ETV Bharat / international

ପୂର୍ବତନ ଶତୃ ଦେଶ ସୀମାରେ ପାଦ ରଖି ଇତିହାସ ସୃଷ୍ଟି କଲେ ଟ୍ରମ୍ପ

ଟ୍ରମ୍ପ ଆମେରିକାର ପ୍ରଥମ ରାଷ୍ଟ୍ରପତି ଭାବେ ଉତ୍ତର କୋରିଆ ପହଞ୍ଚି ସେଠାକାର ସୁପ୍ରିମ ଲିଡର କିମ୍‌ ଜଙ୍ଗ ଉନ୍‌ଙ୍କୁ ସାକ୍ଷାତ କରିଛନ୍ତି । ସେମାନଙ୍କର ଏହି ସାକ୍ଷାତକାର ଦକ୍ଷିଣ ଏବଂ ଉତ୍ତର କୋରିଆକୁ ବିଭାଜିତ କରୁଥିବା  ‘ଡିମିଲିଟାରାଇଜ୍‌ଡ୍‌ ଜୋନ୍‌’ରେ ହୋଇଛି ।

ଫଟୋ ସୌଜନ୍ୟ: ଟ୍ବିଟର@ANI
author img

By

Published : Jun 30, 2019, 6:27 PM IST

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଇତିହାସ ସୃଷ୍ଟି କରିଛନ୍ତି । ନିଜ ପୂର୍ବତନ ଶତୃ ଦେଶ ସୀମାରେ ପାଦ ରଖିଥିବା ପ୍ରଥମ ଆମେରିକୀୟ ରାଷ୍ଟ୍ରପତି ଭାବେ ସେ ଇତିହାସ ସୃଷ୍ଟି କରିଛନ୍ତି । ଟ୍ରମ୍ପ ଆମେରିକାର ପ୍ରଥମ ରାଷ୍ଟ୍ରପତି ଭାବେ ଉତ୍ତର କୋରିଆ ପହଞ୍ଚି ସେଠାକାର ସୁପ୍ରିମ ଲିଡର କିମ୍‌ ଜଙ୍ଗ ଉନ୍‌ଙ୍କୁ ସାକ୍ଷାତ କରିଛନ୍ତି । ସେମାନଙ୍କର ଏହି ସାକ୍ଷାତକାର ଦକ୍ଷିଣ ଏବଂ ଉତ୍ତର କୋରିଆକୁ ବିଭାଜିତ କରୁଥିବା ‘ଡିମିଲିଟାରାଇଜ୍‌ଡ୍‌ ଜୋନ୍‌’ରେ ହୋଇଛି । ତେବେ ଟ୍ରମ୍ପଙ୍କ ପୂର୍ବରୁ ଆମେରିକାର କୌଣସି ରାଷ୍ଟ୍ରପତି ଏଭଳି ପଦକ୍ଷେପ ନେଇନଥିଲେ ।

ତେବେ ଏହି ସମୟରେ କିମ୍‌ ଜଙ୍ଗ ଟ୍ରମ୍ପଙ୍କ ସ୍ବାଗତ ପାଇଁ ସୀମାରେ ପହଞ୍ଚିଥିଲେ ଏବଂ ତାଙ୍କ ସହ ହାତ ମିଶାଇଥିଲେ । ପରେ ସେମାନେ ଏକତ୍ର ସୀମାରେଖା ଭିତରକୁ ପ୍ରବେଶ କରିଥିଲେ । ସେଠାରେ ଉଭୟଙ୍କୁ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‌ ଜାଏ ଇନ୍‌ ସ୍ବାଗତ କରିଥିଲେ ।

ଏହି ଅବସରରେ ଟ୍ରମ୍ପ କହିଛନ୍ତି, ବିଶ୍ବ ପାଇଁ ଏହା ଏକ ମହାନ କ୍ଷଣ ଅଟେ ଏବଂ ଏଠାକୁ ଆସିବା ମୋ ପାଇଁ ଗର୍ବର ବିଷୟ ଅଟେ । ତେବେ ଟ୍ରମ୍ପ୍‌ କିମ୍‌ଙ୍କ ଦେଶରେ ପାଦ ଦେଇ ଶାନ୍ତି ବାର୍ତ୍ତାକୁ ଆଉ ପାଦେ ଆଗେଇ ନେବାର ପ୍ରୟାସ କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ପରମାଣୁ ନିରସ୍ତ୍ରୀକରଣ ଦିଗରେ ଏହି ସାକ୍ଷାତକାର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା । ଏହାପୂର୍ବରୁ ମଧ୍ୟ ଟ୍ରମ୍ପ ଏବଂ କିମ୍‌ଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଦୁହେଁ ସିଙ୍ଗାପୁରରେ ପ୍ରଥମଥର ପାଇଁ ସାକ୍ଷାତ କରିଥିଲେ । ଏହା ପରେ ସେମାନଙ୍କର ଦ୍ବିତୀୟ ସାକ୍ଷାତକାର ହନୋଇରେ ହୋଇଥିଲା ।

Intro:Body:

DFGD

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.