ETV Bharat / international

103 ବର୍ଷ ବୃଦ୍ଧାଙ୍କ ଅଜବ ଇଚ୍ଛା: କୋଭିଡ ହସପିଟାଲରୁ ବାହାରି କଲେ 'ବେଙ୍ଗ' ଟାଟୁ

author img

By

Published : Aug 15, 2020, 5:50 PM IST

ସେ ବୟସ୍କ ହୁଅନ୍ତୁ କି ଯୁବକ ଟାଟୁ କରିବାର ନିଶା ଅନେକଙ୍କର ଥାଏ । ହେଲେ ନିକଟରେ ଆମେରିକାରେ ଜଣେ 103 ବର୍ଷୀୟା ବୃଦ୍ଧା କୋରୋନାରୁ ସୁସ୍ଥ ହେବା ପରେ ସିଧାସଳଖ ଟାଟୁ କରିବାକୁ ଯାଇଥିଲେ । ଆଉ ଟାଟୁ କଳାକାରଙ୍କ ନିକଟରେ ପହଞ୍ଚି ତାଙ୍କ ହାତରେ ମେଣ୍ଡକ ବା ବେଙ୍ଗ ସଦୃଶ ଏକ ଟାଟୁ କରିଥିଲେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅଧିକ ପଢନ୍ତୁ..

103 ବର୍ଷ ବୃଦ୍ଧାଙ୍କ ଅଜବ ଇଚ୍ଛା,  ସିଧାସଳଖ କୋଭିଡ ହସପିଟାଲରୁ ବାହାରି  କଲେ ଟାଟୁ

ୱାଶିଂଟନ: ସେ ବୟସ୍କ ହୁଅନ୍ତୁ କି ଯୁବକ ଟାଟୁ କରିବାର ନିଶା ଅନେକଙ୍କର ଥାଏ । ହେଲେ ନିକଟରେ ଆମେରିକାରେ ଦେଖିବାକୁ ମିଳିଛି ଏମିତି ଏକ ଦୃଶ୍ୟ, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ନିଶ୍ଚୟ । ଜଣେ 103 ବର୍ଷୀୟା ବୃଦ୍ଧା କୋରୋନାରୁ ସୁସ୍ଥ ହେବା ପରେ ସିଧାସଳଖ ଟାଟୁ କରିବାକୁ ଯାଇଥିଲେ । ଆଉ ଟାଟୁ କଳାକାରଙ୍କ ନିକଟରେ ପହଞ୍ଚି ତାଙ୍କ ହାତରେ ମେଣ୍ଡକ ବା ବେଙ୍ଗ ସଦୃଶ ଏକ ଟାଟୁ କରିଥିଲେ ।

ବୃଦ୍ଧା ଜଣଙ୍କ ହେଉଛନ୍ତି ଡୋରୋଥୀ । ସେ ଜୁନ 16 ରେ କୋଭିଡ ପଜିଟିଭ ଚିହ୍ନଟ ହୋଇ ଆମେରିକାର ମିଚିଗାନର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ସେହି ସମୟରେ ତାଙ୍କ ଜନ୍ମ ଦିନ ମଧ୍ୟ ପଡିଥିଲା । କିନ୍ତୁ ଡାକ୍ତରଖାନାରେ ଥିବା ସମୟରେ ସେ ଏହାକୁ ପାଳି ପାରି ନଥିଲେ । ସେପଟେ କାନକୁ ଭଲ ଭାବରେ ଶୁଭୁ ନଥିବାରୁ ନାତି ନାତୁଣୀଙ୍କ ସହ ଫୋନରେ କଥା ମଧ୍ୟ ହୋଇ ପାରିନଥିଲେ । ଯାହାକୁ ନେଇ ସେ ବହୁତ ବ୍ୟସ୍ତ ବିବ୍ରତ ମଧ୍ୟ ହୋଇଯାଇଥିଲେ ।

ତେବେ ସେ କହିଛନ୍ତି ଯେ ସବୁବେଳେ ମତେ ମୋ ନାତି ନାତୁଣୀମାନେ ଟାଟୁ କରିବାକୁ କହିଥାନ୍ତି । ହେଲେ ମୁଁ କେବେ ସେମାନଙ୍କ କଥା ଶୁଣେ ନାହିଁ । କିନ୍ତୁ ଡାକ୍ତରଖାନାରେ ରହିବା ସମୟରେ ମତେ ଏହା ଅନୁଭବ ହୋଇଥିଲା ଯେ ଜୀବନରେ କୌଣସି ଇଚ୍ଛା ଅସମ୍ପୂର୍ଣ୍ଣ ରହିବା ଉଚିତ୍ ନୁହେଁ । ସେଥିପାଇଁ ମୁଁ ହସପିଟାଲରୁ ଡିସଚାର୍ଜ ହେବା ପରେ ବିଳମ୍ବ ନ କରି ଏକ ବେଙ୍ଗର ଟାଟୁ କରିଛି । ମତେ ବେଙ୍ଗ ବହୁତ ଭଲ ଲାଗୁଥିବାରୁ ଏହି ଟାଟୁ କରିଛି । ଆଉ ଟାଟୁ କରିବାକୁ ବାଇକରେ ଯାଇଥିବା ନେଇ ବେଶ ଖୁସିଥିବା କହିଛନ୍ତି । ତେବେ ଟାଟୁ କଳାକାର ରାଇ ରେସନର୍ ଜୁ ମଧ୍ୟ ତାଙ୍କ ହାତରେ ଟାଟୁ କରି ବେଶ ଖୁସିଥିବା କହିଛନ୍ତି । ଏହା ମଧ୍ୟ ତାଙ୍କ ପାଇଁ ଏକ ଖୁସିର ମୁହୂର୍ତ୍ତ ଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.