ETV Bharat / entertainment

Vicky Kaushal Birthday: ଜନ୍ମଦିନରେ ସ୍ବତନ୍ତ୍ର ବାର୍ତ୍ତା ସହ ଶୁଭେଚ୍ଛା ଜଣାଇଲେ ବାପା ଶ୍ୟାମ କୌଶଲ

author img

By

Published : May 16, 2023, 11:20 AM IST

ବଲିଉଡ ଅଭିନେତା ବିକି କୌଶଲଙ୍କ ଆଜି 35ତମ ଜନ୍ମଦିନ । ଏହି ବିଶେଷ ଅବସରରେ ସୋସିଆଲ ମିଡିଆରେ ତାଙ୍କ ପିତା ଶ୍ୟାମ କୌଶଲ ଏକ ହୃଦୟସ୍ପର୍ଶୀ ଫଟୋ ସେୟାର କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ

ଜନ୍ମଦିନରେ ସ୍ବତନ୍ତ୍ର ବାର୍ତ୍ତା ସହ ଶୁଭେଚ୍ଛା ଜଣାଇଲେ ବାପା ଶ୍ୟାମ କୌଶଲ

ମୁମ୍ବାଇ: ବଲିଉଡ ଲୋକପ୍ରିୟ ଅଭିନେତା ବିକି କୌଶଲଙ୍କ ପାଇଁ ଆଜି ଏକ ବିଶେଷ ଦିନ । ଅଭିନେତା ଆଜି ତାଙ୍କର 35ତମ ଜନ୍ମଦିନ ପାଳନ କରୁଛନ୍ତି । ବିକି ବଲିଉଡର ଜଣାଶୁଣା ଆକ୍ସନ ଏବଂ ଷ୍ଟଣ୍ଟ ନିର୍ଦ୍ଦେଶକ ଶ୍ୟାମ କୌଶଲଙ୍କ ପୁଅ । ତାଙ୍କ ଜନ୍ମଦିନରେ ପ୍ରଶଂସକ ଏବଂ ସମ୍ପର୍କୀୟମାନେ ବିକିଙ୍କୁ ଶୁଭେଚ୍ଛା ଜଣାଇବା ସହ ଏବଂ ଆଶୀର୍ବାଦ ଦେଇଛନ୍ତି । ସେପଟେ ସୋସିଆଲ ମିଡିଆରେ ବିକିଙ୍କ ପିତା ଶ୍ୟାମ କୌଶଲ ମଧ୍ୟ ଏହି ଶୁଭ ଦିନରେ ପୁଅ ପାଇଁ ଏକ ସ୍ୱତନ୍ତ୍ର ପୋଷ୍ଟ ସେୟାର କରିଛନ୍ତି । ଶ୍ୟାମ କୌଶଲ ପୁଅ ବିକିଙ୍କ ସହ ଏକ ଫଟୋ ସେୟାର କରି ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି ।

ଇନଷ୍ଟାଗ୍ରାମରେ ପୁଅ ବିକି କୌଶଲଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇ ଶ୍ୟାମ କୌଶଲ ଲେଖିଛନ୍ତି, "ଜନ୍ମଦିନର ଶୁଭକାମନା ବିକି ପୁତର, ଭଗବାନ ତୁମକୁ ସର୍ବଦା ଆଶୀର୍ବାଦ କରନ୍ତୁ, ମୁଁ ବହୁତ ଖୁସି ଯେ ମୁଁ ତୁମର ପିତା, ଲଭ୍ ୟୁ ପୁତର, ଜୋର ଦି ଝପି ରବ୍‌ ରାଖା ।" ସେପଟେ ଉଭୟଙ୍କ ଏହି ସୁନ୍ଦର ହୃଦୟସ୍ପର୍ଶୀ ଫଟୋ ଫ୍ୟାନ୍ସ ଲାଇକ କରିବା ସହ ବିକିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ସୂଚନା ଥାଉ କି, ବିକି କୌଶଲଙ୍କ ପିତା ହିନ୍ଦୀ ଚଳଚ୍ଚିତ୍ରରେ ଜଣେ ଷ୍ଟଣ୍ଟ ଏବଂ ଆକ୍ସନ୍ ନିର୍ଦ୍ଦେଶକ, ସେ ଶାହାରୁଖ ଏବଂ ସଲମାନଙ୍କ ସମେତ ଅନେକ ବଲିଉଡ ଅଭିନେତା ଏବଂ ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି । ଅନ୍ୟପକ୍ଷରେ, ବିକିଙ୍କ ବିଷୟରେ କହିବାକୁ ଗଲେ, ବିକି ଅନୁରାଗ କଶ୍ୟପଙ୍କ କ୍ରାଇମ୍‌ ଡ୍ରାମା ଗ୍ୟାଙ୍ଗସ୍ ଅଫ୍ ୱାସେପୁରରେ ଏକ କେମିଓ ରୋଲ୍‌ କରି ତାଙ୍କ ଅଭିନୟ କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ଧୀରେଧୀରେ ସେ 2015ରେ ଫିଲ୍ମ ମସାନ ସହ ବଲିଉଡରେ ଡେବ୍ୟୁ କରିଥିଲେ । ନୀରଜ ଘାୟନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରିଚା ଚଢା ଏବଂ ଶ୍ୱେତା ତ୍ରିପାଠୀ ଶର୍ମାଙ୍କ ସହ ଅଭିନୟ କରିଥିଲେ । ଏହି ଫିଲ୍ମ ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେବା ସହ ସଫଳତାର ସିଢି ଚଢାଇଥିଲା । ଏଥିସହ ଏହି ଫିଲ୍ମଟି କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଥିଲା ।

ଫିଲ୍ମ ମସାନ ବିକିଙ୍କ ଶ୍ରେଷ୍ଠ ପିଲ୍ମ ମଧ୍ୟରୁ ଗୋଟିଏ । ପରେ ପରେ ସେ ଆଉ ପଛକୁ ଫେରିନଥିଲେ । ଏବଂ କମେଡିଠାରୁ ଆରମ୍ଭ କରି ଗମ୍ଭୀର ଭୂମିକା ପର୍ଯ୍ୟନ୍ତ, ସମସ୍ତ ଭୂମିକାରେ ନିଜର ଅଭିନୟ ଯାଦୁ ଦେଖାଇ ବେଶ ଲୋକପ୍ରିୟତା ହାସଲ କରିବା ସହ ସଫଳ ହୋଇଥିଲେ । '2019 ଯୁଦ୍ଧ ଫିଲ୍ମ ଉରି: ସର୍ଜିକାଲ୍ ଷ୍ଟ୍ରାଇକ' ଜଣେ ମିଲିଟାରୀ ଅଫିସର ଭାବରେ ତାଙ୍କ କ୍ୟାରିଅରରେ ତାଙ୍କୁ ଆଉ ଏକ ସଫଳତା ଦେଇଥିଲା । ତେବେ ବର୍ତ୍ତମାନ ବିକି ଆଗାମୀ ଫିଲ୍ମ 'ଜରା ହଟକେ ଜରା ବଚକେ'କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏହି ଫିଲ୍ମରେ ବିକିଙ୍କ ବିପକ୍ଷରେ ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ନଜର ଆସିବେ । ତାଙ୍କ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା । ଲକ୍ଷ୍ମଣ ଉତ୍ତେକର 'ଜରା ହଟକେ ଜରା ବଚକେ' ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ଏହା ଚଳିଚବର୍ଷ ଜୁନ 2 ରେ ରିଲିଜ ହେବ । ଫିଲ୍ମର ଟ୍ରେଲର ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିବା ବେଳେ ଫିଲ୍ମକୁ ଦେଖିବାକୁ ଉତ୍ସାହିତ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.