ETV Bharat / international

ବିଶ୍ବରେ ପ୍ରଥମ, 24 ଘଣ୍ଟାରେ ଗଡିଲା 2ହଜାରରୁ ଊର୍ଦ୍ଧ୍ବ ମୁଣ୍ଡ

କୋରୋନାର ପ୍ରକୋପ କେତେ ଭୟଙ୍କର ହୋଇପାରେ ତାହା ଚୀନ, ଇଟାଲୀ ଓ ସ୍ପେନଠାରୁ ବିଶ୍ବ ଦେଖି ସାରିଥିବା ବେଳେ ଏବେ ଏହି ତାଲିକାରେ ସାମିଲ ହୋଇଛି ଆମେରିକା । ଗତ 24 ଘଣ୍ଟାରେ କୋରୋନାରେ ଏଠାରେ ଗଡିଛି 2ହଜାରରୁ ଉର୍ଦ୍ଧ୍ବ ମୁଣ୍ଡ ।

coronavirus news, corona update, corona update in america, corona in america, world record in corona death toll, ଆମେରିକାରେ କୋରୋନା, କୋରୋନା ଅପଡେଟ, ଆମେରିକାରେ କୋରୋନା ଅପଡେଟ, କୋରୋନା ଭାଇରସ ନ୍ୟୁଜ୍‌, କୋରୋନା ମୃତ୍ୟୁରେ ରେକର୍ଡ
ବିଶ୍ବରେ ପ୍ରଥମ, 24 ଘଣ୍ଟାରେ ଗଡିଲା 2ହଜାରରୁ ଉର୍ଦ୍ଧ୍ବ ମୁଣ୍ଡ
author img

By

Published : Apr 12, 2020, 10:50 PM IST

ୱାଶିଂଟନ: କୋରୋନାର ପ୍ରକୋପ କେତେ ଭୟଙ୍କର ହୋଇପାରେ ତାହା ଚୀନ, ଇଟାଲୀ ଓ ସ୍ପେନଠାରୁ ବିଶ୍ବ ଦେଖିସାରିଥିବା ବେଳେ ଏବେ ଏହି ତାଲିକାରେ ସାମିଲ ହୋଇଛି ଆମେରିକା । ଗତ 24 ଘଣ୍ଟାରେ କୋରୋନା ଯୋଗୁଁ ଏଠାରେ ଗଡିଛି 2ହଜାରରୁ ଉର୍ଦ୍ଧ୍ବ ମୁଣ୍ଡ । ଯାହା ବର୍ତ୍ତମାନ ସୁଦ୍ଧା ବିଶ୍ବରେ ପ୍ରଥମ ବୋଲି ଆକଳନ କରାଯାଇଛି ।

ଏବେ ସୁଦ୍ଧା ଆମେରିକାରେ 18,883 ଲୋକଙ୍କର କୋରୋନାରେ ମୃତ୍ୟୁ ହୋଇସାରିଥିବା ବେଳେ ଆକ୍ରାନ୍ତ ରହିଛନ୍ତି ଲକ୍ଷାଧିକ । ସେପଟେ କେବଳ ନ୍ୟୁୟର୍କରେ ଅଧାରୁ ଅଧିକ ସଂଖ୍ୟା ଅର୍ଥାତ 7844ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ସଂଖ୍ୟାଟି ଦେଖି କିଛି ଏକ୍ଟପର୍ଟ ମତ ଦେଇଛନ୍ତି କି ଦୈନିକ ମୃତ୍ୟୁ ସଂଖ୍ୟାର ଏକ ସୀମା ଆକଳନ କରାଯାଇଛି । ଯାହାର ଆମେରିକା ଅତି ନିକଟତର ହୋଇସାରିଛି ।

ସେପଟେ ମୁରେସ ମଡେଲ ପ୍ରୋଜେକ୍ଟର ଆକଳନ ଅନୁଯାୟୀ ଯଦି ମାସ ଶେଷ ସୁଦ୍ଧା ଦେଶରେ କୋରୋନା ପରିସ୍ଥିତିରେ ସୁଧାର ନ ଆସେ ତେବେ ଆଗାମୀ ଅଗଷ୍ଟ ମାସ ସୁଦ୍ଧା ଦେଶରେ 61,500 ଲୋକେ ମୃତ୍ୟୁ ମୁଖରେ ପଡିବେ । ଏନେଇ ଦେଶବାସୀଙ୍କୁ ସାମାଜିକ ଦୂରତ୍ବକୁ ଅତି ଗମ୍ଭୀରତାର ସହ ପାଳନ କରିବାର ଆବଶ୍ୟକତା ରହିଛି ବୋଲି ମଧ୍ୟ ମତ ପ୍ରକାଶ ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.