ETV Bharat / international

ବିଜୟ ପରେ ବିଡେନ-ହାରିସଙ୍କ ପ୍ଲାନ, ଚାରୋଟି ପ୍ରସଙ୍ଗକୁ ପ୍ରାଥମିକତା

author img

By

Published : Nov 9, 2020, 8:03 AM IST

Updated : Nov 9, 2020, 8:17 AM IST

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ବିଡେନ ଓ ହାରିସଙ୍କ ଟିମ୍‌ ମୁଖ୍ୟତଃ 4ଟି କାର୍ଯ୍ୟକୁ ଅଧିକ ପ୍ରାଥମିକତା ଦେବ ବୋଲି କହିଛି । କୋଭିଡ୍‌, ଅର୍ଥନୀତି, ବର୍ଣ୍ଣବୈଷମ ସମାନତା ଓ ଜଳବାୟୁ ପରିବର୍ତ୍ତନ ଉପରେ ଅଧିକ ଫୋକସ ରଖି କାମ କରାଯିବ ବୋଲି ଟିମ୍‌ ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ...

ନିର୍ବାଚନ ବିଜୟୀ ପରେ ବିଡେନ-ହାରିସଙ୍କ ପ୍ଲାନ
ନିର୍ବାଚନ ବିଜୟୀ ପରେ ବିଡେନ-ହାରିସଙ୍କ ପ୍ଲାନ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟ ଦଳର ନେତା ଜୋ ବିଡେନ ବିଜୟୀ ହେବା ପରେ ଆରମ୍ଭ ହୋଇଛି ଦେଶ ଚଳାଇବାର ରଣନୀତି । ପ୍ରସ୍ତୁତି ହୋଇଛି ଖସଡା । ଆମେରିକା ତଥା ସାରା ବିଶ୍ବକୁ ଆଗକୁ ନେବାକୁ ଆରମ୍ଭ ହୋଇଛି ଯୋଜନା । କୋଭିଡ୍‌, ଅର୍ଥନୀତି, ବର୍ଣ୍ଣବୈଷମ ସମାନତା ଓ ଜଳବାୟୁ ପରିବର୍ତ୍ତନ ଉପରେ ରହିଛି ଅଧିକ ଫୋକସ ।

କୋଭିଡ୍‌ ମହାମାରୀ ସମୟରେ ସେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ଏହାକୁ ଅଧିକ ଫୋକସ କରିବ ବିଡେନଙ୍କ ଟିମ୍‌ । ଆମେରିକା ରାଷ୍ଟ୍ରପତି ଭାବେ ଜୋ ବିଡେନ ଓ ଉପରାଷ୍ଟ୍ରପତି ଭାବେ କମଲା ହାରିସଙ୍କ ବିପୁଳ ବିଜୟ ପରେ ଏପରି ରଣନୀତି ପ୍ରସ୍ତୁତ କରିଛି ଦଳ। ନଭେମ୍ବର 3 ତାରିଖରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ଡେମୋକ୍ରାଟିକ ଦଳ ଜିତିବା ପରେ ଏସବୁ କ୍ଷେତ୍ରରେ ଅଧିକ ଫୋକସ ରହିବ ବୋଲି ବିଡେନଙ୍କ ଟିମ୍‌ ପକ୍ଷରୁ କୁହାଯାଇଛି ।

ଆମେ କେବଳ ପୂର୍ବ କାମକୁ ଆଉ ଥରେ ନୂଆ କରି କରିବୁ ତାହା ନୁହେଁ । ପୂର୍ବରୁ ହୋଇଥିବା ସମସ୍ତ କାମ ଠାରୁ ବହୁତ ଭଲ ଭାବେ କାର୍ଯ୍ୟ କରିବୁ ବୋଲି ବିଡେନ-ହାରିସ ଟିମ୍‌ କହିଛନ୍ତି । ଆମେରିକାକୁ ଏକ ଭଲ ପ୍ରଶାସନ ଦେବା ଦିଗରେ ସମସ୍ତ ପଦକ୍ଷେପ ଗ୍ରହଣ କରିବୁ ଯାହା ଉଦାହରଣ ସୃଷ୍ଟି କରିବ ବୋଲି ମଧ୍ୟ ଟିମ୍‌ ଦୃଢୋକ୍ତି ପ୍ରକାଶ କରିଛି ।

ଆମେ ଆରମ୍ଭରୁ କୋଭିଡ୍‌, ଅର୍ଥନୀତି, ବର୍ଣ୍ଣବୈଷମ ସମାନତା ଓ ଜଳବାୟୁ ପରିବର୍ତ୍ତନର ସାମ୍ନା କରୁଛୁ । ଯାହା ଉପରେ ଅଧିକ ଫୋକସ ଦେଇ କାମ କରିବୁ ବୋଲି ଟିମ୍‌ ପକ୍ଷରୁ କୁହାଯାଇଛି । ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଏହି କାର୍ଯ୍ୟ ଆଗେଇ ଚାଲିବ ବୋଲି କୁହାଯାଇଛି ।

ଜାନୁଆରୀ 20 ତାରିଖରେ ପ୍ରାୟତଃ ଶପଥ ଗ୍ରହଣ ହେବାକୁ ଥିବାବେଳେ ପ୍ରଥମ ଦିନରୁ ହିଁ ଏସବୁ ଦିଗକୁ ଧ୍ୟାନରେ ରଖି ଦଳ କାମ କରିବ ବୋଲି କହିଛି । ଆମେରିକା ଲୋକଙ୍କୁ ଏହି ମହାମାରୀ ସଙ୍କଟରୁ ଉଦ୍ଧାର କରିବା ସହ ସେମାନଙ୍କ ଆର୍ଥିକ ଅବସ୍ଥାକୁ ଆହୁରି ସୁଦୃଢ କରିବାକୁ ଟିମ୍‌ କାମ କରିବ । ଏହାସହ ବିଡେନ ସଂଘୀୟ ବ୍ୟବସ୍ଥାରେ ବିଶ୍ବାସ ରଖୁଥିବାରୁ ଏହି କାର୍ଯ୍ୟ ସବୁ କିପରି ସୂଚାରୁରୂପେ ସମ୍ପାଦନା ହେବ ଓ ଆମେରିକାବାସୀ ପୁଣିଥରେ ପୂର୍ବଅବସ୍ଥାକୁ ଫେରିପାରିବେ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି କୁହାଯାଇଛି ।

ଏହାସହ ବିଡେନ-ହାରିସ ପ୍ରଶାସନ ସବୁବେଳେ ବିଜ୍ଞାନ, ସ୍ବାସ୍ଥ୍ୟ ଉପରେ ଅଧିକ ଫୋକସ ରଖି କାମ କରିବ । ସେହିପରି ଲୋକଙ୍କ ବିଶ୍ବାସ ଜିତିବା ସହ ଦୁର୍ନୀତି ମୁକ୍ତ ଶାସନ ଦେବା ଓ ଲୋକଙ୍କ ପାଖରେ ଉତ୍ତରଦାୟୀ ରହିବ ବୋଲି ଟିମ୍‌ ପକ୍ଷରୁ କୁହାଯାଇଛି ।

କୋଭିଡ୍‌ ପରେ ଆର୍ଥିକ ସୁଧାର ପ୍ରଶାସନର ଦ୍ବିତୀୟ ପ୍ରାଥମିକତା ରହିବ । ଏହି ଘଡିସନ୍ଧି ମୂହୂର୍ତ୍ତରେ ଲୋକଙ୍କୁ ଚାକିରି ଯୋଗାଇଦେବା ତଥା ଲୋକଙ୍କୁ ନିଜର ଅର୍ଥନୀତିରେ ସୁଦୃଢ କରିବା ଦିଗରେ ଯୋଜନା ପ୍ରସ୍ତୁତ ହୋଇଥିବା ବିଡେନ-ହାରିସ ଟିମ୍‌ ପକ୍ଷରୁ କୁହାଯାଇଛି ।

ମହାମାରୀ ସମୟରେ ସଶକ୍ତ ଯୋଜନା ମାଧ୍ୟମରେ ଏହାକୁ ସାମ୍ନା କରିବାକୁ ବ୍ୟବସ୍ଥା ହୋଇଛି । ପ୍ରଥମେ ସ୍ବାସ୍ଥ୍ୟ ସଙ୍କଟ ଓ ପରେ ନିଯୁକ୍ତି ଦିଗରେ ପ୍ରଶାସନ କାମ କରିବ ବୋଲି କୁହାଯାଇଛି । ଏହାସହ ବିଡେନଙ୍କ ନୀତି ଅନୁସାରେ ଏଥିପାଇଁ ସମସ୍ତ ପ୍ରକାର ଖସଡା ପ୍ରସ୍ତୁତ ସରିଛି । ଯାହା ଲୋକଙ୍କ ସୁବିଧା ଦିଗରେ କାମ କରିବ । ଲୋକଙ୍କ ସ୍ବାସ୍ଥ୍ୟାବସ୍ଥାରେ ଧ୍ୟାନ ଦେବା ସହ ଆର୍ଥିକ ଉନ୍ନତି ଦିଗରେ ମଧ୍ୟ ଏହି ଯୋଜନା ଅଧିକ ସହାୟତା ହେବ ବୋଲି ଟିମ୍‌ ରବିବାର କହିଛି ।

ଅନ୍ୟପଟେ ଜାତିଗତ ପ୍ରଭେଦ ତଥା ବର୍ଣ୍ଣବୈଷମ ଉପରେ ମଧ୍ୟ କାମ କରିବ ବିଡେନ-ହାରିସ ଟିମ୍‌ । ଦେଶରେ ଦେଖାଦେଇଥିବା ଆର୍ଥିକ ତାରତମ୍ୟ ଉପରେ ମଧ୍ୟ ଟିମ୍‌ କାମ କରିବ ବୋଲି ଆଶ୍ବାସନା ଦେଇଛି । ଯାହା ଟିମ୍‌ର ତୃତୀୟ ପ୍ରାଥମିକତା ରହିବ ବୋଲି କୁହାଯାଇଛି ।

କଳା-ଗୋରା ଭେଦଭାବ ଦୂର କରିବା ସହ ଏମାନଙ୍କ ଆର୍ଥିକ ଅଗ୍ରଗତି ଦିଗରେ ବିଡେନ ଦେଇଥିବା ପ୍ରତିଶ୍ରୁତି ପାଳନ କରାଯିବ । ଯେଉଁଠି ସମସ୍ତ ଆମେରିକୀୟ ସମସ୍ତ ଭେଦଭାବ ଭୁଲି ଭଲ ଭାବେ ନିଜ କର୍ତ୍ତବ୍ୟ ସମ୍ପାଦନା କରିପାରିବେ ବୋଲି ଟିମ୍‌ କହିଛି ।

ସେହିପରି ଜଳବାୟୁ ପରିବର୍ତ୍ତନ ଦିଗରେ ଧ୍ୟାନ ଦିଆଯାଇ ଏଥିରେ ଆମେରିକା ନେତୃତ୍ବ ନେବ ବୋଲି ଟିମ୍‌ ଜଣାଇଛି । ଏହାସହ ସହ କିପରି ଭାବେ ଆମେରିକା ନିଜକୁ ବିଶ୍ବ ଦରବାରରେ ପ୍ରତିପାଦିତ କରିବା ଉଚିତ୍‌ ଓ କାହାକୁ ପ୍ରଥମେ ପ୍ରାଥମିକତା ଦେଇ କରିବା ଉଚିତ୍‌ ତାହା ବିଡେନଙ୍କୁ ଭଲ ଭାବେ ଜଣା ବୋଲି ଟିମ୍‌ କହିଛି । ଜଳବାୟୁ ପରିବର୍ତ୍ତନ ନେଇ ସେ କେବଳ ପ୍ୟାରିସ ଚୁକ୍ତି ଉପରେ କାମ କରିବେ ତାହା ନୁହେଁ ଏହାଠାରୁ ଭଲ ନୀତି ମଧ୍ୟ ଆଣିବେ ବୋଲି ଟିମ୍‌ ପକ୍ଷରୁ କୁହାଯାଇଛି ।

ସୂଚନାଥାଉକି, ପାଖାପାଖି 3 ଦିନରୁ ଅଧିକ ଦିନ ଧରି ଗଣତି ହେବା ପରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ରାଷ୍ଟ୍ରପତି ଟ୍ରମ୍ପଙ୍କ ଠାରୁ ଆଗେଇ ଥିଲେ ବିଡେନ । ପେନସିଲଭେନିଆରେ ବିଜୟ ପରେ ବିଡେନ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହେବାର ଔପଚାରିକତାକୁ ଅପେକ୍ଷା କରିଛନ୍ତି । 270ରୁ ଅଧିକ ଇଲେକ୍ଟ୍ରୋରାଲ ଭୋଟ ପାଇ ସେ ବିରୋଧୀଙ୍କ ସମସ୍ତ ରଣକୌଶଳକୁ ମାତ ଦେଇଛନ୍ତି । ଆଉ ବିଜୟ ହାସଲ ପରେ ଦେଶ ଚଳାଇବାକୁ ରଣନୀତି ପ୍ରସ୍ତୁତ ଆରମ୍ଭ ହୋଇଛି ।

ସେପଟେ ତାଙ୍କ ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ ମଧ୍ୟ ନିର୍ବାଚନ ଜିତି ପ୍ରଥମ ମହିଳା ଉପରାଷ୍ଟ୍ରପତି ହେବାର ଗୌରବ ଅର୍ଜନ କରିଛନ୍ତି ।

@ PTI

Last Updated : Nov 9, 2020, 8:17 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.