ETV Bharat / entertainment

Ganapath: ସିଦ୍ଧିବିନାୟକଙ୍କ ଶରଣରେ ଟାଇଗର, ପ୍ରଥମ ଦିନରେ ଏତିକି କଲେକ୍ସନ କଲା ଫିଲ୍ମ

author img

By ETV Bharat Odisha Team

Published : Oct 20, 2023, 5:23 PM IST

ଆଜି ଟାଇଗର ଶ୍ରଫ୍ ଏବଂ କ୍ରିତି ସାନନ୍ ଅଭିନୀତ ଫିଲ୍ମ 'ଗଣପଥ: ଏ ହିରୋ ବନ' ରିଲିଜ ହୋଇଛି । ଉଭୟ ତାରାକାଙ୍କ ଆକ୍ସନ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଫିଲ୍ମକୁ ବେଶ ପସନ୍ଦ କରିଛନ୍ତି । ଏହାରି ମଧ୍ୟରେ ଏବେ ସାମ୍ନାକୁ ଆସିଛି ଫିଲ୍ମର ପ୍ରଥମ ଦିନର କଲେକ୍ସନ । ଅଧିକ ପଢନ୍ତୁ

ଫିଲ୍ମ ସଫଳତା ପାଇଁ ସିଦ୍ଧିବିନାୟକଙ୍କ ଶରଣରେ ଟାଇଗର, ପ୍ରଥମ ଦିନରେ ଏତିକି କଲେକ୍ସନ କଲା ଫିଲ୍ମ

ହାଇଦ୍ରାବାଦ: ଟାଇଗର ଶ୍ରଫ ଏବଂ କ୍ରିତି ସାନନଙ୍କ ଅଭିନୀତ 'ଗଣପଥ: ଏ ହିରୋ ବନ' ଆଜି ରିଲିଜ ହୋଇଛି । ଏହି ଅବସରରେ ଅଭିନେତା ଫିଲ୍ମର ସଫଳତା ପାଇଁ ସିଦ୍ଧିବିନାୟକ ମନ୍ଦିର ପରିଦର୍ଶନ କରିଛନ୍ତି । ସେପଟେ ଥିଏଟରରେ ଫିଲ୍ମକୁ ନେଇ ପ୍ରବଳ ଭିଡ ଦେଖିବାକୁ ମିଳିଥିବା ବେଳେ ଫିଲ୍ମଟି ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ବର୍ତ୍ତମାନ ଫିଲ୍ମର ପ୍ରଥମ ଦିନର କଲେକ୍ସନ ସାମ୍ନାକୁ ଆସିଛି ।

  • " class="align-text-top noRightClick twitterSection" data="">

ସାକ୍ନିଲ୍କଙ୍କ ପ୍ରାରମ୍ଭିକ ଆକଳନ ଅନୁଯାୟୀ, ଫିଲ୍ମଟି ଏହାର ପ୍ରଥମ ଦିନରେ ପ୍ରାୟ 4 କୋଟି(ଆନୁମାନିକ) ଟଙ୍କା ରୋଜଗାର କରିଛି । ଗଣପଥ ଭାରତର 2,250 ରୁ ଅଧିକ ସ୍କ୍ରିନରେ ରିଲିଜ କରିଛି । 150 କୋଟି ଟଙ୍କା ବଜେଟର ଏହି ଫିଲ୍ମ ଆଗାମୀ ଦିନରେ ରେକର୍ଡ ସୃଷ୍ଟି କରିପାରେ ବୋଲି ଆଶା କରାଯାଉଛି । ସେପଟେ ଫିଲ୍ମ ରିଲିଜ ଅବସରରେ ମୁମ୍ବାଇର ସିଦ୍ଧିବିନାୟକଙ୍କ ମନ୍ଦିର ପରିଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ଟାଇଗର । ମନ୍ଦିରରୁ ଅଭିନେତାଙ୍କର ଏକ ଫଟୋ ସାମ୍ନାକୁ ଆସିଛି ଯେଉଁଥିରେ ଟାଇଗର ହ୍ବାଇଟ ସାର୍ଟ, କପାଳରେ ତିଲକ ଏବଂ ବେକରେ ଗଣପତି ଚାଦର ପିନ୍ଧିଥିବାର ନଜର ଆସିଛନ୍ତି । ଫଟୋରେ ମନ୍ଦିର କମିଟି ସିଦ୍ଧବିନାୟକଙ୍କ ଫଟୋ ଟାଇଗରଙ୍କୁ ଦେଉଥିବା ଦେଖିବାକୁ ମିଳିଛି ।

ସେପଟେ ଫିଲ୍ମ ଦେଖିବା ପରେ ଦର୍ଶକ ସୋସିଆଲ ମିଡିଆ ଏକ୍ସରେ ଫିଲ୍ମକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, “ଗଣପଥ ଉତ୍ସାହର ସହ ବଲିଉଡକୁ ଭବିଷ୍ୟତ ଦୁନିଆକୁ ଠେଲିଛି । ଟାଇଗର ଶ୍ରଫ୍ ଯାହା ଭଲ କରନ୍ତି ତାହା କରିଛନ୍ତି । ସେପଟେ କ୍ରିତି ସାନନଙ୍କ ଆକ୍ସନ ସିନ୍ ମଧ୍ୟ ବେଶ ଦମଦାର ରହିଛି । ଫିଲ୍ମ ବହୁତ ଭଲ ହୋଇଛି । ସେହିପରି ଅନ୍ୟ ଜଣେ ଲେଖିଛନ୍ତି, ଗଣପଥ ଏକ ଫ୍ୟୁଚରିଷ୍ଟିକ ଆକ୍ସନ ଥିଲର ଫିଲ୍ମ ଅଟେ ।

ଏହା ମଧ୍ୟ ପଢନ୍ତୁ: ରୋହିତ ଶେଟ୍ଟୀଙ୍କ କପ ୟୁନିଭର୍ସରେ ଟାଇଗର ଶ୍ରଫଙ୍କ ଏଣ୍ଟ୍ରି, ପ୍ରଥମ ଲୁକ ଆଉଟ୍

ବାଶୁ ଭଗ୍ନାନୀ, ଜ୍ୟାକି ଭଗ୍ନାନୀ, ଦୀପଶିଖା ଦେଶମୁଖ ଏବଂ ବିକାଶ ବାହଲ ଏହି ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । ଗଣପଥ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ବିକାଶ ବହଲ । ଏହି ଚଳଚ୍ଚିତ୍ରର ନିର୍ମାତା ହେଉଛନ୍ତି ବିକାଶ ବହଲ ଏବଂ ଜ୍ୟାକି ଭଗ୍ନାନୀ । ଏହି ଚଳଚ୍ଚିତ୍ରଟି ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡ ଭାଷାରେ ପ୍ରେକ୍ଷାଳୟରେ ରିଲିଜ ହୋଇଛି । ଏହି ଫିଲ୍ମରେ ଟାଇଗର ଶ୍ରଫ୍, କ୍ରିତି ସାନନ୍ ଏବଂ ଅମିତାଭ ବଚ୍ଚନଙ୍କୁ ଦେଖିବାକୁ ମିଳିଛି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.