କାରକାସ:ଭେନେଜୁଏଲାରେ ଗୋଟିଏ ଜାହାଜ ତ୍ରିନିଦାଦ ଏବଂ ଟାବାଗୋ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାଗସ୍ତ ହୋଇଛି । ଦୁର୍ଘଟଣାରେ 14ଜଣଙ୍କର ମୃତ୍ୟୁ ହୋଇଥିବା ଭେନେଜୁଏଲା ସରକାରୀ ସୁତ୍ରରୁ ଜଣାପଡିଛି ।
ସୂଚନାଅନୁସାରେ, ଶନିବାର ଦିନ ଜାହାଜଟି ଭେନେଜୁଏଲାରୁ ତ୍ରିନିଦାଦ ଏବଂ ଟାବାଗୋ ଅଭିମୁଖେ ବାହାରି ଥିଲା । ଜାହାଜଟି କୌଣସି ଯାନ୍ତ୍ରୀକ ତ୍ରୁ଼ଟି କାରଣରୁ ଦୁର୍ଘଟଣାଗସ୍ତ ହୋଇଥିଲା । ଫଳରେ ଜାହାଜଟି ପାଣିରେ ବୁଡି ଯାଇଥିଲା । ଘଟଣାର ଖବର ପାଇ ତଟରକ୍ଷା ବାହୀନି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।
ଅନେକ ଖୋଜା ଖୋଜି କରିବା ଶନିବାର ଅପରାହ୍ନରେ କୋଷ୍ଟଗାର୍ଡ ପାଟ୍ରୋଲିଂ ଦ୍ବାରା 11ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଅନ୍ୟ ଯାତ୍ରୀମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ତେବେ ରବିବାର ସମୁଦ୍ର କୂଳରୁ ଆଉ ତିନି ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରିଛି ଉଦ୍ଧାରକାରୀ ଦଳ । 2018 ରୁ 2019 ଭିତରେ ଗୁଇରିଆରୁ ତ୍ରିନିଦାଦ ପର୍ଯ୍ୟନ୍ତ ଯାତ୍ରା ସମୟରେ ପ୍ରାୟ 100 ଲୋକ ନିଖୋଜ ହୋଇଛନ୍ତି ।
@ANI