ETV Bharat / international

ନଭେମ୍ବରକୁ ଘୁଞ୍ଚିପାରେ ଆଇଫୋନ 12 ଲଞ୍ଚିଂ ଇଭେଣ୍ଟ

କୋରୋନା ପ୍ରକୋପରେ ଚଳିତବର୍ଷ ବଡ ବଡ ଟେକ ଇଭେଣ୍ଟ ବାତିଲ ହୋଇଥିବା ବେଳେ ଏହି ତାଲିକାରେ ସାମିଲ ହେବାକୁ ଯାଉଛି ଆପଲର ଆଉ ଏକ ଇଭେଣ୍ଟ ।

apple, apple launching event, iphone 12 launching event, technology news, ଆପଲ ଲଞ୍ଚିଂ ଇଭେଣ୍ଟ, ଆଇଫୋନ 12 ଲଞ୍ଚିଂ ଇଭେଣ୍ଟ, ଆପଲ, ଆଇଫୋନ 12, ଟେକ୍ନୋଲୋଜି ନ୍ୟୁଜ୍‌
ନଭେମ୍ବରକୁ ଘୁଞ୍ଚିପାରେ ଆଇଫୋନ 12 ଲଞ୍ଚିଂ ଇଭେଣ୍ଟ
author img

By

Published : May 30, 2020, 6:36 AM IST

ସାନ ଫ୍ରାନ୍ସିସ୍କୋ: କୋରୋନା ପ୍ରକୋପରେ ଚଳିକବର୍ଷ ବଡ ବଡ ଟେକ ଇଭେଣ୍ଟ ବାତିଲ ହୋଇଥିବା ବେଳେ ଏହି ତାଲିକାରେ ସାମିଲ ହେବାକୁ ଯାଉଛି ଆପଲର ଆଉ ଏକ ଇଭେଣ୍ଟ । ପ୍ରତିବର୍ଷ ସେପ୍ଟେମ୍ବର ମାସ ମଧ୍ୟଭାଗରେ ଆପଲ ନିଜର ଲଞ୍ଚିଂ ଇଭେଣ୍ଟ ରଖୁଥିବା ବେଳେ ଚଳିତବର୍ଷ ଏହା ନଭେମ୍ବର ମାସକୁ ଘୁଞ୍ଚିବା ନେଇ କମ୍ପାନୀ ଇଙ୍ଗିତ କରିଛି । ଏହି ଲଞ୍ଚିଂ ଇଭେଣ୍ଟରେ ଆଇଫୋନ 12 ଲଞ୍ଚ ହେବା ନେଇ ସୂଚନା ରହିଛି ।

ଇନଭେଷ୍ଟମେଣ୍ଟ ବ୍ୟାଙ୍କ କୋୱେନର ରିପୋର୍ଟ ମୁତାବକ ଆପଲର ଦ୍ବିତୀୟାର୍ଦ୍ଧ ଉତ୍ପାଦନ ପ୍ରାୟ 35 ମିଲିୟନ ୟୁନିଟ ରହିବ ବୋଲି ଆକଳନ କରାଯାଇଛି । ଯାହା ପ୍ରଥମାର୍ଦ୍ଧର ଉତ୍ପାଦନଠାରୁ 5 ପ୍ରତିଶତ କମ ହେବ ବୋଲି ଜଣା ପଡିଛି । ଏଥିସହ ଏହା ଗତବର୍ଷର ଉତ୍ପାଦନଠାରୁ 13 ପ୍ରତିଶତ କମ ରହିବ ବୋଲି ଅନୁମାନ କରାଯାଉଛି ।

ଏନେଇ କେତେକ ଆନାଲିଷ୍ଟ କହିଛନ୍ତି କି କୋରୋନା ପ୍ରଭାବ ସତ୍ତ୍ବେ କମ୍ପାନୀର ଉତ୍ପାଦନ ନିଜ ସ୍ପିଡ ଧରିବା ଆରମ୍ଭ କରିଛି । ତଥାପି ଏହା ପୂର୍ବ ଉତ୍ପାଦନର ସମକକ୍ଷ ହେବାକୁ କିଛି ସମୟ ନେବ । ଏହା କେବେ ହେବ ତାହାର କୌଣସି ଠିକଣା ନାହିଁ । ସେପଟେ ଦ୍ବିତୀୟାର୍ଦ୍ଧରେ ଆଇଫୋନ 12ର ସିପମେଣ୍ଟ ପ୍ରାୟ 30 ମିଲିୟନ ଛୁଇଁବା ନେଇ ଆଶା ରହିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.