ETV Bharat / international

ଆମେରିକାରେ କୋରୋନା ବିଭିଷୀକ, ମୃତ୍ୟୁ ସଂଖ୍ୟା 35 ହଜାର ପାର - କୋରୋନା ଭାଇରସ ନ୍ୟୁଜ୍‌

ଗୋଟିଏ ପଟେ ଦେଶର ଏପରି ପରିସ୍ଥିତି ରହିଥିବା ବେଳେ ଅନ୍ୟପଟେ ନିଜକୁ ସାଧୁବାଦ ଦେବାରୁ ପଛାଉ ନାହାନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତାଙ୍କ କହିବା ଅନୁଯାୟୀ ତାଙ୍କ ପ୍ରଶାସନିକ ପଦକ୍ଷେପ ଯୋଗୁଁ ହିଁ ଦେଶରେ ଅବସ୍ଥା ଭଲ ରହିଛି । ଅଧିକ ପଢ଼ନ୍ତୁ...

corona in america, corona update in america, corona update, coronavirus news, ଆମେରିକାରେ କୋରୋନା, କୋରୋନା ଅପଡେଟ, ଆମେରିକାରେ କୋରୋନା ଅପଡେଟ, କୋରୋନା ଭାଇରସ ନ୍ୟୁଜ୍‌, ଡୋନାଲ୍ଡ ଟ୍ରମ୍ପ
ଆମେରିକାରେ କୋରୋନା ବିଭିଷୀକ, ମୃତ୍ୟୁ ସଂଖ୍ୟା 35 ହଜାର ପାର
author img

By

Published : Apr 19, 2020, 1:41 AM IST

ୱାଶିଂଟନ: ଆମେରିକାରେ କୋରୋନାର ଭୟାବହତା ଜାଣି ବି ନିକଟରେ ଡୋନାଲ୍ଡ ଟ୍ରମ୍ପ ନିଜ ଦେଶବାସୀଙ୍କୁ ଆଶ୍ବସ୍ତ କରିଥିଲେ କି ସେଦିନ ଦୂର ନାହିଁ, ଯେବେ ଦେଶବାସୀ ଏହି ଯୁଦ୍ଧରେ ବିଜୟୀ ହେବେ । ଆଶାର ଆଲୋକ ଏବେ ବି ଉଦଜୀବିତ ରହିଛି । ହେଲେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ସତେ ୟେମିତି କଟାକ୍ଷ କରୁଛି ଦେଶର ପରିସ୍ଥିତି । ବର୍ତ୍ତମାନ ଦେଶରେ ଆକ୍ରାନ୍ତ ସଂଖ୍ୟା 7 ଲକ୍ଷ ପାର କରିଥିବା ବେଳେ ମୃତ୍ୟୁ ସଂଖ୍ୟା 35 ହଜାର ପାର କରିଛି ।

ବିଶ୍ବ ଆର୍ଥିକ ରାଜଧାନୀ କୁହାଯାଉଥିବା ନ୍ୟୁୟର୍କରେ ବର୍ତ୍ତମାନ କୋରୋନା ମୃତ୍ୟୁର ତାଣ୍ଡବ ରଚୁଥିବା ବେଳେ କେବେ ଶୋଉ ନଥିବା ଏହି ସ୍ଥାନ ଏବେ ଯେମିତି ସ୍ତବ୍ଧ ହୋଇଯାଇଛି । କେବଳ ନ୍ୟୁୟର୍କରେ ବର୍ତ୍ତମାନ ସୁଦ୍ଧା 14 ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ 2ଲକ୍ଷରୁ ଉର୍ଦ୍ଧ୍ବ ଲୋକେ କୋରୋନା ପଜିଟିଭ ରହିଛନ୍ତି । ସେପଟେ ନିକଟରେ ଥିବା ନ୍ୟୁଜର୍ସିରେ 78 ହଜାର ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ ସଂଖ୍ୟା 3800 ପାର କରିଛି ।

ଗୋଟିଏ ପଟେ ଦେଶର ଏପରି ପରିସ୍ଥିତି ରହିଥିବା ବେଳେ ଅନ୍ୟପଟେ ନିଜକୁ ସାଧୁବାଦ ଦେବାରୁ ପଛାଉ ନାହାନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତାଙ୍କ କହିବା ଅନୁଯାୟୀ ତାଙ୍କ ପ୍ରଶାସନିକ ପଦକ୍ଷେପ ଯୋଗୁଁ ହିଁ ଦେଶରେ ଅବସ୍ଥା ଭଲ ରହିଛି । ନଚେତ୍‌ ଏହି ସଂକ୍ରମଣ ବର୍ତ୍ତମାନ ସୁଦ୍ଧ ପ୍ରଳୟଙ୍କରୀ ସାବ୍ୟସ୍ତ ହୋଇଥାଆନ୍ତା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.