ETV Bharat / international

ଜାତିସଂଘ ମୁଖ୍ୟଙ୍କ ସହ କଥା ହେଲେ ବାଇଡେନ, ସାମ୍ପ୍ରତିକ ସ୍ଥିତି ଉପରେ କଲେ ଆଲୋଚନା

ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଜାତିସଂଘ ମୁଖ୍ୟଙ୍କ ସହ କଥା ହୋଇଛନ୍ତି। ସାମ୍ପ୍ରତିକ ସ୍ଥିତି ଉପରେ ସେ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...

ଜୋ ବାଇଡେନ
ଜୋ ବାଇଡେନ
author img

By

Published : Dec 1, 2020, 12:52 PM IST

ୱାଶିଂଟନ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଜାତିସଂଘର ସେକ୍ରେଟାରୀ ଜେନେରାଲଙ୍କ ସହିତ ଆଲୋଚନା କରିଛନ୍ତି । ସୋମବାର ଦୁହେଁ ଆଲୋଚନା କରିଥିବାବେଳେ କୋଭିଡ୍‌ ସ୍ଥିତି ଉପରେ ଉଭୟଙ୍କ ମଧ୍ୟରେ ଚର୍ଚ୍ଚା ହୋଇଥିବା ସୂଚନା ମିଳିଛି ।

ସେହିପରି ଭବିଷ୍ୟତରେ ଲୋକଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ସ୍ଥିତିରେ ସୁଧାର ଆଣିବାକୁ ଦୁହେଁ ଆଲୋଚନା କରିଛନ୍ତି । ଏହାସହ ଜଳବାୟୁ ପରିବର୍ତ୍ତନ, ସୁରକ୍ଷା, ଶାନ୍ତି, ବିବାଦ, ସ୍ବାଧୀନତା ଓ ମାନବାଧିକାର ଉପରେ ଆଲୋଚନା ହୋଇଛି ।

ନବନିର୍ବାଚିତ ରାଷ୍ଟ୍ରପତି ଇଥିଓପିଆରେ ଦେଖାଯାଉଥିବା ହିଂସା ଉପରେ ମଧ୍ୟ ନିଜର ବକ୍ତବ୍ୟ ରଖିଛନ୍ତି । ଅନ୍ୟପଟେ ଆର୍ଜେଟିନାର ରାଷ୍ଟ୍ରପତିଙ୍କ ସହିତ ମଧ୍ୟ କଥା ହୋଇଛନ୍ତି ବାଇଡେନ । କୋଭିଡ୍‌ ମହାମାରୀ ଓ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ଆଲୋଚନା କରିଛନ୍ତି ସେ ।

ସେପଟେ କେନିଆ ରାଷ୍ଟ୍ରପତିଙ୍କୁ ଫୋନ କରି ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ଚେଷ୍ଟା କରିଛନ୍ତି ସେ । ସୂଚନାଥାଉକି, ନଭେମ୍ବର 3 ତାରିଖରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହୋଇଥିବାବେଳେ ବାଇଡେନ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ହରାଇଛନ୍ତି । ହେଲେ ଏପର୍ଯ୍ୟନ୍ତ ଟ୍ରମ୍ପ ତାଙ୍କୁ ରାଷ୍ଟ୍ରପତି ଭାବେ ମାନୁନାହାଁନ୍ତି । ରାଷ୍ଟ୍ରପତି ନିର୍ବାଚନର ସମସ୍ତ ପ୍ରକ୍ରିୟା ସରିବା ପରେ ଟ୍ରମ୍ପ ମାନିବେ ବୋଲି କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.