ETV Bharat / international

ବାଇଡେନଙ୍କୁ ଫୋନରେ ଶୁଭେଚ୍ଛା ଜଣାଇଲେ କାନାଡା ପ୍ରଧାନମନ୍ତ୍ରୀ - congratulate Biden

କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ସହ ଫୋନରେ କଥା ହୋଇଛନ୍ତି । ଫୋନରେ ସେ କୋଭିଡ -19 ମହାମାରୀ, ଚୀନ୍ ସମସ୍ୟା ଏବଂ ଜଳବାୟୁ ସଙ୍କଟ ବିଷୟରେ ଆଲୋଚନା କରିଛନ୍ତି। ଅଧିକ ପଢନ୍ତୁ...

କାନାଡା ପ୍ରଧାନମନ୍ତ୍ରୀ
କାନାଡା ପ୍ରଧାନମନ୍ତ୍ରୀ
author img

By

Published : Nov 10, 2020, 1:03 PM IST

ନୂଆଦିଲ୍ଲୀ: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ସହ ଫୋନରେ କଥା ହୋଇଛନ୍ତି । ଫୋନରେ ସେ କୋଭିଡ -19 ମହାମାରୀ, ଚୀନ୍ ସମସ୍ୟା ଏବଂ ଜଳବାୟୁ ସଙ୍କଟ ବିଷୟରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ବିଶ୍ୱସ୍ତରୀୟ ନେତା ବାଇଡେନଙ୍କୁ ଅଭିନନ୍ଦନ ଜଣାଇଥିବାବେଳେ ଟ୍ରୁଡୋ ପ୍ରଥମ ଯିଏ ବାଇଡେନ୍ ପ୍ରଶାସନର ସଫଳତା ପାଇଁ ଫୋନ୍ କରିଥିଲେ ।

ଆଲୋଚନାରେ ପ୍ରମୁଖ ପ୍ରସଙ୍ଗ ମଧ୍ୟରେ ଚୀନ୍ ଅନ୍ୟତମ ଥିଲା କାରଣ ବିଶ୍ବନେତାମାନେ ଚାଇନାରେ ମନଇଚ୍ଛା କାର୍ଯ୍ୟକଳାପକୁ ଅଧିକ ଚିନ୍ତିତ ଅଛନ୍ତି । କାନାଡିଆନ୍ ମାଇକେଲ କୋଭ୍ରିଗ ଏବଂ ମାଇକେଲ ସ୍ପାଭୋରଙ୍କ ଗିରଫକୁ ନେଇ ସେ ଆଲୋଚନା କରିଥିଲେ। ଇରାନ ଉପରେ ଲାଗିଥିବା ପ୍ରତିବନ୍ଧକକୁ ଏଡ଼ାଇବା ପାଇଁ ବ୍ୟାଙ୍କ ଠକେଇ ମାମଲାରେ ଚାଇନାର ଟେଲି ଯୋଗାଯୋଗ ସଂସ୍ଥା ହୁଆୱାଇର ଜଣେ ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଗିରଫ କରାଯିବା ପରେ ଟ୍ରୁଡୋ ଏହାକୁ ‘ହୋଷ୍ଟେଜ୍ ଡିପ୍ଲୋମାସି’ ବୋଲି ବର୍ଣ୍ଣନା କରିଛନ୍ତି । ସେହି ଦୁଇ ଜଣ ପ୍ରକୃତରେ କାନାଡିଆନ ଥିଲେ ।

ଉଭୟ ନେତା ବନ୍ଧୁତା ସମ୍ପର୍କକୁ ବଢାଇବା ପାଇଁ ରାଜି ହୋଇଛନ୍ତି । ଏହାସହ କୋରୋନା ସମ୍ପର୍କିତ ସମସ୍ୟ ଅନ୍ୟତମ । ବିଶ୍ବର କୋଭିଡ-19 ମହାମାରୀର ମୁକାବିଲା ପାଇଁ ଏବଂ ଉଭୟ ଦେଶରେ ସ୍ଥାୟୀ ଅର୍ଥନୈତିକ ପୁନରୁଦ୍ଧାରକୁ ସମର୍ଥନ କରିବାକୁ ମିଳିତ ଭାବରେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.