ହୋନିଆରା: ସୋଲୋମନ ଦୀପପୁଞ୍ଜରେରେ ରବିବାର ଭୟଙ୍କର ଭୂମିକମ୍ପ ଅନୂଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.3 ରହିଛି।
ରବିବାର ସକାଳୁ ସକାଳୁ ସୋଲେମାନ ଦୀପପୁଞ୍ଜରେ ଦକ୍ଷିଣପଶ୍ଚିମ ଲତା ଅଞ୍ଚଳରୋ ଭୂକମ୍ପର ଝଟକା ଅନୂଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.3 ରହିଛି ।
ଭୂକମ୍ପ ପ୍ରଭାବରେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ । ତେବେ ଏହି ସମୟରେ ଲୋକେ ଭୟଭୀତ ହୋଇ ଘର ବାହାରକୁ ପଳାଇ ଆସିବାର ଦେଖିବାକୁ ମିଳିଥିଲା । ଗତ କିଛି ଦିନ ହେବ ବିଶ୍ବର ବିଭିନ୍ନ ଦେଶରେ ଲଗାତାର ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି ।
ଅନ୍ୟପଟେ ଜାପାନର ଇଜୁ ଦୀପପୁଞ୍ଜରେ ଶନିବାର ସକାଳୁ 5.2 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିବା ଆମେରିକା ଭୂତତ୍ତ୍ବବିତ୍ତଙ୍କ ସର୍ଭେରୁ ଜଣାପଡିଛି ।
@ANI