ETV Bharat / international

କୋରୋନା ମହାମାରୀରେ କବଳରେ 22 ହଜାର ସ୍ବାସ୍ଥ୍ୟ କର୍ମୀ: WHO - ବିଶ୍ବ ସ୍ବସ୍ଥ୍ୟ ସଂଗଠନ

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) କହିଛି ଯେ କୋଭିଡ -19 ମହାମାରୀ ହେତୁ 52 ଟି ଦେଶ ତଥା ଅଞ୍ଚଳର ମୋଟ 22 ହଜାର ସ୍ବାସ୍ଥ୍ୟ କର୍ମୀ ସଂକ୍ରମିତ ହୋଇଛନ୍ତି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Apr 12, 2020, 5:57 PM IST

ଜେନେଭା: ଲଗାତାର ଭାବେ କୋରୋନା ସଂକ୍ରମଣ ସାରା ବିଶ୍ବରେ ବ୍ୟାପିବାରେ ଲାଗିଛି । ସବୁଠାରୁ ଚିନ୍ତାଜନକ କଥା ହେଉଛି କୋରୋନା ଯୁଦ୍ଧରେ ଯେଉଁମାନେ ଆଗରେ ରହି ଲଢୁଛନ୍ତି , ସେମାନେ ଏବେ କୋରୋନା ଗ୍ରାସରେ । ବିଶ୍ବ ସ୍ବସ୍ଥ୍ୟ ସଂଗଠନ (WHO) କହିଛି ଯେ କୋଭିଡ -19 ମହାମାରୀ ହେତୁ 52 ଟି ଦେଶ ତଥା ଅଞ୍ଚଳର ମୋଟ 22 ହଜାର ସ୍ବାସ୍ଥ୍ୟ କର୍ମୀ ସଂକ୍ରମିତ ହୋଇଛନ୍ତି ।

ସିନ୍‌ହୁଆ ଖବରକାଗଜ ଶନିବାରର ଦୈନିକ ରିପୋର୍ଟକୁ ଦର୍ଶାଇ କହିଛି ଯେ 8 ଏପ୍ରିଲ ସୁଦ୍ଧା କୋଭିଡ -19 ଦ୍ବାରା ପ୍ରଭାବିତ 22,000 ସ୍ବାସ୍ଥ୍ୟ କର୍ମୀଙ୍କ ବିଷୟରେ WHO କୁ ସୂଚନା ଦିଆଯାଇଥିଲା। ପ୍ରାରମ୍ଭିକ ଫଳାଫଳରୁ ଜଣାପଡିଛି ଯେ ସ୍ବାସ୍ଥ୍ୟ କର୍ମୀମାନେ କର୍ମକ୍ଷେତ୍ର ତଥା ଗୋଷ୍ଠୀ ମାଧ୍ୟମରେ ସଂକ୍ରମିତ ହେଉଛନ୍ତି ।

ବ୍ୟକ୍ତିଗତ ପ୍ରତିରକ୍ଷା ଉପକରଣ (ପିପିଏ) ର ସଠିକ୍ ବ୍ୟବହାର ଯଥା ମାସ୍କ, ଗଗଲ୍ସ, ଗ୍ଲୋଭସ୍ ଏବଂ ଗାଉନ ପ୍ରମଖୁ ଉପକରକୁ ଫ୍ରଣ୍ଟଲାଇନରେ ମହାମାରୀ ସହ ଲଢୁଥିବା ସ୍ବାସ୍ଥ୍ୟ କର୍ମୀଙ୍କୁ ସୁରକ୍ଷା ଦେବା ପାଇଁ WHO ଗୁରୁତ୍ବାରୋପ କରିଛି।

@IANSଇନପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.