ୱେଲିଂଟନ: ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଶକ୍ତିଶାଳୀ ଭୂକମ୍ପ ଝଟକା । ବୁଧବାର ବିଳମ୍ବିତ ରାତ୍ରିରେ ନ୍ୟୁଜିଲାଣ୍ଡରେ 7.7 ମାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଛି । ଫଳରେ ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ, ଓ ନ୍ୟୁଜଲାଣ୍ଡର ନିକଟବର୍ତ୍ତୀ ଅଞ୍ଚଳକୁ ସୁନାମି ଆଲର୍ଟ ଜାରି ହୋଇଛି ।
ଅଷ୍ଟ୍ରେଲିୟା ପାଣିପାଗ ବିଭାଗ ଏକ ଟୁଇଟ୍ରେ ସୂଚନା ଦେଇଛି ଯେ ଅଷ୍ଟ୍ରେଲିଆର ମଧ୍ୟଭାଗର ପୂର୍ବଠାରୁ ପ୍ରାୟ 550 କିଲୋମିଟର ଦୂରରେ ଅବସ୍ଥିତ ଲର୍ଡ ହାଓ ଦ୍ବୀପକୁ ବିପଦ ରହିଛି । USGS ଅନୁଯାୟୀ ନ୍ୟୁ କାଲେଡୋନିଆର ଭାଓଠାରୁ ପ୍ରାୟ 415 କିଲୋମିଟର ପୂର୍ବରେ ବୁଧବାର ମଧ୍ୟରାତ୍ରିରେ ଏହି ଭୂକମ୍ପ ହୋଇଛି। ଫଳରେ ସୁନାମି ହେବାର ଆଶଙ୍କା ରହିଛି ।
ନ୍ୟୁଜିଲାଣ୍ଡର ଜାତୀୟ ଜରୁରୀକାଳୀନ ପରିଚାଳନା ଏଜେନ୍ସି ଏକ ବିବୃତ୍ତି ଜାରି କରି ଉପକୂଳବର୍ତ୍ତୀ ଅଞ୍ଚଳକୁ ସୁରକ୍ଷିତ ସ୍ଥାନକୁ ଯିବାକୁ ଆଲର୍ଟ ଜାରି ହୋଇଛି । ନଦୀ, ସମୁଦ୍ର ଏବଂ ଜଳାଶୟରୁ ଦୂରେଇ ରହିବାକୁ କୁହାଯାଇଛି ।