ETV Bharat / headlines

ହାଟରୁ ଫେରିବାବେଳେ ବୁଡିଗଲା ଡଙ୍ଗା: ଶିଶୁ ମୃତ, 2 ମହିଳା ନିଖୋଜ - 1 child died

ହାଟରୁ ଫେରୁଥିବାବେଳେ ଝଡତୋଫାନ ଯୋଗୁଁ ଡଙ୍ଗା ଓଲଟିପଡିବାରୁ 2 ବର୍ଷର ଶିଶୁର ମୃତ୍ୟୁ ହୋଇଥିବାବେଳେ 2 ଜଣ ମହିଳା ନିଖୋଜ ଅଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : Jun 3, 2019, 12:41 PM IST

Updated : Jun 3, 2019, 4:47 PM IST

ମାଲକାନଗିରି: ଜିଲ୍ଲାର ଆନ୍ଧ୍ର ସୀମାନ୍ତବର୍ତ୍ତୀ ସିଲେରୁ ନଦୀରେ ଡଙ୍ଗା ବୁଡିଯିବାରୁ ଜଣେ ଶିଶୁର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ନିଖୋଜ ଅଛନ୍ତି । ଡଙ୍ଗାରେ ସମୁଦାୟ 5 ଜଣ ଯାତ୍ରୀ ଥିବାବେଳେ ଝଡତୋଫାନ ହେବା ଯୋଗୁଁ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟିପଡିଥିଲା । ସମସ୍ତ ଯାତ୍ରୀ ପାଙ୍ଗମପଡୁ ବଙ୍ଗଳା କ୍ୟାମ୍ପରୁ ବଚଳୁରୁ ଗାଁକୁ ଯାଉଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ସୂଚନାନୁଯାୟୀ, ଆନ୍ଧ୍ର ସିଲେରୁ ସହରରେ ହାଟ କରିବା ପରେ ସତୀ ବାବୁ ନାମକ ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ପାର୍ବତୀ ଓ ଦୁଇ ବର୍ଷର ଝିଅ ଦିବ୍ୟଶ୍ରୀ ସହ ଉକ୍ତ ଡଙ୍ଗାରେ ଥିଲେ । ସେମାନଙ୍କ ସହ ଅନ୍ୟ ଦୁଇ ଜଣ ମହିଳା ପି.ବୁଲମା ଓ ବି.କ୍ରୀଷ୍ଣା ବେଣୀ ମଧ୍ୟ ଥିଲେ । ଝଡ ତୋଫାନ ଆସିବାରୁ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡି ଯାଇଥିଲା । ଫଳରେ 2 ବର୍ଷର ଝିଅ ଦିବ୍ୟଶ୍ରୀର ମୃତ୍ୟୁ ହୋଇଥିବାବେଳେ ପି.ବୁଲମା ଓ ବି.କ୍ରୀଷ୍ଣା ବେଣୀ ନାମକ 2 ମହିଳା ନିଖୋଜ ଅଛନ୍ତି ।

ତେବେ ସ୍ଥାନୀୟ ଗାଁ ଲୋକେ ଅନ୍ୟ ଡଙ୍ଗା ସାହାଯ୍ୟରେ ନଦୀ ଚାରିପଟେ ଖୋଜାଖୋଜି କରିଥିଲେ ହେଁ ବର୍ତ୍ତମାନ ସୁଦ୍ଧା ସେମାନଙ୍କ କୌଣସି ଖୋଜ ଖବର ମିଳିନାହିଁ । ପ୍ରଶାସନ ପକ୍ଷରୁ କୌଣସି ଅଧିକାରୀ ବର୍ତ୍ତମାନ ସୁଦ୍ଧା ସେଠାରେ ପହଞ୍ଚି ନଥିବା ଜଣାପଡିଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Last Updated : Jun 3, 2019, 4:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.