ETV Bharat / international

ଜୁନ 21 ଯାଏଁ ବନ୍ଦ ରହିବ ଆମେରିକା-କାନାଡା ସୀମା - corona virus

ବଢିଲା ଆମେରିକା-କାନାଡା ସୀମାରେ କଟକଣା । ଜୁନ 21 ଯାଏଁ ଜୁରରୀ ସେବା ବ୍ୟତିତ ବନ୍ଦ ରହିବ ସୀମା । ଅଧିକ ପଢନ୍ତୁ...

ଜୁନ 21 ଯାଏଁ ବନ୍ଦ ରହିବ ଆମେରିକା-କାନାଡା ସୀମା

author img

By

Published : May 20, 2020, 8:58 AM IST

ୱାଶିଂଟନ: ଆମେରିକା-କାନାଡା ସୀମାରେ ଆହୁରି ବଢିଲା ପ୍ରତିବନ୍ଧକ । ଜୁନ 21 ଯାଏଁ ବନ୍ଦ ରହିବ ସୀମା । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୀମା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ଉଭୟ ଦେଶ ।

କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ମଙ୍ଗଳବାର କହିଛନ୍ତି, ଏହି ସୀମା ହିଁ ଦେଶରେ ସଂକ୍ରମଣ ବଢାଇବାର ଆଶଙ୍କା ସୃଷ୍ଟି କରିଛି । ଫଳରେ ସୀମାକୁ ଆହୁରି 30 ଦିନ ପର୍ଯ୍ୟନ୍ତ ଏହାକୁ ବନ୍ଦ ରଖାଯିବ । ମାର୍ଚ୍ଚ 18ରେ ସୀମା ବନ୍ଦ ନେଇ ପ୍ରଥମ ଘୋଷଣା କରାଯାଇଥିଲା । ଟ୍ରୁଡୋ କହିଛନ୍ତି ଯେ କାନାଡାର ପ୍ରାଦେଶିକ ନେତାମାନେ ସ୍ପଷ୍ଟ ଭାବରେ ଏହି ପଦକ୍ଷେପ ଜାରି ରଖିବାକୁ ଚାହୁଁଛନ୍ତି। ଏହା ଦ୍ବାରା 2 ଦେଶ ସୁରକ୍ଷିତ ରହିବ ।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହି ସମ୍ପ୍ରସାରଣକୁ ନିଶ୍ଚିତ କରିଛନ୍ତି । କିନ୍ତୁ ଆମେରିକା ଖୁବଶୀଘ୍ର ସ୍ୱାଭାବିକ କରିବାକୁ ଚାହୁଁଛି ବୋଲି ଟ୍ରମ୍ପ କହିଛନ୍ତି। ସେପଟେ, କାନାଡିଆନ କିନ୍ତୁ ପୁନର୍ବାର ଆରମ୍ଭ ନେଇ ଆଶଙ୍କାରେ ରହିଛନ୍ତି । କୋରୋନା ଯୋଗୁଁ ବିଶ୍ବର ସର୍ବାଧିକ କ୍ଷତିଗ୍ରସ୍ତ ଦେଶ ମଧ୍ୟରେ ଆମେରିକାର ରହିଛି ।

ଏହି ସୀମାରେ କେବଳ ଅତ୍ୟାବଶ୍ୟକୀ ତଥା ଜରୁରୀ ସାମଗ୍ରୀକୁ ନେବା ଆଣିବାକୁ ଅନୁମତି ଦିଆଯିବ । ଯେମିତି କି ସ୍ବାସ୍ଥ୍ୟଗତ, ବିମାନ କର୍ମଚାରୀ, ଟ୍ରକ ଡ୍ରାଇଭର ଯାତାୟତ କରିପାରିବେ । କାନାଡାର ଅଧିକାଂଶ ଖାଦ୍ୟ ଯୋଗାଣ ଆମେରିକାରୁ ଆସିଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.