ETV Bharat / international

ମହାକାଶରେ ଆମେରିକାର ସିକ୍ରେଟ ମିଶନ, ଲଞ୍ଚ କଲା ସ୍ପେଶ ପ୍ଲେନ - ଆମେରିକାର ରକେଟ ଲଞ୍ଚ

ସଫଳତାର ସହ ଆମେରିକା ଏୟାରଫୋର୍ସ ଲଞ୍ଚ କରିଛି ଏହାର ଆଟଲାସ ଭି ରକେଟ । ଏହା X-37B ନାମକ ସ୍ପେଶ ପ୍ଲେନକୁ ନେଇ ଏକ ଗୁପ୍ତ ମିଶନ ଆରମ୍ଭ କରିଥିବା ଜଣାପଡିଛି ।

secret mission in space, america's secret mission, america launches rocket, america latest news, ମହାକାଶରେ ସିକ୍ରେଟ ମିଶନ, ଆମେରିକାର ସିକ୍ରେଟ ମିଶନ, ଆମେରିକାର ରକେଟ ଲଞ୍ଚ, ଆମେରିକା ଲାଟେଷ୍ଟ ନ୍ୟୁଜ୍‌
ମହାକାଶରେ ଆମେରିକାର ସିକ୍ରେଟ ମିଶନ, ଲଞ୍ଚ କଲା ସ୍ପେଶ ପ୍ଲେନ
author img

By

Published : May 18, 2020, 11:32 PM IST

ୱାଶିଂଟନ: ସଫଳତାର ସହ ଆମେରିକା ଏୟାରଫୋର୍ସ ଲଞ୍ଚ କରିଛି ଏହାର ଆଟଲାସ ଭି ରକେଟ । ଏହା X-37B ନାମକ ସ୍ପେଶ ପ୍ଲେନକୁ ନେଇ ଏକ ଗୁପ୍ତ ମିଶନ ଆରମ୍ଭ କରିଥିବା ଜଣାପଡିଛି । ଶନିବାର ଏହାର ଲଞ୍ଚିଂ ହେବାକୁ ନିର୍ଦ୍ଧାରିତ ହୋଇଥିବା ବେଳେ ଖରାପ ପାଗ ଯୋଗୁଁ ଗୋଟିଏ ଦିନ ବିଳମ୍ବରେ ରବିବାର ଏହାକୁ କେପ କ୍ୟାନାଭେରାଲରୁ ଲଞ୍ଚ କରାଯାଇଛି ।

ଏହି ଏୟାରକ୍ରାଫ୍ଟର ଅନ୍ୟ ନାମ ହେଉଛି ଅର୍ବିଟାଲ ଟେଷ୍ଟ ଭେଇକିଲ (ଓଟିଭି) । ଏହି ରକେଟ କକ୍ଷପଥରେ ଏକ ସାଟେଲାଇଟ ଲଞ୍ଚ କରିବା ଯାହା ବିମିଂ ଟେକ୍ନୋଲୋଜି ପରୀକ୍ଷା କରିବ । ଏହି ପ୍ଲେନର ଏହା ମହାକାଶରେ ଷଷ୍ଠ ମିଶନ । ମହାମାରୀରେ ପ୍ରଭାବିତ ଲୋକଙ୍କ ଉଦ୍ଦେଶ୍ୟରେ ଏହି ରକେଟ ଲଞ୍ଚ ହୋଇଥିବା ନେଇ ସୂଚନା ରହିଛି । ଏହି ରକେଟରେ ‘ଆମେରିକା ଷ୍ଟ୍ରଙ୍ଗ’ ନାମକ ଏକ ମେସେଜ ଲେଖାରହିଛି ।

ତେବେ ଏହି ରକେଟ ଦ୍ବାରା ମହାକାଶକୁ ପଠାଯାଇଥିବା X-37B ବିଷୟରେ ଖୁବ କମ ଲୋକେ ଜାଣନ୍ତି । ଏହା ଏକ ସ୍ବତନ୍ତ୍ର ପ୍ରୋଗ୍ରାମିଂ ସହ ପ୍ରସ୍ତୁତ କରାଯାଇଥିବା ବେଳେ ଏହା ସମ୍ବନ୍ଧରେ ଖୁବ ତଥ୍ୟ ପ୍ରକାଶ କରାଯାଇଛି । ଯାହା ସ୍ପଷ୍ଟ କରେ କି ଆମେରିକା ବର୍ତ୍ତମାନ ମହାକାଶରେ ଏକ ସିକ୍ରେଟ ବା ଗୁପ୍ତ ମିଶନ ଆରମ୍ଭ କରିବା ପାଇଁ ପ୍ରସ୍ତୁତ ରହିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.