଧ୍ୟରେ ବିଶ୍ବରେ 1 ଲକ୍ଷ 22 ହଜାର 298 ମାମଲା ପଞ୍ଜିକୃତ ହୋଇଛି। ଏହାକୁ ମିଶାଇ ବିଶ୍ବରେ କୋରୋନା ମାମଲା 79,82 ,822ରେ ପହଁଞ୍ଚିଛି। ଏହାସହ ମୃତ୍ୟୁହାର 4, 35, 166 ଛୁଇଁଛି।

ଜନ ହକପିନ୍ସର ସଦ୍ୟତମ ପ୍ରକାଶିତ ରିପୋର୍ଟ ଅନୁସାରେ, ଆମେରିକାରେ 34,06,396 ସକ୍ରିୟ ମାମଲା ରହିଥିବା ବେଳେ 54,138 ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି। ସେହିପରି 21, 42,224 ଜଣ ଆକ୍ରାନ୍ତ ହୋଇଥିବା ବେଳ 1,17527 ଜଣଙ୍କ ଏବେ ସୁଦ୍ଧା ମୃତ୍ୟୁ ହୋଇଛି।

ସେହିପରି ବ୍ରାଜିଲରେ 8,50,769 ସଂକ୍ରମଣ ମାମଲା ରହିଥିବା ବେଳେ ଏହାର ପଛକୁ ରଷ, ଭାରତ ଓ ବ୍ରିଟେନ ରହିଛି। ବ୍ରାଜିଲରେ ଏବେ ସୁଦ୍ଧା 42,791 ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ବ୍ରିଟେନ,ଫ୍ରାନ୍ସ, ସ୍ପେନ ଓ ମେକ୍ସିକୋରେ 10 ହଜାରରୁ ଉର୍ଦ୍ଧ୍ବ ମୃତ୍ୟୁ ମାମଲା ରେକର୍ଡ କରିଛି।

ସୂଚନା ଥାଉକି, ପାକିସ୍ତାନରେ 24 ଘଣ୍ଟାରେ 6,825 ନୂଆ ମାମଲା ସୃଷ୍ଟି ହୋଇଛି। ଯାହା ଗତ କିଛିଦିନର ଦିନିକିଆ ରେକର୍ଡକୁ ଭାଙ୍ଗି ଦେଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.