ETV Bharat / entertainment

Dunki: ଜନ୍ମଦିନରେ ଫ୍ୟାନ୍ସଙ୍କୁ କିଙ୍ଗ୍‌ଖାନ୍‌ଙ୍କ ଭେଟି, ରିଲିଜ ହେଲା ଡଙ୍କିର ଟିଜର

ଶାହାରୁଖ ଖାନଙ୍କ ଫିଲ୍ମ ଡଙ୍କିକୁ ନେଇ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହାରି ମଧ୍ୟରେ କିଙ୍ଗ ଖାନଙ୍କ ଜନ୍ମଦିନରେ ନିର୍ମାତା ଡଙ୍କି ଟିଜର ରିଲିଜ କରିଛନ୍ତି । ଅଧିକ ପଢନ୍ତୁ,

author img

By ETV Bharat Odisha Team

Published : Nov 2, 2023, 2:16 PM IST

Dunki: ଜନ୍ମଦିନରେ ଫ୍ୟାନ୍ସଙ୍କୁ କିଙ୍ଗଖାନଙ୍କ ଭେଟି, ରିଲିଜ ହେଲା ଡଙ୍କିର ଟିଜର

ହାଇଦ୍ରାବାଦ: ଅପେକ୍ଷାର ହେଲା ଅନ୍ତ । ଶାହାରୁଖ ଖାନଙ୍କ ୫୮ତମ ଜନ୍ମଦିନରେ ଫ୍ୟାନ୍ସଙ୍କୁ ଭେଟି । ଏହି ବିଶେଷ ଅବସରରେ କିଙ୍ଗଖାନଙ୍କ ଆଗାମୀ ଫିଲ୍ମ ଡଙ୍କିର ଟିଜର ରିଲିଜ ହୋଇଛି । ଶାହାରୁଖ ଖାନଙ୍କ ଜନ୍ମଦିନ ତାଙ୍କ ଫ୍ୟାନ୍ସଙ୍କ ପାଇଁ କୌଣସି ପର୍ବଠାରୁ କମ ନୁହେଁ । ଟିଜର ରିଲିଜ ହେବା ପରେ ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ଉତ୍ସାହ ଦ୍ବିଗୁଣିତ ହୋଇଛି ।

  • " class="align-text-top noRightClick twitterSection" data="">

ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ 'ଡିଙ୍କି'ର ଏହି ଟିଜର ଗୁରୁବାର ଦିନ ଶାହାରୁଖ ଖାନଙ୍କ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ରିଲିଜ କରିଛନ୍ତି । ଡଙ୍କିର ଏହି ଟିଜର କିଙ୍ଗ୍‌ ଖାନଙ୍କ ଦ୍ୱାରା ଡ୍ରପ 1 ନାମରେ ସେୟାର କରାଯାଇଛି । ଡଙ୍କିର କାହାଣୀ ବେଆଇନ ଇମିଗ୍ରେସନ ଦ୍ୱାରା ଅନୁପ୍ରାଣିତ । ଟିଜର ସେୟାର କରି ଶାହାରୁଖ କ୍ୟାପସନରେ ଲେଖିଛନ୍ତି, ଏହା ହେଉଛି ସରଳ ଏବଂ ପ୍ରକୃତ ଲୋକଙ୍କ କାହାଣୀ, ଯେଉଁମାନେ ସେମାନଙ୍କର ସ୍ୱପ୍ନ ଏବଂ ଇଚ୍ଛା ପୂରଣ ପାଇଁ ସମସ୍ତ ପ୍ରକାର ଉଦ୍ୟମ କରନ୍ତି । ବନ୍ଧୁତା, ଭଲପାଇବା ଏବଂ ତୁମ ସହ ଜଡିତ ପ୍ରତ୍ୟେକ ସମ୍ପର୍କର ଏକ ହୃଦୟସ୍ପର୍ଶୀ କାହାଣୀ । ଏହି ଯାତ୍ରା ସହ ଜଡିତ ହୋଇ ମୁଁ ଅତ୍ୟଧିକ ଗୌରବାନ୍ୱିତ । ମୁଁ ଆଶା କରେ ଆପଣ ମଧ୍ୟ ଏହି ଯାତ୍ରାରେ ଯୋଗ ଦେବେ ।

  • A story of simple and real people trying to fulfill their dreams and desires. Of friendship, love, and being together… Of being in a relationship called Home!
    A heartwarming story by a heartwarming storyteller. It's an honour to be a part of this journey and I hope you all come… pic.twitter.com/AlrsGqnYuT

    — Shah Rukh Khan (@iamsrk) November 2, 2023 " class="align-text-top noRightClick twitterSection" data=" ">

ରାଜକୁମାର ହିରାନୀଙ୍କ ଏହି ସିନେମାରେ ଶାହରୁଖ ଖାନଙ୍କ ବ୍ୟତୀତ ବିକି କୌଶଲ, ତାପସୀ ପନ୍ନୁ, ବୋମନ ଇରାନୀ, ସତୀଶ ଶାହାଙ୍କ ପରି ବଲିଉଡ ଅଭିନେତାମାନେ ଅଭିନୟ କରିଛନ୍ତି । ତେବେ ଶାହାରୁଖ ଖାନଙ୍କ ଏହି ଚଳଚ୍ଚିତ୍ର ଆସନ୍ତା ଖ୍ରୀଷ୍ଟମାସ ଅର୍ଥାତ୍ ୨୨ ଡିସେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହାପୂର୍ବରୁ ୨୧ ଡିସେମ୍ବରରେ ସାରା ବିଶ୍ବରେ ରିଲିଜ ହେବ 'ଡଙ୍କି' । ରାଜକୁମାର ହିରାନୀ ଏବଂ ତାପସୀ, ବିକିଙ୍କ ସହ ଶାହାରୁଖ ପ୍ରଥମ ଥର ପାଇଁ ଏହି ଫିଲ୍ମରେ କାମ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ୫୮ ବର୍ଷରେ ପାଦ ଥାପିଲେ କିଙ୍ଗଖାନ, ମନ୍ନତ ଆଗରେ ଜମିଲା ଫ୍ୟାନ୍ସଙ୍କ ମେଳି

ସୂଚନା ଥାଉ କି, ଏହି ଦିନରେ ଶାହାରୁଖ ଖାନଙ୍କ ଫିଲ୍ମ ଡଙ୍କି ପ୍ରଭାସଙ୍କ ଫିଲ୍ମ ସାଲାର ସହ କଡା ପ୍ରତିଦ୍ବନ୍ଦ୍ବିତା କରିବ । କାରଣ ଡଙ୍କି ଏବଂ 'ସାଲାର' 22 ଡିସେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଛି । ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ ସାଲାରରେ ପ୍ରଭାସଙ୍କ ସହ ପ୍ରୀତିରାଜ ସୁକୁମାରନ୍ ଏବଂ ଶ୍ରୁତି ହାସନ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ର କନ୍ନଡ, ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ ହିନ୍ଦୀରେ ମୁକ୍ତିଲାଭ କରିବ । ଏହା ବ୍ୟତୀତ ଦକ୍ଷିଣର ସୁପର ଭିଲେନ୍ ଜଗପତି ବାବୁ, ଇଶ୍ୱରୀ ରାଓ, ଶ୍ରୀୟା ରେଡ୍ଡୀ ମଧ୍ୟ ଏହି ଚଳଚ୍ଚିତ୍ରରେ ପ୍ରମୁଖ ଭୂମିକାରେ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.