ETV Bharat / international

ହସ୍ପିଟାଲରୁ ବାହାରିଲେ ଟ୍ରମ୍ପ, ନିଜ ସମର୍ଥକଙ୍କୁ ଜଣାଇଲେ ଅଭିବାଦନ

author img

By

Published : Oct 5, 2020, 8:35 AM IST

ରବିବାର କିଛି ସମୟ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହସ୍ପିଟାଲରୁ ବାହାରି ନିଜ ସମର୍ଥକଙ୍କ ଗହଣକୁ ଯାଇଛନ୍ତି । ଅଧିକ ପଢନ୍ତୁ...

ହସ୍ପିଟାଲରୁ ବାହାରିଲେ ଟ୍ରମ୍ପ
ହସ୍ପିଟାଲରୁ ବାହାରିଲେ ଟ୍ରମ୍ପ

ୱାଶିଂଟନ: ରବିବାର କିଛି ସମୟ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହସ୍ପିଟାଲରୁ ବାହାରି ନିଜ ସମର୍ଥକଙ୍କ ଗହଣକୁ ଯାଇଛନ୍ତି । ହସ୍ପିଟାଲ ବାହାରେ ଭିଡ ଲଗାଇଥିବା ନିଜ ସମର୍ଥକଙ୍କୁ ଉତ୍ସାହିତ କରିବା ପାଇଁ ଟ୍ରମ୍ପ କାରରେ କିଛି ସମୟ ପାଇଁ ବାହାରି ଥିବା ଦେଖିବାକୁ ମିଳିଛି ।

କିଛି ସମୟ ପୂର୍ବରୁ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ପୋଷ୍ଟ କରିବା ପରେ ନିଜେ କାରରେ ବାହାରିଥିବା ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତେବେ ଟ୍ରମ୍ପ ଭିଡିଓରେ କହିଛନ୍ତି,‘ମୁଁ କୋଭିଡ୍‌ ଉପରେ ଅଧିକ ଜାଣିବାକୁ ପାଇଲି । ସ୍କୁଲରେ ଯେପରି ଶିକ୍ଷା ଗ୍ରହଣ କରାଯାଏ, ସେପରି ଜାଣିଲି । ଏହା ହେଉଛି ପ୍ରକୃତ ସ୍କୁଲ । ଏହା ପୁସ୍ତକ ବିଦ୍ୟାଳୟ ନୁହେଁ । ମୁଁ ଏହାକୁ ଜାଣିଲି ଓ ବୁଝିଲି । ଏହା ଏକ ଆଶ୍ଚର୍ଯ୍ୟଜନକ ଘଟଣା ’ ।

ଏହି ଭିଡିଓ ଭାଇରାଲ ହେବା ପରେ ହଠାତ୍‌ ଟ୍ରମ୍ପ କାରରେ ବାହାରିଥିବା ଦେଖାଯାଇଛି । କିଛି ସମୟ ପୂର୍ବରୁ ଟ୍ରମ୍ପଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି ତାଙ୍କୁ ସୋମବାର ସକାଳୁ ଡିସଡାର୍ଜ କରାଯିବ ବୋଲି ତାଙ୍କ ଡାକ୍ତର କହିଥିଲେ ।

ସୂଚନା ଥାଉକି, ଶୁକ୍ରବାର ଟ୍ରମ୍ପ ଦମ୍ପତି କୋରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଟ୍ବିଟ୍‌ କରି ସୂଚନା ଦେଇଥିଲେ । ପରେ ଟ୍ରମ୍ପଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.