ଅବୁଜା: ପୂର୍ବତ୍ତୋର ନାଇଜେରିଆର ବୋକୋ ହାରାମ ଜିହାଦିଷ୍ଟରେ ରବିବାର ସିରିଜ ବୋମା ବିସ୍ଫୋରଣ ଘଟି 30 ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏଥିରେ ଅନ୍ଯ 40 ଜଣ ଆହତ ହୋଇଥିବା ରାଜ୍ୟ ଆପତ୍ତିକାଳୀନ ପ୍ରବନ୍ଧନ ସଂସ୍ଥାର ମୁଖ୍ୟ ଉସ୍ମାନ କାଛଲା କହିଛନ୍ତି । ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି ।
ସୂଚନା ମୁତାବକ ବୋର୍ନୋ ରାଜ୍ୟର ରାଜଧାନୀ ମୈଦୁଗିରିରୁ 38 କିମି ଦୂର କୋଡୁଙ୍ଗାର ଏକ ହଲ ବାହାରେ ଏହି ବିସ୍ଫୋରଣ ଘଟିଛି । ଏଠାରେ ଫୁଟବଲ ପ୍ରେମୀ ଟିଭିରେ ମ୍ୟାଚ୍ ଦେଖୁଥିବା ସମୟରେ 3 ଜଣ ସନ୍ଦିଗ୍ଧ ଏହି ଆକ୍ରମଣ ଘଟାଇଥିବା ଜଣା ପଡିଛି ।