ETV Bharat / international

ୟୁରୋପକୁ ବାଇଡେନଙ୍କ ବାର୍ତ୍ତା, ଫେରିବ ଆମେରିକା

ଆମେରିକା ଓ ୟୁରୋପର ସମ୍ପର୍କରେ ଆସିବ ସୁଧାର । ଏନେଇ ସ୍ପଷ୍ଟ ସଙ୍କେତ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଅଧିକ ପଢନ୍ତୁ...

ଫେରିବ ଆମେରିକା
ଫେରିବ ଆମେରିକା
author img

By

Published : Feb 20, 2021, 10:54 AM IST

ୱାଶିଂଟନ: ଆମେରିକା ଓ ୟୁରୋପର ସମ୍ପର୍କରେ ଆସିବ ସୁଧାର । ଆମେରିକା ପୁଣି ଥରେ ଟ୍ରାନ୍ସଟଲାନଟିକ୍‌ ପାର୍ଟନସିପ୍‌(ଆମେରିକା ଓ ୟୁରୋପିଆନ ୟୁନିୟନ ମଧ୍ୟରେ ଥିବା ବାଣିଜ୍ୟକ ଚୁକ୍ତି)କୁ ଫେରିବ । ଏହା ସହ ଜଳବାୟୁ ପରିବର୍ତ୍ତନ ଓ କୋଭିଡ୍‌-19 ମହାମାରୀ ଉପରେ ସମ୍ବୋଧନ କରିବ ବୋଲି ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ।

ମୁଁ ବିଶ୍ବବାସୀଙ୍କୁ କହିବାକୁ ଚାହୁଁଛି ଯେ ଆମେରିକା ଫେରିବ ବୋଲି ସେ କହିଛନ୍ତି । ଏହା ସହ ଟ୍ରାନ୍ସଟଲାନଟିକ୍‌ ପାର୍ଟନସିପ୍‌ ଫେରିବ ଏବଂ ଆମେ ପଛକୁ ଫେରିବାକ ଚାହୁଁନୁ ବୋଲି ସେ ବିଶ୍ବବାସୀଙ୍କୁ ସ୍ପଷ୍ଟ ସଙ୍କେତ ଦେଇଛନ୍ତି ।

ମୁନିଚ ସୁରକ୍ଷା କନଫରେନ୍ସରେ ଭର୍ଚୁଆଲରେ ଭାଗ ନେଇ ସେ ଏପରି ମନ୍ତବ୍ୟ ରଖିଛନ୍ତି । ଆମେରିକା ପ୍ରଶାସନ ୟୁରୋପିଆନ ୟୁନିୟନ ସହିତ ଅତି ନିକଟରୁ କାମ କରିବ ତଥା ସମ୍ପର୍କ ଆହୁରି ସୁଦୃଢ କରିବ ବୋଲି ସେ କହିଛନ୍ତି ।

ସେହିପରି ଆମେରିକା ଓ ୟୁରୋପିଆନ ୟୁନିୟନ ଜଳବାୟୁ ପରିବର୍ତ୍ତନରେ ମଧ୍ୟ ମିଳିମିଶି କାମ କରିବେ ବୋଲି ସେ କହିଛନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.