ହାଇଦ୍ରାବାଦ: ବଲିଉଡର ଲୋକପ୍ରିୟ ସୁପରଷ୍ଟାର ସଲମାନ ଖାନ ଟିଭି ଦୁନିଆରେ ମଧ୍ୟ ବହୁତ ସଫଳ ହୋଇଛନ୍ତି । ଏଥିସହ ଭାଇଜାନ ଭାରତୀୟ ଟେଲିଭିଜନ ଇଣ୍ଡଷ୍ଟ୍ରିର ସବୁଠୁ ବଡ ରିଆଲିଟି ଶୋ 'ବିଗ୍ ବସ୍'ର ହୋଷ୍ଟ ଭାବେ ମଧ୍ୟ ଅତୁଳନୀୟ ଲୋକପ୍ରିୟତା ହାସଲ କରିଛନ୍ତି । ବିଗ୍ ବସ୍ ରିୟଲିଟି ଶୋ'ଗୁଡ଼ିକ ମଧ୍ୟରେ ଏକ ଅନ୍ୟତମ ଶୋ' । ଟିଭି ବ୍ୟତୀତ ଏହି ଶୋ' ଓଟିଟିରେ ମଧ୍ୟ ରିଲିଜ ହୋଇଛି । ତେବେ ଏହାର ପ୍ରଥମ ଭାଗରେ ସଲମାନ ହୋଷ୍ଟ କରିନଥିଲେ । କିନ୍ତୁ ଏହାର ସିଜନ-2 ରେ ସଲମାନଙ୍କୁ ଦେଖିବାକୁ ମିଳିବ । ତେବେ ଆଜି ଶୋ'ର ପ୍ରମୋ ରିଲିଜ କରି ସଲମାନ ଏହି ସୂଚନା ଦେଇଛନ୍ତି ।
-
🚨 BREAKING! Bigg Boss OTT Season 02 PROMO Revealed #BiggBoseOTT COMING SOON!pic.twitter.com/hPnv8S6BgE
— #BiggBoss_Tak👁 (@BiggBoss_Tak) May 25, 2023 " class="align-text-top noRightClick twitterSection" data="
">🚨 BREAKING! Bigg Boss OTT Season 02 PROMO Revealed #BiggBoseOTT COMING SOON!pic.twitter.com/hPnv8S6BgE
— #BiggBoss_Tak👁 (@BiggBoss_Tak) May 25, 2023🚨 BREAKING! Bigg Boss OTT Season 02 PROMO Revealed #BiggBoseOTT COMING SOON!pic.twitter.com/hPnv8S6BgE
— #BiggBoss_Tak👁 (@BiggBoss_Tak) May 25, 2023
'ବିଗ୍ ବସ୍ OTT 2' ର ପ୍ରଥମ ପ୍ରୋମୋ ରିଲିଜ୍ ହୋଇଛି । ଏହି ପ୍ରମୋରେ ସଲମାନ ଖାନ ଏକ ଡୋମିନେଟିଂ ଷ୍ଟାଇଲରେ ଏହି ଶୋ'ର ଘୋଷଣା କରିଛନ୍ତି । ପ୍ରମୋ ଭିଡିଓରେ ଷ୍ଟ୍ରିମିଂ ପାର୍ଟନର ମଧ୍ୟ ପ୍ରକାଶ ପାଇଛି । ପ୍ରଥମ ଭାଗରେ ବଲିଉଡ ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ହୋଷ୍ଟ କରିଥିଲେ । ତେବେ ବର୍ତ୍ତମାନ ଦ୍ବିତୀୟ ଭାଗ ସଲମାନ ଖାନ ହୋଷ୍ଟିଂ କରିବାକୁ ଯାଉଛନ୍ତି । ତେବେ ପ୍ରୋମୋ ରିଲିଜ୍ ହେବା ମାତ୍ରେ ଭାଇଜାନକୁ ଦେଖିବାକୁ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବହୁତ ବୃଦ୍ଧି ପାଇଛି ।
ବିଗ୍ ବସ୍ OTT-2'ର ଆକର୍ଷଣୀୟ ପ୍ରଥମ ପ୍ରୋମୋରେ ସଲମାନ ଖାନ୍ କହିଛନ୍ତି ଯେ ସେ ଶୋ’ର ବହୁ ପ୍ରତୀକ୍ଷିତ ଦ୍ୱିତୀୟ କିସ୍ତି ସହ ଡିଜିଟାଲ୍ ପ୍ଲାଟଫର୍ମକୁ ଆସୁଛି। ଇଣ୍ଟରନେଟରେ ଭାଇରାଲ ହେଉଥିବା ପ୍ରୋମୋରେ ସୁପରଷ୍ଟାର କହିଛନ୍ତି, "କ୍ରିକେଟ୍ ପରେ କଣ ଦେଖିବେ ଡିଲେମା, ମନୋରଞ୍ଜନ କେବଳ ଜିଓ ସିନେମାରେ 24 ଘଣ୍ଟା । ମୁଁ ବିଗ୍ ବସ୍ OTT ଆଣୁଛି । ଏହାପରେ ପରଦାରେ ବିଗ୍ବସ୍ର ଟାଇଟଲ୍ ଦେଖାଯାଉଛି । ତେବେ ଏଥର ବିଗ୍ ବସ୍ OTT-2 ଭୁଟରେ ନୁହଁ ବରଂ ଜିଓ ସିନେମାରେ ଷ୍ଟ୍ରିମିଂ ହେବ । ସେପଟେ ଉଭୟ ସଲମାନ ଖାନଙ୍କ ଫ୍ୟାନ୍ ଏବଂ ବିଗ୍ ବସ୍ ଶୋ’ର ପ୍ରଶଂସକମାନେ ଶୋ’ର ଡିଜିଟାଲ୍ ସଂସ୍କରଣରେ ଷ୍ଟାର୍ ହୋଷ୍ଟକୁ ସ୍ୱାଗତ କରିବାକୁ ଉତ୍ସାହିତ ଅଛନ୍ତି ।
ରିପୋର୍ଟ ଅନୁଯାୟୀ, ବିଗ୍ ବସ୍ OTT-2 ଜୁନ୍ 2023ରୁ ଟେଲି ପ୍ରସାରଣ ହେବ । ଯଦିଓ ଏହାର ଅଫିସିଆଲ୍ ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଏଥିସହ ଏହି ଶୋ'ରେ ପ୍ରତିଯୋଗୀମାନଙ୍କ ତାଲିକାରେ ହିନ୍ଦୀ ଚଳଚ୍ଚିତ୍ର ଏବଂ ଟେଲିଭିଜନ ଇଣ୍ଡଷ୍ଟ୍ରିର ବହୁ ବିଶିଷ୍ଟ ବ୍ୟକ୍ତିତ୍ୱ ଅନ୍ତର୍ଭୁକ୍ତ ଥିବା ଜଣାପଡିଛି । ଏହି ଶୋ' 3 ମାସରୁ ଅଧିକ ସମୟ ଧରି ଚାଲିବ ବୋଲି ଆଶା କରାଯାଉଛି ।