ଓ୍ବାଶିଂଟନ: ଆମେରିକାରେ କୋରୋନା ସ୍ଥିତି ବେକାବୁ। ମହାମାରୀ ସ୍ଥିତି ଗତ କିଛିଦିନ ହେବ ପୁର୍ନବାର ବଢିବାରେ ଲାଗିଛି । ସତେ ଯେପରି ଦେଶର ପିଛା ଛାଡୁନି କୋରୋନା। କେତବେଳେ ସଂକ୍ରମଣ ସଂଖ୍ୟାରେ ଅହେତୁକ ଭାବେ ବୃଦ୍ଧି ପାଉଥିବାବେଳେ, ଆଉ କେବେ ମୃତ୍ୟୁ ସଂଖ୍ୟା ବଢିଚାଲିଛି ।
ଜନ ହପକିନ୍ସ ୟୁନିଭର୍ସିଟି ମୁତାବକ ଗତ 24 ଘଣ୍ଟାରେ ଦେଶରେ 76 ହଜାର 570 ଟି ନୂଆ ମାମଲା ରିପୋର୍ଟ ହୋଇଥିବାବେଳେ, 1225ରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ଗୁରୁବାର ସକାଳ ସୁଦ୍ଧା 41 ଲକ୍ଷ 89 ହଜାର 991 ରେ ପହଞ୍ଚିଛି ସଂକ୍ରମଣ ସଂଖ୍ୟା ।
ସେହିପରି ଏଥିରେ 1 ଲକ୍ଷ 46 ହଜାର 333 ଜଣଙ୍କର ମୃତ୍ୟୁ ହୋଇଛି । 19 ଲକ୍ଷ 39 ହଜାରରୁ ଅଧିକ ସଂକ୍ରମିତ ସୁସ୍ଥ ହୋଇଥିବାବେଳେ, 20 ଲକ୍ଷ 14 ହଜାରଟି ମାମଲା ଆକ୍ଟିଭ ରହିଛି । ତେବେ ଆମେରିକାର ସବୁଠୁ ପ୍ରଭାବିତ ଦେଶ ମଧ୍ୟରେ ନ୍ୟୁୟର୍କ ରହିଛି ।
ଯେଉଁଠି ବର୍ତ୍ତମାନ ସୁଦ୍ଧା 4 ଲକ୍ଷ 36 ହଜାର 576 ଟି ପଜିଟିଭ ମାମଲା ରିପୋର୍ଟ ହୋଇଛି । ସେଥିରୁ 32 ହଜାର 558 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, 72 ହଜାର 386 ଜଣ ସୁସ୍ଥ ହୋଇଛନ୍ତି ।