ETV Bharat / entertainment

KKBKKJ Collection Day 6: କାମ ଦେଉନି ଭାଇଜାନଙ୍କ ଯାଦୁ, ଦୁଇ ଅଙ୍କ ବି ଛୁଇଁ ପାରିଲାନି ଆୟ

author img

By

Published : Apr 27, 2023, 12:28 PM IST

ସଲମାନ ଖାନଙ୍କ ଫିଲ୍ମ କିସି କା ଭାଇ କିସି କି ଜାନ ସପ୍ତାହ ଶେଷରେ ଏକ ଭଲ ସଂଗ୍ରହ କରିଥିଲା । ଏନେଇ ଫିଲ୍ମ ଭଲ ରୋଜଗାର କରିବ ବୋଲି ଆଶା କରାଯାଉଥିବା ବେଳେ ତାହା ପ୍ରତିଫଳିତ ହେଉନାହିଁ। ବର୍ତ୍ତମାନ 6 ଦିନରେ ମଧ୍ୟ ଫିଲ୍ମ ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା ଛୁଇଁପାରିନି । ଅଧିକ ପଢନ୍ତୁ,

କିସି କା ଭାଇ କିସି କି ଜାନ ଷଷ୍ଠ ଦିନରେ ମଧ୍ୟ 100 କୋଟି ରୋଜଗାର କରିପାରିନାହିଁ

ମୁମ୍ବାଇ: ଗତ ଏପ୍ରିଲ 21 ଇଦ୍ ଅବସରରେ ବଲିଉଡର ଭାଇଜାନ ସଲମାନ ଖାନ ତାଙ୍କ ପ୍ରଶଂସକଙ୍କୁ କିସି କା ଭାଇ କିସି କା ଜାନ ଉପହାର ଦେଇଥିଲେ । ହେଲେ ବର୍ତ୍ତମାନ ସଲମାନଙ୍କ ଫିଲ୍ମ ପ୍ରଶଂସକଙ୍କ ମନ ଜିତିବାରେ ବିଫଳ ହେଉଥିବା ଦେଖିବାକୁ ମିଳିଛି । କାରଣ ଦିନକୁ ଦିନ ଫିଲ୍ମଟି ଆଶା ଠାରୁ କମ ରୋଜଗାର କରିବାରେ ଲାଗିଛି । ଫିଲ୍ମ ରିଲିଜର 6 ଦିନରେ ମାତ୍ର 90 କୋଟି ଆୟ କରିପାରିଛି । ଯାହା ଫଳରେ ଫିଲ୍ମ ଭଲ ପ୍ରଦର୍ଶନ କରିପାରିପାରୁ ନଥିବା ଜଣାପଡିଛି । ଏହାସହ ଏଭଳି ଆୟ ଫିଲ୍ମର ବ୍ୟବସାୟ ପ୍ରତି ମଧ୍ୟ ବିଶେଷ ପ୍ରଭାବ ପକାଇଛି ।

ପୂର୍ବରୁ ଇଦରେ ରିଲିଜ ହୋଇଥିବା ସଲମାନ ଖାନଙ୍କ ଫିଲ୍ମ ମଧ୍ୟରେ କିସି କା ଭାଇ କିସି କା ଜାନ ଅନ୍ୟତମ । ଅନ୍ୟ ଫିଲ୍ମ ମାନଙ୍କ ଅପେକ୍ଷା ତୁଳନାରେ ସଲମାନଙ୍କ ଏହି ଫିଲ୍ମ ଭଲ ବ୍ୟବସାୟ ଏବଂ ଲୋକପ୍ରିୟତା ହାସଲ କରିବାରେ ବିଫଳ ହୋଇଛି । ଏହି ଫିଲ୍ମ 6 ଦିନରେ ମଧ୍ୟ 100 କୋଟି ରୋଜଗାର କରିପାରିନାହିଁ । ଫିଲ୍ମର ସଂଗ୍ରହ ଦିନକୁ ଦିନ ହ୍ରାସ ପାଉଛି । ଫିଲ୍ମଟି ସପ୍ତାହ ଶେଷରେ ଭଲ ସଂଗ୍ରହ କରିଥିଲା । ପରେ ଫିଲ୍ମଟି ଭଲ ରୋଜଗାର କରିବ ବୋଲି ଆଶା କରାଯାଉଥିବା ବେଳେ ଏବେ କିନ୍ତୁ ତାହା ପ୍ରତିଫଳିତ ହେଉନାହିଁ ।

ସୂଚନା ଥାଉ କି, ଘରୋଇ ବକ୍ସ ଅଫିସରେ 15.81 କୋଟି ଟଙ୍କାର ଓପନିଂ କରିଥିବା ଫିଲ୍ମ କିସି କା ଭାଇ କିସି କା ଜାନ ବକ୍ସ ଅଫିସରେ ଚାଲିପାରୁନି । ଗଣମାଧ୍ୟମ ଅନୁଯାୟୀ, ଘରୋଇ ବକ୍ସ ଅଫିସରେ ଷଷ୍ଠ ଦିନରେ ଏହି ଫିଲ୍ମ 4.25 କୋଟି ଟଙ୍କା ଆୟ କରିଛି । ଏହାକୁ ମିଶାଇ ଭାରତୀୟ ବକ୍ସ ଅଫିସରେ ଫିଲ୍ମର ମୋଟ ସଂଗ୍ରହ 90 କୋଟି ଟଙ୍କାରେ ପହଞ୍ଚିଛି ।

ପ୍ରଥମ ଦିନ (ଶୁକ୍ରବାର) 15.81 କୋଟି

ଦ୍ବିତୀୟ ଦିନ (ଶନିବାର) 25.75 କୋଟି

ତୃତୀୟ ଦିନ (ରବିବାର) 26.61 କୋଟି

ଚତୁର୍ଥ ଦିନ (ସୋମବାର) 10.14 କୋଟି

ପଞ୍ଚମ ଦିନ (ମଙ୍ଗଳବାର) 6.12 କୋଟି

ଷଷ୍ଠ ଦିନ (ବୁଧବାର) 4.12 କୋଟି (ପ୍ରାରମ୍ଭିକ ଆକଳନ)

ଏହି ଆକଳନ ଦର୍ଶାଉଛି ଯେ ଫିଲ୍ମ ଏହି ସପ୍ତାହ (7 ଦିନ) ରେ 100 କୋଟି ଟଙ୍କା ଛୁଇଁ ପାରିବନାହିଁ । ଯଦିଓ ଫିଲ୍ମର ବିଶ୍ୱବ୍ୟାପୀ 100 କୋଟି ଟଙ୍କା ଅତିକ୍ରମ କରିଛି । ହେଲେ ଘରୋଇ ବକ୍ସ ଅଫିସରେ ଏହା 100 କୋଟି ଟଙ୍କା ରୋଜଗାର କରିବାଠୁ ବହୁ ଦୂରରେ ରହିଛି । ତେବେ ଏହି ଫିଲ୍ମ ବିଶ୍ବବ୍ୟାପୀ ବକ୍ସ ଅଫିସରେ 120 କୋଟି ରୋଜଗାର କରିଛି । ତେବେ ବର୍ତ୍ତମାନ ସଲମାନଙ୍କ ଫିଲ୍ମ ତୃତୀୟ ସପ୍ତାହରେ ଭଲ ପ୍ରଦର୍ଶନ କରିବାରେ ସକ୍ଷମ ହେଉଛି କି ନାହିଁ, ତାହା ଦେଖିବାକୁ ବାକି ରହିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.