ETV Bharat / entertainment

Janmashtami: ବଲିଉଡରୁ ଓଲିଉଡ ସବୁଠି ଜନ୍ମାଷ୍ଟମୀର ଧୁମ୍‌

author img

By ETV Bharat Odisha Team

Published : Sep 7, 2023, 1:52 PM IST

କୃଷ୍ଣ ଜନମାଷ୍ଟମୀଙ୍କୁ ସାରା ଦେଶରେ ଧୁମଧାମରେ ପାଳନ କରାଯାଉଛି । ଏହି ଅବସରରେ ବଲିଉଡରୁ ଓଲିଉଡ ସେଲିବ୍ରିଟିମାନେ ମଧ୍ୟ ଏହାକୁ ପାଳନ କରିଛନ୍ତି । ଏଥିସହ ସୋସିଆଲ ମିଡିଆରେ ପୋଷ୍ଟ କରି ଫ୍ୟାନ୍ସଙ୍କୁ ଜନ୍ମାଷ୍ଟମୀର ଅଭିନନ୍ଦନ ଜଣାଇଛନ୍ତି । ଅଧିକ ପଢନ୍ତୁ

ବଲିଉଡରୁ ଓଲିଉଡ ସେଲିବ୍ରିଟି ପାଳିଲେ ଜନ୍ମାଷ୍ଟମୀ, ବିଗ ବିଙ୍କ ଠାରୁ ସବ୍ୟସାଚୀ ତାରକା ଫ୍ୟାନ୍ସଙ୍କୁ ଜଣାଇଲେ ଶୁଭେଚ୍ଛା

ହାଇଦ୍ରାବାଦ: ସାରା ଦେଶରେ ଆଜିର ଦିନରେ ଶ୍ରୀକୃଷ୍ଣ ଜନମାଷ୍ଟମୀଙ୍କର ଉତ୍ସବକୁ ପାଳନ କରାଯାଇଛି । ଧାର୍ମିକ ବିଶ୍ୱାସ ଅନୁଯାୟୀ, ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମ ହୋଇଥିଲା, ଯାହାକୁ ସମଗ୍ର ଦେଶ କୃଷ୍ଣ ଜନ୍ମାଷ୍ଟମୀ ଭାବରେ ପାଳନ କରନ୍ତି । ତେବେ ଚଳିତବର୍ଷ କୃଷ୍ଣ ଜନ୍ମାଷ୍ଟମୀ 6 ଓ 7 ସେପ୍ଟେମ୍ବରରେ ପାଳନ କରାଯାଉଛି । ଏହି ଅବସରରେ ବଲିଉଡରୁ ଓଲିଉଡ ସମସ୍ତ ତାରକା ସୋସିଆଲ ମିଡିଆରେ ପୋଷ୍ଟ କରି ଜନ୍ମାଷ୍ଟମୀର ଅଭିନନ୍ଦନ ଜଣାଇଛନ୍ତି ।

ସବ୍ୟସାଚୀ ମିଶ୍ରଙ୍କ ପୋଷ୍ଟ
ସବ୍ୟସାଚୀ ମିଶ୍ରଙ୍କ ପୋଷ୍ଟ
ଅର୍ଚ୍ଚିତା ସାହୁଙ୍କ ପୋଷ୍ଟ
ଅର୍ଚ୍ଚିତା ସାହୁଙ୍କ ପୋଷ୍ଟ
ଏଲିନା ସାମାନ୍ତରାୟଙ୍କ ପୋଷ୍ଟ
ଏଲିନା ସାମାନ୍ତରାୟଙ୍କ ପୋଷ୍ଟ

ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର ଫ୍ୟାନ୍ସଙ୍କୁ ଜନ୍ମାଷ୍ଟମୀର ଶୁଭେଚ୍ଛା ଜଣାଇଛନ୍ତି । ସେ ନିଜ ଇନଷ୍ଟା ଷ୍ଟୋରୀରେ ଜଗନ୍ନାଥ ମନ୍ଦିରର ପୋଷ୍ଟ ସେୟାର କରି ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅନ୍ୟଟିରେ ଉତ୍ତରାକାଶୀରେ ଜନ୍ମାଷ୍ଟମୀ ପାଳନର ଏକ ଝଲକ ଦେଖାଇଛନ୍ତି। ଅଭିନେତା ପୁନଉଦ୍ଧାର କରିଥିବା ଉତ୍ତରକାଶୀ ମନ୍ଦିରରେ ଧୁମଧାମରେ ପାଳନ ହୋଇଛି ଜନ୍ମାଷ୍ଟମୀ । ସେହିପରି ଅଭିନେତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଏବଂ ଅଭିନେତ୍ରୀ ଏଲିନା ସାମନ୍ତରାୟ ମଧ୍ୟ ଏକ ପୋଷ୍ଟ ସେୟାର କରି ଫ୍ୟାନ୍ସଙ୍କୁ ଜନ୍ମାଷ୍ଟମୀର ଶୁଭେଚ୍ଛା ଜଣାଇଛନ୍ତି ।

ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଫ୍ୟାନ୍ସଙ୍କୁ ଜନ୍ମାଷ୍ଟମୀର ଶୁଭେଚ୍ଛା ଜଣାଇଛନ୍ତି । ଅମିତାଭ ବଚ୍ଚନ ତାଙ୍କ ଏକ୍ସ ହ୍ୟାଣ୍ଡଲରେ ଏହି ପୋଷ୍ଟ ସେୟାର କରି ଜନ୍ମାଷ୍ଟମୀ ପାଇଁ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ମେଗାଷ୍ଟାର ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ଜନ୍ମାଷ୍ଟମୀ ପାଇଁ ଅନେକ ଶୁଭେଚ୍ଛା । ସେହିପରି ଅଭିନେତ୍ରୀ ହେମା ମାଲିନୀ ତାଙ୍କ ଘରର ମନ୍ଦିରରେ ରଖାଯାଇଥିବା ଶ୍ରୀକୃଷ୍ଣଙ୍କ ସହ ରାଧାଙ୍କ ଫଟୋ ସେୟାର କରିଛନ୍ତି । ହେମା ମାଲିନି ଏହି ଫଟୋକୁ ନିଜ ଇନଷ୍ଟାଗ୍ରାମରେ ସେୟାର କରି ଲେଖିଛନ୍ତି ମୋତେ ଶ୍ରୀକୃଷ୍ଣଙ୍କୁ ସଜାଇବାରେ ବହୁତ ଭଲ ଲାଗେ । ଏଥିସହ ସେ ସମସ୍ତଙ୍କୁ ଜନ୍ମାଷ୍ଟମୀଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

କଙ୍ଗନା ରାଣାୱତ ଦ୍ୱାରକା ଗସ୍ତର ପୁରୁଣା ଫଟୋ ସେୟାର କରି ଲେଖିଛନ୍ତି "ଜନ୍ମାଷ୍ଟମୀ ଦ୍ୱାରକା ଗସ୍ତରୁ ଫେରିବା ଅବସରର ଫଟୋ । ମୋର ପ୍ରଭୁ କୃଷ୍ଣଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛି"। ସେହିପରି ବିକି କୌଶଲ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ କାନ୍ଧ ଉପରେ କୃଷ୍ଣ ବେଶରେ ସଜ୍ଜିତ ଏକ ପିଲାକୁ ଧରିଛନ୍ତି । ଏହି ଫଟୋ ସେୟାର କରି ସେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ରିଲିଜ ଦିନରେ ରେକର୍ଡ, 75 କୋଟିର ଓପନିଂ ସହ ହେଲା ପ୍ରଥମ ହିନ୍ଦୀ ଫିଲ୍ମ

ସେପଟେ ହ୍ରିତିକ ରୋଶନ ତାଙ୍କ ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି, "ଶ୍ରୀକୃଷ୍ଣଙ୍କ ଭଲପାଇବା, କରୁଣା ଏବଂ କୋମଳତା ଆମ ଜୀବନକୁ ଆଲୋକିତ କରେ । ହାପି କୃଷ୍ଣ ଜନ୍ମାଷ୍ଟମୀ। " ସେହିପରି ସାଉଥ ଅଭିନେତ୍ରୀ ନୟନତାରା ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ଯାଆଁଳା ପୁଅ କୃଷ୍ଣଙ୍କ ବେଶରେ ସଜ୍ଜିତ ହୋଇଛନ୍ତି। ଏହି ଫଟୋ ସେୟାର କରି ସେ ଲେଖିଛନ୍ତି, 2ଟି ଆମର କୃଷ୍ଣଙ୍କ ସହ କ୍ରିଷ୍ଣା ଜୟନ୍ତୀ। ବହୁତ ସୁନ୍ଦର। ସମସ୍ତଙ୍କୁ ହାପି ଜନ୍ମାଷ୍ଟମୀ।

  • May the love, compassion and tenderness of Shree Krishna enlighten our lives. Happy Krishna Janmashtami, beautiful people ♥️

    — Hrithik Roshan (@iHrithik) September 7, 2023 " class="align-text-top noRightClick twitterSection" data=" ">

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.