ETV Bharat / entertainment

ଶାହାରୁଖଙ୍କୁ ଭେଟିଲେ ଆମେରିକା ରାଷ୍ଟ୍ରଦୂତ ଏରିକ ଗାର୍ସେଟୀ, କହିଲେ... - ଶାହାରୁଖ ଖାନଙ୍କୁ ଭେଟିଲେ ଆମେରିକା ରାଷ୍ଟ୍ରଦୂତ

ଭାରତରେ ଆମେରିକାର ରାଷ୍ଟ୍ରଦୂତ ଏରିକ ଗାର୍ସେଟୀ ଶାହାରୁଖ ଖାନଙ୍କୁ ଭେଟିଛନ୍ତି । ଏରିକ୍ ଗାର୍ସେଟୀ ଅଭିନେତାଙ୍କୁ ଭେଟିବା ପରେ ସୋସିଆଲ ମିଡିଆରେ ନିଜ ଅଭିଜ୍ଞତା ସେୟାର କରିଛନ୍ତି । ଅଧିକ ପଢନ୍ତୁ

ଶାହାରୁଖଙ୍କୁ ଭେଟିଲେ ଆମେରିକା ରାଷ୍ଟ୍ରଦୂତ ଏରିକ ଗାର୍ସେଟୀ

author img

By

Published : May 17, 2023, 12:54 PM IST

ମୁମ୍ବାଇ: ଭାରତରେ ନୂତନ ଭାବେ ନିଯୁକ୍ତ ଆମେରିକା ରାଷ୍ଟ୍ରଦୂତ ଏରିକ ଗାର୍ସେଟୀ ବଲିଉଡ କିଙ୍ଗଖାନ ଶାହାରୁଖ ଖାନଙ୍କୁ ଭେଟିଛନ୍ତି । ଏରିକ ମଙ୍ଗଳବାର ଦିନ ମୁମ୍ବାଇର ଅଭିନେତାଙ୍କ ବାସଭବନ 'ମନ୍ନତ'ରେ ଶାହାରୁଖଙ୍କୁ ଭେଟିଛନ୍ତି । ଏହି ସମୟରେ ସାରା ବିଶ୍ୱରେ ହଲିଉଡ ଏବଂ ବଲିଉଡର ସାଂସ୍କୃତିକ ପ୍ରଭାବ ଉପରେ ଆଲୋଚନା କରିଥିଲେ । ସୋସିଆଲ ମିଡିଆରେ ଶାହାରୁଖ୍‌ଙ୍କ ସହ ବିତାଇଥିବା ମୁହୁର୍ତ୍ତର ଅଭିଜ୍ଞତା ସେୟାର କରିଛନ୍ତି ଏରିକ ଗାର୍ସେଟୀ ।

  • Is it time for my Bollywood debut? 😉 Had a wonderful chat with superstar @iamsrk at his residence Mannat, learning more about the film industry in Mumbai and discussing the huge cultural impact of Hollywood and Bollywood across the globe. #AmbExploresIndia pic.twitter.com/SLRQyhhn8C

    — U.S. Ambassador Eric Garcetti (@USAmbIndia) May 16, 2023 " class="align-text-top noRightClick twitterSection" data=" ">

ଗାର୍ସେଟୀ ଟ୍ୱିଟରରେ କିଙ୍ଗ୍‌ ଖାନ୍‌ଙ୍କ ମହଲ ପରିଦର୍ଶନ ବିଷୟରେ ଟ୍ୱିଟରରେ ଫଟୋ ସେୟାର କରି ତାଙ୍କ ଅଭିଜ୍ଞତା ସେୟାର କରିଛନ୍ତି । ଆମେରିକା ରାଷ୍ଟ୍ରଦୂତ କହିଛନ୍ତି, "ମୋର ବଲିଉଡ ଡେବ୍ୟୁ କରିବାର ସମୟ ଆସିଛି କି ?" ତାଙ୍କ ବାସଭବନ ମନ୍ନତରେ ସୁପରଷ୍ଟାର ଶାହାରୁଖଙ୍କ ସହ ଆଲୋଚନା କରିଥିଲେ, ମୁମ୍ବାଇରେ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରି ବିଷୟରେ ଅଧିକ ଜାଣିଥିଲେ ଏବଂ ସାରା ବିଶ୍ୱରେ ହଲିଉଡ ଏବଂ ବଲିଉଡର ସାଂସ୍କୃତିକ ପ୍ରଭାବ ବିଷୟରେ ଆଲୋଚନା କରିଥିଲେ ।

ଏହି ମଜାଳିଆ କ୍ୟାପସନ୍ ସହ ଗାର୍ସେଟି ଶାହାରୁଖଙ୍କ ସହ ଫଟୋ ମଧ୍ୟ ସେୟାର କରିଛନ୍ତି । ଯେଉଁଠାରେ ସେମାନେ କ୍ୟାମେରା ପାଇଁ ପୋଜ୍ ଦେଉଥିବା ଦେଖିବାକୁ ମିଳିଛି । ଅନ୍ୟ ଏକ ଫଟୋରେ, ଗାର୍ସେଟୀ ଏକ ହଳଦିଆ ଫୁଟବଲ ଧରିଥିବାବେଳେ ସେଠାରେ ଶାହାରୁଖ ଏବେ ତାଙ୍କ ମ୍ୟାନେଜର ପୂଜା ଦଦଲାନି ଏବଂ ତାଙ୍କ ପତ୍ନୀ ଗୌରୀ ଖାନ ମଧ୍ୟ ନଜର ଆସିଛନ୍ତି । 'ପଠାନ' ଅଭିନେତା କାଜୁଆଲ୍ ଲୁକ୍‌ରେ ନଜର ଆସିଥିଲେ । ଶାହାରୁଖ ବ୍ଲାକ୍‌ ପ୍ୟାଣ୍ଟ ଏବଂ ବ୍ଲାକ୍‌ କ୍ୟାପ୍ ସହ ବ୍ଲାକ୍‌ ରଙ୍ଗର ସ୍ଲିଭ୍ ଟି-ସାର୍ଟ ପିନ୍ଧିଥିବାର ଦେଖିବାକୁ ମିଳିଛି ।

ସୂଚନା ଥାଉ କି, ଲସ୍‌ଏଞ୍ଜେଲ୍ସର ପୂର୍ବତନ ମେୟର ଗାର୍ସେଟି ଆମେରିକାର ନୂତନ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ ହୋଇଛନ୍ତି । ଚଳିତ ବର୍ଷ ମାର୍ଚ୍ଚରେ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସଙ୍କ ଦ୍ବାରା ଭାରତରେ ଆମେରିକାର ନୂତନ ରାଷ୍ଟ୍ରଦୂତ ଭାବରେ ସେ ଶପଥ ଗ୍ରହଣ କରିଥିଲେ ।

ସେପଟେ ଶାହାରୁଖଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ଆଗାମୀ ଦୁଇଟି ଫିଲ୍ମ 'ଜବାନ୍' ଏବଂ 'ଡଙ୍କି'ରେ ନଜର ଆସିବେ ଶାହାରୁଖ ଖାନ । 'ଜବାନ୍' ଫିଲ୍ମଟି ଶାହାରୁଖଙ୍କ ପ୍ରଡକ୍ସନ୍ କମ୍ପାନୀ ରେଡ୍ ଚିଲିସ୍ ଏଣ୍ଟରଟେନମେଣ୍ଟ ଦ୍ୱାରା ନିର୍ମିତ ହୋଇଥିବା ବେଳେ ନିର୍ଦ୍ଦେଶକ ଅଟଲି ଅହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏଥିରେ ଶାହାରୁଖଙ୍କ ସମେତ ସାଉଥ୍ ବିୟୁଟି ନୟନତାରାଙ୍କ ସହ ବିଜୟ ସେତୁପତି ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ବର୍ତ୍ତମାନ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ନିର୍ମିତ ହେଉଥିବା ଏହି ଫିଲ୍ମ 7 ସେପ୍ଟେମ୍ବର 2023ରେ ରିଲିଜ ହେବ । ଏହା ବ୍ୟତୀତ ଶାହାରୁଖ ଖାନ ସୁପ୍ରତିଷ୍ଠିତ ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କ ଆଗାମୀ ଫିଲ୍ମ 'ଡଙ୍କି'ରେ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ସହ ନଜର ଆସିବେ । ତେବେ ଅଟଲି ଏବଂ ରାଜକୁମାର ହିରାନୀଙ୍କ ସହ ଶାହାରୁଖ ପ୍ରଥମ ଥର ପାଇଁ କାମ କରୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.