ETV Bharat / entertainment

Saif-Kareena: ତମେ ମୁଁ ଆଉ ପିଜା, ସୈଫଙ୍କୁ ଏପରି ବିବାହ ବାର୍ଷିକୀ ଶୁଭେଚ୍ଛା ଜଣାଇଲେ ବେବୋ

author img

By ETV Bharat Odisha Team

Published : Oct 16, 2023, 3:46 PM IST

କରୀନା କପୁର ଖାନ ଏବଂ ସୈଫ ଅଲି ଖାନ ଆଜି ସେମାନଙ୍କର ଏକାଦଶ ବିବାହ ବାର୍ଷିକୀ ପାଳନ କରୁଛନ୍ତି । ଏହି ଅବସରରେ କରୀନା ସୋସିଆଲ ମିଡିଆରେ ଉଭୟଙ୍କ କ୍ୟୁଟ ଫଟୋ ସେୟାର କରି ସୈଫଙ୍କୁ ବିବାହ ବାର୍ଷିକୀ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ,

ସୈଫଙ୍କୁ ଏପରି ବିବାହ ବାର୍ଷିକୀ ଶୁଭେଚ୍ଛା ଜଣାଇଲେ କରୀନା

ହାଇଦ୍ରାବାଦ: ବଲିଉଡର ଲୋକପ୍ରିୟ ଦମ୍ପତି କରୀନା କପୁର ଖାନ ଏବଂ ସୈଫ ଅଲି ଖାନ ଆଜି 11ତମ ବିବାହ ବାର୍ଷିକୀ ସେଲିବ୍ରେଟ କରୁଛନ୍ତି । ଏହି ଅବସରରେ କରୀନା ସୋସିଆଲ ମିଡିଆରେ ଉଭୟଙ୍କ କ୍ୟୁଟ ଫଟୋ ସେୟାର କରି ସ୍ବାମୀ ସୈଫଙ୍କୁ ବିବାହ ବାର୍ଷିକୀ ଶୁଭେଚ୍ଛା ଜଣାଇଛନ୍ତି । ପାଞ୍ଚ ବର୍ଷରୁ ଅଧିକ ସମୟ ଡେଟିଂ କରିବା ପରେ ସୈଫ ଏବଂ କରୀନା ଅକ୍ଟୋବର 16 ତାରିଖ 2012ରେ ହିନ୍ଦୁ ଏବଂ ମୁସଲିମ ରୀତିନୀତିରେ ବିବାହ କରିଥିଲେ ।

ଇନଷ୍ଟାଗ୍ରାମରେ କରୀନା ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ସୈଫଙ୍କ ସହ ହ୍ବାଇଟ ଏବଂ ବ୍ଲୁ ରଙ୍ଗ ଆଉଟଫିଟରେ ନଜର ଆସିଛନ୍ତି । ଏହି ଫଟୋଟି ସେମାନଙ୍କ ଛୁଟି ଦିନର ହୋଇଥିବା ବେଳେ କରୀନା ପିଜା ଖାଇବାରେ ବ୍ୟସ୍ତ ଥିବା ବେଳେ ସୈଫ ତାଙ୍କ ଆଡୁ ଇଶାରା କରି ପୋଜ ଦେଉଥିବା ଦେଖିବାକୁ ମିଳିଛି । ଫଟୋ ସେୟାର କରି କରୀନା କ୍ୟାପସନରେ ଲେଖିଛନ୍ତି, ଏହା ଆମେ । ତୁମେ, ମୁଁ ଆଉ ପିଜା । ଫରଏଭର ଲଭ୍ । ବିବାହ ବାର୍ଷିକୀ ଶୁଭେଚ୍ଛା ସ୍ବାମୀ।

ସେ ଏହି ପୋଷ୍ଟ ସେୟାର କରିବାର କିଛି ସମୟ ପରେ ସେଲିବ୍ରିଟିମାନେ ଏହାକୁ ଲାଇକ କରିବା ସହ ପ୍ରତିକ୍ରିୟାରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କରୀନାଙ୍କ ବେଷ୍ଟଫ୍ରେଣ୍ଡ ମଲାଇକା ଆରୋରା ଲେଖିଛନ୍ତି, "ଶୁଭ ବାର୍ଷିକୀ" । ସେହିପରି ମହୀପ ଏବଂ ସଞ୍ଜୟ କପୁର ଲେଖିଛନ୍ତି, ବିବାହ ବାର୍ଷିକୀ ଶୁଭେଚ୍ଛା । କରୀନାଙ୍କ ସମ୍ପର୍କୀୟ ରିଦ୍ଧିମା କପୁର ସାହନି ଏବଂ ସୈଫଙ୍କ ଭଉଣୀ ସବା ପଟଉଡି ମଧ୍ୟ ଏହି ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସୂଚନା ଥାଉ କି, ସାହିଦ କପୁରଙ୍କ ସହ ବ୍ରେକଅପ ପରେ କରୀନା କପୁର ସୈଫଙ୍କୁ ଡେଟିଂ କରିବା ଆରମ୍ଭ କରିଥିଲେ । ଉଭୟ ମିଳିତ ଭାବେ ଫିଲ୍ମ ଓମକାରା(୨୦୦୬), ଟସନ(୨୦୦୮), କୁର୍ବାନ(୨୦୦୯) ଏବଂ ୨୦୧୨ରେ ଫିଲ୍ମ ଏଜେଣ୍ଟ ବିନୋଦରେ କାମ କରିଛନ୍ତି । ପାଞ୍ଚ ବର୍ଷରୁ ଅଧିକ ସମୟ ଡେଟିଂ କରିବା ପରେ ସୈଫ ଏବଂ କରୀନା ଅକ୍ଟୋବର 16 ତାରିଖ 2012ରେ ହିନ୍ଦୁ ଏବଂ ମୁସଲିମ ରୀତିନୀତିରେ ବିବାହ କରିଥିଲେ।

ଏହା ମଧ୍ୟ ପଢନ୍ତୁ: ବୟସ ବ୍ୟବଧାନକୁ ନେଇ ଟ୍ରୋଲରଙ୍କୁ କରୀନାଙ୍କ ଜବାବ୍‌, କହିଲେ- ସୈଫ୍‌ ପୂର୍ବ ଅପେକ୍ଷା ହଟ୍‌ ଦେଖାଯାଉଛନ୍ତି

ୱାର୍କ ପ୍ରଣ୍ଟ କଥା କହିବାକୁ ଗଲେ, ନିକଟରେ କରୀନାଙ୍କ ପ୍ରଥମ ଓଟିଟି ଫିଲ୍ମ ଜାନେଜାନ୍‌ ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ହୋଇଛି । ଏହା ସୁଜୟ ଘୋଷଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଏଥିରେ ଜୟଦୀପ ଅହଲାୱତ୍ ଏବଂ ବିଜୟ ଭର୍ମା ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ଏହା ବ୍ୟତୀତ କରୀନା ଦ କ୍ରୁରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ତବୁ, କ୍ରିତି ସାନନ୍ ଏବଂ ଦିଲଜିତ୍ ଦୋସାଞ୍ଜଙ୍କୁ ତାଙ୍କ ସହ ସ୍କ୍ରିନ ସେୟାର କରୁଥିବା ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରଟି ମାର୍ଚ୍ଚ 22, 2024ରେ ରିଲିଜ ହେବ । ସେପଟେ ସୈଫଙ୍କୁ ଦେବରାରେ ଦେଖିବାକୁ ମିଳିବ । ଏହି ଫିଲ୍ମ ସହ ସୈଫ୍‌ ସାଉଥରେ ଡେବ୍ୟୁ କରିବାକୁ ଯାଉଛନ୍ତି । କୋର୍ଟଲା ଶିବାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସାଉଥ୍‌ ସୁପରଷ୍ଟାର ଜୁନିଆର NTRଙ୍କ ସହ ସୈଫ୍‌ ପ୍ରଥମ ଥର ପାଇଁ ନଜର ଆସିବେ । ଏହି ଫିଲ୍ମ 2024 ଏପ୍ରିଲ୍ 5ରେ ରିଲିଜ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.