ETV Bharat / international

କୋରୋନା ପରେ ଆମେରିକାକୁ ଘୂର୍ଣ୍ଣିଝଡ କ୍ରିଷ୍ଟୋବାଲ ଭୟ

କ୍ରିଷ୍ଟୋବାଲ ନିଜ ଗତିପଥରେ ଆସିଥିବା ସମସ୍ତ ଅଞ୍ଚଳରେ ବିପୁଳ କ୍ଷଯକ୍ଷତି କରିଥିବା ବେଳେ ସୋମବାର ଅପରାହ୍ନରେ ଏହା ଆମେରିକାରେ ଲ୍ୟାଣ୍ଡଫଲ କରିଥିଲା । ଏହାର ପ୍ରଭାବରେ ସେଣ୍ଟ୍ରାଲ ଆମେରିକା ଓ ମେକ୍ସିକୋରେ ବ୍ୟାପକ କ୍ଷତି ପହଞ୍ଚିଥିବା ସହ ଅନେକ ଲୋକଙ୍କ ପ୍ରାଣହାନୀ ହୋଇଥିବା ଜଣାପଡିଛି ।

author img

By

Published : Jun 9, 2020, 7:37 AM IST

tropical storm in america, storm in america, america latest news, cristobal effect on america, cristobal tropical storm, ଆମେରିକାରେ ଟ୍ରପିକାଲ ଘୂର୍ଣ୍ଣିଝଡ, ଆମେରିକାରେ ବାତ୍ୟା, ଆମେରିକା ଲାଟେଷ୍ଟ ନ୍ୟୁଜ୍‌, ଆମେରିକାରେ କ୍ରିଷ୍ଟୋବାଲ ପ୍ରଭାବ, କ୍ରିଷ୍ଟୋବାଲ ଟ୍ରପିକାଲ ଷ୍ଟର୍ମ
କୋରୋନା ପରେ ଆମେରିକାକୁ ଘୂର୍ଣ୍ଣିଝଡ କ୍ରିଷ୍ଟୋବାଲ ଭୟ

ୱାଶିଂଟନ: ଗୋଟିଏପଟେ କୋରୋନା ମାଡରେ ଆମେରିକାର ସ୍ଥିତି ବେହାଲ ହୋଇପଡିଥିବା ବେଳେ ଅନ୍ୟପଟେ ମାଡି ଆସିଛି ଘୂର୍ଣ୍ଣିଝଡ କ୍ରିଷ୍ଟୋବାଲ । ସୋମବାର ଏହି ଘୂର୍ଣ୍ଣିଝଡ ଆମେରିକାର ଲୁସିଆନାରେ ଲ୍ୟାଣ୍ଡଫଲ କରିଥିବା ବେଳେ ଏହାର ପ୍ରଭାବରେ ସ୍ଥାନୀୟ ଅଞ୍ଚଳରେ ଘଣ୍ଟାପ୍ରତି 50ମାଇଲ ବେଗରେ ପବନ ବୋହୁଥିବା ଦେଖିବାକୁ ମିଳିଥିଲା । ଏନେଇ ଆମେରିକାକୁ ପ୍ରତି ମିନିଟର ସୂଚନା ସହ ଆଗୁଆ ଚେତାଇ ଦେଇଥିଲା ଜାତୀୟ ହରିକେନ ସେଣ୍ଟର(ଏନଏଚସି) ।

କ୍ରିଷ୍ଟୋବାଲ ନିଜ ଗତିପଥରେ ଆସିଥିବା ସମସ୍ତ ଅଞ୍ଚଳରେ ବିପୁଳ କ୍ଷଯକ୍ଷତି କରିଥିବା ବେଳେ ସୋମବାର ଅପରାହ୍ନରେ ଏହା ଆମେରିକାରେ ଲ୍ୟାଣ୍ଡଫଲ କରିଥିଲା । ଏହାର ପ୍ରଭାବରେ ସେଣ୍ଟ୍ରାଲ ଆମେରିକା ଓ ମେକ୍ସିକୋରେ ବ୍ୟାପକ କ୍ଷତି ପହଞ୍ଚିଥିବା ସହ ଅନେକ ଲୋକଙ୍କ ପ୍ରାଣହାନୀ ହୋଇଥିବା ଜଣାପଡିଛି । ସେପଟେ ବର୍ତ୍ତମାନ ଏହି ଘୂର୍ଣ୍ଣିଝଡ ଆମେରିକାର ଗଲ୍ଫ ପୋଷ୍ଟରେ ଭୟରେ ବାତାବରଣ ସୃଷ୍ଟି କରିଛି । ମୁଖ୍ୟତଃ ଲୁସିଆନା, ମିସିସିପି, ଅଲବାମା ଓ ଫ୍ଲୋରିଡାର ଏହାର ବିଶେଷ ପ୍ରଭାବ ପଡିବା ଆକଳନ କରାଯାଇଛି ।

କ୍ରିଷ୍ଟୋବାଲ ଏତେ ଶକ୍ତିଶାଳୀ ରହିଥିଲା କି ଏହାର ପ୍ରଭାବରେ ସମ୍ପୃକ୍ତ ଅଞ୍ଚଳଗୁଡିକରେ ପ୍ରବଳରୁ ଅତି ପ୍ରବଳ ପବନ ଓ ବର୍ଷା ହୋଇଥିଲା । ରବିବାର ସୁଦ୍ଧା ଏହାକୁ ସାମାନ୍ୟ ଘୂର୍ଣ୍ଣିଝଡ ବୋଲି ଆକଳନ କରାଯାଉଥିବା ବେଳେ ସୋମବାର ଏହା ହରିକେନରେ ରୂପ ଧାରଣ କରିଥିଲା ବୋଲି ଏନଏଚସି ସୂଚନା ଦେଇଛି । ରବିବାର ରାତିରୁ ହିଁ କ୍ରିଷ୍ଟୋବାଲର ପ୍ରଭାବରେ ବର୍ଷା ଜାରି ରହିଥିବାରୁ ଅନେକ ଘରେ ଏବେ ବି ବିଜୁଳି ସରବରାହ ବିଚ୍ଛିନ୍ନ ହୋଇଛି । ଏଥିସହ ରାସ୍ତାଘାଟରେ କୁଢକୁଢ ଗଛର ଭଙ୍ଗା ଡାଳ ଓ ଗଣ୍ଡି ପଡିରହିଥିବାରୁ ରାସ୍ତା ଅବରୋଧ ହୋଇଛି ।

ତେବେ କ୍ରିଷ୍ଟୋବାଲ ଏକ ଟ୍ରପିକାଲ ଷ୍ଟର୍ମ ହୋଇଥିବା ବେଳେ ଏନଏଚସି ସୂଚନା ମୁତାବକ ସତର୍କ ସୂଚନାର 24 ଘଣ୍ଟା ମଧ୍ୟରେ ଟ୍ରପିକାଲ ଷ୍ଟର୍ମର ପ୍ରଭାବ ନିର୍ଦ୍ଧାରିତ ଅଞ୍ଚଳରେ ଦେଖାଯାଇଥାଏ । କିନ୍ତୁ ଏହି ଷ୍ଟର୍ମ ବା ବାତ୍ୟା ଯଦି ଅଚାନକ ଭୟଙ୍କର ରୂପ ଧାରଣ କରେ ତେବେ ଏହା ଜୀବନ ପ୍ରତି ବିପଦ ବୋଲି ଆକଳନ କରାଯାଏ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.