ୱଟାୱା: ମହାମାରୀ କୋରୋନା ସାରା ବିଶ୍ବରେ ମୃତ୍ୟୁର ତାଣ୍ଡବ ରଚୁଛି । ଦିନକୁ ଦିନ ବ୍ୟାପକ ହେବାରେ ଲାଗିଛି ଏହାର ଭୟାବହତା । ଏବେ ବି ସର୍ବାଧିକ ମାମଲାରେ ଆଗରେ ରହିଛି ଆମେରିକା । ଏପରି ସ୍ଥିତିରେ ଜୁଲାଇ ଶେଷ ପର୍ଯ୍ୟନ୍ତ ବଢିପାରେ ଆମେରିକା-କାନାଡା ସୀମା ପ୍ରତିବନ୍ଧକ ।
ୱାଶିଂଟନ ୱଟାୱାରେ ମାର୍ଚ୍ଚ ମାସରେ ଲକଡାଉନ ଘୋଷଣା କରାଯାଇଥିଲା । ଅପ୍ରେଲ ଓ ମେ ରେ ଏହି ପ୍ରତିବନ୍ଧକକୁ ବଢାଯାଇଥିଲା । ଏହି ପ୍ରତିବନ୍ଧକ ଜୁନ 21ରେ ଶେଷ ହେବାକୁ ଯାଉଛି । ସୂତ୍ର ଅନୁସାରେ, ଅନାବଶ୍ୟକୀୟ ଯାତ୍ରା ଉପରେ ଜୁଲାଇ ଶେଷ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଯାଇପାରେ ।
ଜଣେ ଅଧିକାରୀ ନିଜର ପରିଚୟ ଲୁଚାଇ କହିଛନ୍ତି, ଜୁନ୍ 21 ରେ ଏହି ନିଷେଧାଦେଶ ଶେଷ ହେବାକୁ ଯାଉଛି । ଏହା ପରେ ମଧ୍ୟ ସୀମା ଖୋଲାଯିବ ନାହିଁ କାରଣ ଉଭୟ ଦେଶ ଜୁଲାଇ ଶେଷ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଉଛନ୍ତି। ତେବେ ଏନେଇ ଆମେରିକାର ଗୃହ ସୁରକ୍ଷା ବିଭାଗ ପକ୍ଷରୁ କୌଣସି ମତାମତ ଆସିନାହିଁ ।
ସୂଚନାଯୋଗ୍ୟ, କାନାଡାର 10ଟି ପ୍ରାନ୍ତରେ ଏବେ କୋରୋନା ମାମଲାରେ ହ୍ରାସ ଘଟୁଛି । ଟରୋଣ୍ଟୋ ଓ ମୋଣ୍ଟ୍ରିଆଲରେ ମଧ୍ୟ ନୂତନ ମାମଲା ରିପୋର୍ଟ ଘଟିବାରେ ଲାଗିଛି । ତଥାପି କାନାଡା ଏହି ସୀମାରେ ଅନାବଶ୍ୟ ଯାତାୟାତ ଉପରେ ପ୍ରତିବନ୍ଧକ ଉଠାଇବାକୁ ଚାହୁଁନାହାଁନ୍ତି ।
ଆମେରିକାରେ କୋରୋନା ଭାଇରସ ଯୋଗୁଁ 110,000 ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଜୁନ 9 ସୁଦ୍ଧା କାନାଡାରେ 7,835 ଜଣଙ୍କର ମୃତ୍ୟୁ ଘଟିଛି ଏବଂ 96,244 ଟି ମାମଲା ରିପୋର୍ଟ ହୋଇଛି। ଦୁଇ ଦେଶ ମଧ୍ୟରେ ଏହି ପ୍ରତିବନ୍ଧକ ଭଲ କାମ କରିଛି ବୋଲି କହିଛନ୍ତି କାନାଡିଆନ ଉପ-ପ୍ରଧାନମନ୍ତ୍ରୀ କ୍ରିଷ୍ଟିଆ ଫ୍ରିଲାଣ୍ଡ ।