ETV Bharat / international

ଜନସନ ଆଣ୍ଡ ଜନସନକୁ କୋର୍ଟର ଛାଟ, ଗଣିବ 4102 କୋଟି - ଜୋରିମାନା

'ଜନସନ ଆଣ୍ଡ ଜନସନ' କମ୍ପାନୀକୁ ଝଟକା । ଶିଶୁଙ୍କ ସାମଗ୍ରୀ ତିଆରି କରୁଥିବା ଏହି କମ୍ପାନୀ ଉପରେ ଲାଗିଛି ଜୋରିମାନା ।

ଜନଜନ ଏଣ୍ଡ ଜନସନକୁ କୋର୍ଟଙ୍କ ଛାଟ, ଗଣିବ 4102 କୋଟି
author img

By

Published : Aug 27, 2019, 2:27 PM IST

ୱାଶିଂଟନ: 'ଜନସନ ଆଣ୍ଡ ଜନସନ' କମ୍ପାନୀକୁ ଝଟକା । ଶିଶୁଙ୍କ ସାମଗ୍ରୀ ତିଆରି କରୁଥିବା ଏହି କମ୍ପାନୀ ଉପରେ ଲାଗିଛି ଜୋରିମାନା । ନିଜ ଉତ୍ପାଦ ବିକ୍ରି ଉପରେ କଟକଣା ଲଗାଇଛନ୍ତି ଆମେରିକାର ଏକ କୋର୍ଟ ।

ଓକ୍‌ଲାହୋମାରେ ଘଟିଥିବା ଦୁର୍ଘଟଣା ଲାଗି ଏହି ନିଷ୍ପତ୍ତି ନେଇଛନ୍ତି କୋର୍ଟ । ଆମେରିକୀୟ ଫାର୍ମା କମ୍ପାନୀ 'ଜନସନ ଆଣ୍ଡ ଜନସନ' ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଛି । ଏହାସହ ଏଥିଲାଗି କମ୍ପାନୀ 572 ମିଲିୟନ ଡଲାର(ଭାରତୀୟ ମୁଦ୍ରା ଅନୁସାରେ 4102 କୋଟି 42 ଲକ୍ଷ 97 ହଜାର 600) ତଣ୍ଡ ଗଣିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ କମ୍ପାନୀର ସାମଗ୍ରୀ ବ୍ୟବହାର କରି ଗତ 2 ଦଶନ୍ଧିରେ 6000ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଓକ୍‌ଲାହୋମା ଏହି ଘଟଣାରେ ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହୋଇଛି । ଓକ୍‌ଲାହୋମାରେ ଓପିଓଏଡ ଦୁର୍ଘଟଣା ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଥିଲା । ଏହି ଘଟଣା ଯୋଗୁଁ କମ୍ପାନୀ ଉପରେ ରୋକ ଲଗାଇଛି ଆମେରିକା କୋର୍ଟ ।

ଉଲ୍ଲେଖଯୋଗ୍ୟ 'ଜନସନ ଆଣ୍ଡ ଜନସନ' ଏକ ପୁରୁଣା କମ୍ପାନୀ । ଏହି କମ୍ପାନୀ ବେବି ପ୍ରଡକ୍ଟ ଶାମ୍ପୁ, ବେବି ଅଏଲ, ମସାଜ ଅଏଲ, ମଶ୍ଚରାଇଜର ଓ ଫେସକ୍ରିମ ଆଦି ସାମଗ୍ରୀ ତିଆରି କରିଥାଏ । ଆଗରୁ ଏହି ପ୍ରଡକ୍ଟକୁ ଭାରତରୁ ବ୍ୟାନ କରାଯାଇଥିଲା । ରସାୟନିକ ପଦାର୍ଥ ଯୋଗୁ ଶିଶୁଙ୍କ ତ୍ବଚା ଏବଂ ନିଶ୍ବାସ ପ୍ରଶ୍ବାସ ରୋଗର ଶିକାର ହେଉଥିବା କାରଣରୁ କେତେକ ସ୍ଥାନରେ ଓ କେତେକ ନିର୍ଦ୍ଦିଷ୍ଟ ସାମଗ୍ରୀ ଉପରେ ବ୍ୟାନ ଲଗାଯାଇଥିଲା ।

Intro:Body:

ii

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.