ETV Bharat / entertainment

କାମ ଦେଲାନି ବିଗ୍ ବଜେଟ୍ କି ନେମଫେମ୍, ୨୦୨୩ରେ ସୁପର ଫ୍ଲପ୍ ହେଲା ଏହି ଫିଲ୍ମ

author img

By ETV Bharat Odisha Team

Published : Dec 21, 2023, 3:41 PM IST

Flop Films Of The Year 2023: ଚଳିତ (୨୦୨୩) ବର୍ଷ ବକ୍ସ ଅଫିସରେ ଅନେକ ଫିଲ୍ମ ଧମାକା କରିଛି । ଏପରିକି ଅନେକ ଷ୍ଟାରଙ୍କ ଭାଗ୍ୟ ମଧ୍ୟ ଚମକିଛି । ଅନେକ ଷ୍ଟାରଙ୍କ ଫିଲ୍ମ ଫ୍ଲଫ୍ ହୋଇଛି । ନା କାମରେ ଆସିଲା ବିଗ୍ ବଜେଟ ନା କାମରେ ଆସିଲା ନାମିଦାମୀ ଚେହେରା । ତେବେ ଏବର୍ଷର ଫ୍ଲପ୍ ତାଲିକାରେ କେଉଁ ଫିଲ୍ମ ଅଛି? ଜାଣନ୍ତୁ,

year ender 2023
year ender 2023

ହାଇଦ୍ରାବାଦ: ଆଉ କିଛି ଦିନର ଅପେକ୍ଷା.... ବିଦାୟ ନେବ ୨୦୨୩ ବର୍ଷ । କେତେ ନୂଆ ଆଶା ନେଇ ପୁଣି ଆରମ୍ଭ ହେବ ଆଉ ଏକ ବର୍ଷ । ସେଥିପାଇଁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଇତି ମଧ୍ୟରେ ଚଳିତ ବର୍ଷ (୨୦୨୩) ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ବେଶ ସାନଦାର ରହିଥିଲା । କୋରୋନା କାଳ ପରେ ବି ୨୦୨୨ରେ ବେଶ କ୍ଷତି ସହିଥିଲା ଇଣ୍ଡଷ୍ଟ୍ରି । କିନ୍ତୁ ଚଳିତ ବର୍ଷ ଇଣ୍ଟଷ୍ଟ୍ରି ପାଇଁ ଶୁଭ ପ୍ରତିଫଳନ ହୋଇଛି । ଅନେକ ଲୋକପ୍ରିୟ ତାରକା ନିଜ ଭାଗ୍ୟ ଚମକାଇବା ସହ ବ୍ଲକବ୍ଲଷ୍ଟର ଫିଲ୍ମ ଦେଇଛନ୍ତି । ଏହାରି ମଧ୍ୟରେ କିନ୍ତୁ କିଛି ଫିଲ୍ମ ଦର୍ଶକଙ୍କ ମନ ଜିତିପାରିନଥିଲା । ନାମଦାମୀ ଚେହେରା ସହ ବିଗ ବଜେଟ ସତ୍ତ୍ବେ ବକ୍ସ ଅଫିସରେ ଚାଲିପାରିଲାନି ଫିଲ୍ମ । ସଲମାନ ଖାନଙ୍କ ଠାରୁ ପ୍ରଭାସ, କଙ୍ଗନା ରାଣାୱତ, ଅକ୍ଷୟ କୁମାର ଭଳି ତାରକାଙ୍କ ଫିଲ୍ମ ସୁପର ଫ୍ଲପ୍ ହୋଇଛି ।

  • " class="align-text-top noRightClick twitterSection" data="">
  • କିସି କା ଭାଇ କିସି କି ଜାନ

'କିସି କା ଭାଇ କିସି କି ଜାନ୍‌' ଫରହାଦ୍ ସାମଜୀଙ୍କ ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର ଭୀରମର ରିମେକ୍ ଅଟେ । ଏହି ଫିଲ୍ମରେ ଭାଇଜାନ ସଲମାନ ଖାନ, ସାଉଥ ଅଭିନେତ୍ରୀ ପୂଜା ହେଗଡେ, ଭୂମିକା ଚାୱଲା, ସାଉଥ ତାରକା ଭେଙ୍କଟେଶ ଭଳି ତାରକା ଏହି ଫିଲ୍ମରେ ନଜର ଆସିଥିଲେ। ଏଥିସହ ସାଉଥ ସୁରଷ୍ଟାର ରାମଚରଣ ମଧ୍ୟ ଏହି ଫିଲ୍ମରେ କ୍ୟାମିଓ ରୋଲରେ ନଜର ଆସିଥିଲେ । ସଲମାନ ଖାନଙ୍କ ଏହି ଫିଲ୍ମ 21 ଏପ୍ରିଲ(୨୦୨୩) ରେ ଇଦ୍ ଅବସରରେ ରିଲିଜ କରିଥିଲା । ସଲମାନ ଖାନଙ୍କ ଏହି ଆକ୍ସନ୍ ଫିଲ୍ମର ପୁରା ବଜେଟ୍ ୧୩୨.୫ କୋଟିର ଥିଲା । ଏହି ଫିଲ୍ମ କିନ୍ତୁ ବକ୍ସ ଅଫିସରେ ଚାଲିପାରିଲା ନାହିଁ । ଏବଂ ଚଳଚ୍ଚିତ୍ରର ମୋଟ ରୋଜଗାର ପ୍ରାୟ ୧୭୫.୨୫କୋଟି ପାଖାପାଖି ରହିଥିଲା ।

  • " class="align-text-top noRightClick twitterSection" data="
  • ଆଦିପୁରୁଷ

ଓମ ରାଉତ୍‌ଙ୍କ ନିର୍ଦ୍ଦେଶିତ ଆଦିପୁରୁଷ ଚଳଚ୍ଚିତ୍ର 'ରାମାୟଣ' ଉପରେ ଆଧାରିତ ଥିଲା । ଏହି ଚଳଚ୍ଚିତ୍ରର ବଜେଟ୍ ପ୍ରାୟ ୭୦୦କୋଟି ଥିଲା । ସାଉଥ ସୁପରଷ୍ଟାର ପ୍ରଭାସ, ବଲିଉଡ ଅଭିନେତ୍ରୀ କ୍ରିତି ସାନନଙ୍କ ସହ ଅଭିନେତା ସୈଫ ଅଲି ଖାନ ଭଳି ଷ୍ଟାର ଏହି ଫିଲ୍ମରେ ଅଭିନୟ କରିଥିଲେ । ଏହି ଫିଲ୍ମ ୧୬ ଜୁନ୍‌ (୨୦୨୩)ରେ ବଡ଼ ପରଦାରେ ତାମିଲ, ମାଲାୟାଲମ୍, ତେଲୁଗୁ, ହିନ୍ଦୀ ଏବଂ ଅନ୍ୟାନ୍ୟ ଭାଷାରେ ରିଲିଜ କରିଥିଲା । ପ୍ରଥମ ଦିନରେ ଫିଲ୍ମଟି ୮୬.୭୫ କୋଟି ରୋଜଗାର କରିଥିଲା ​। ପରେ ବିବାଦୀୟ ସଂଳାପ ଏବଂ ଖରାପ VFX ଯୋଗୁଁ ଚଳଚ୍ଚିତ୍ରକୁ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଲା । ବିବାଦ ପରେ ଏ ସମସ୍ତ ଜିନିଷ ପରିବର୍ତ୍ତନ କରାଯିବା ସତ୍ତ୍ବେ ବି ଦର୍ଶକଙ୍କ ମନ ଜିତିପାରିନଥିଲା । ଫଳରେ ଏହି ଫିଲ୍ମ ବକ୍ସ ଅଫିସରେ ମାତ୍ର ୩୦୦ କୋଟି ରୋଜଗାର କରିବାରେ ସକ୍ଷମ ହୋଇଥିଲା । ଯାହା ଏକପ୍ରକାର ଫ୍ଲପ୍ ବୋଲି ପ୍ରମାଣିତ ହୋଇଛି । ବର୍ତ୍ତମାନ ଏହି ଚଳଚ୍ଚିତ୍ରଟି ସମସ୍ତ ଭାଷାରେ ଓଟିଟ ପ୍ଲାଟଫର୍ମରେ ଷ୍ଟ୍ରିମିଂ ହୋଇଛି ।

  • ସେଲଫି

ଅକ୍ଷୟ କୁମାର ପ୍ରତିବର୍ଷ ଅନେକ ଫିଲ୍ମ ସହ ପରଦାକୁ ଆସି ଲୋକଙ୍କୁ ମନୋରଞ୍ଜନ କରିଥାନ୍ତି । ହେଲେ ଚଳିତବର୍ଷ ତାଙ୍କ ପାଇଁ ଭଲ ପ୍ରମାଣିତ ହୋଇନଥିଲା । ଅକ୍ଷୟ କୁମାର ଏବଂ ଇମ୍ରାନ ହାସମିଙ୍କ ଫିଲ୍ମ 'ସେଲଫି' ଚଳଚ୍ଚିତ୍ର ମଧ୍ୟ ପ୍ଲପ ଲିଷ୍ଟ ତାଲିକାରେ ସାମିଲ ହୋଇଛି । ଯେଉଁଥିରେ ଉଭୟ ତାରକା ଏକାଠି ନଜର ଆସିଥିଲେ । ଚଳିତ ବର୍ଷ(୨୦୨୩) ଫେବୃଆରୀ ୨୪ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରର ପ୍ରଥମ ଦିନର ଆୟ ମାତ୍ର ୨ କୋଟି ଟଙ୍କା ଥିଲା । ଏହି ଚଳଚ୍ଚିତ୍ରର ପୁରା କଲେକ୍ସନ୍ ୨୩ କୋଟିରେ ଅଟକି ଯାଇଥିଲା । ଏହି ଫିଲ୍ମ ସହ ୨୦୨୩ ବର୍ଷ ଆରମ୍ଭ କରିଥିଲେ । ତେବେ ପ୍ରଥମ ଫିଲ୍ମ ବକ୍ସ ଅଫିସରେ ଫ୍ଲପ ପ୍ରମାଣିତ ହୋଇଥିଲା ।

  • ମିଶନ ରାନିଗଞ୍ଜ

ସେହିପରି ସେ ଚଳିତ ବର୍ଷର ଆଉ ଏକ ଫିଲ୍ମ 'ମିଶନ ରାନିଗଞ୍ଜ' ସହ ପରଦାକୁ ଫେରିଥିଲେ । ଏହି ଫିଲ୍ମ ଅକ୍ଷୟ କୁମାରଙ୍କ ଫିଲ୍ମ 'ମିଶନ ରାନିଗଞ୍ଜ' ୬ ଅକ୍ଟୋବର (୨୦୨୩)ରେ ରିଲିଜ ହୋଇଥିଲା । ସ୍ୱର୍ଗତ କୋଇଲା ଖଣି ଇଞ୍ଜିନିୟର ଜସୱନ୍ତ ସିଂ ଗିଲ୍‌ଙ୍କ ଉପରେ ଆଧାରିତ ଏହି ଫିଲ୍ମ । ଯିଏ 1989 ପଶ୍ଚିମବଙ୍ଗ ବନ୍ୟା ସମୟରେ ୬୪ ଖଣି ଶ୍ରମିକଙ୍କ ଜୀବନ ରକ୍ଷା କରିଥିଲେ । ଏହି ଫିଲ୍ମରେ ଅକ୍ଷୟଙ୍କୁ ଜସୱନ୍ତ ସିଂଙ୍କ ଭୂମିକାରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ସେ ପୁଣି ପରିଣୀତି ଚୋପ୍ରାଙ୍କ ସହ ସ୍କ୍ରିନ୍‌ ସେୟାର କରିଛନ୍ତି । ଏହି ଫିଲ୍ମଟି ବାସୁ ଭଗ୍ନାନି, ଦୀପଶିଖା ଦେଶମୁଖ, ଜ୍ୟାକି ଭଗ୍ନାନୀ, ଏବଂ ଅଜୟ କପୁରଙ୍କ ଦ୍ୱାରା ନିର୍ମିତ । ନିର୍ଦ୍ଦେଶକ ଟିନୁ ସୁରେଶ ଦେଶାଇ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ୫୫ କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ ୪୫ କୋଟି ଆୟ କରିଥିବା ସତ୍ତ୍ବେ ଲୋକଙ୍କୁ ପସନ୍ଦ ଆସିନଥିଲା । ଫଳରେ ଫ୍ଲପ ପ୍ରମାଣିତ ହୋଇଥିଲା । କିନ୍ତୁ ଅକ୍ଷୟ କୁମାରଙ୍କ ଯୌନ ଶିକ୍ଷା ଉପରେ ଆଧାରିତ ଫିଲ୍ମ 'ଓଏମଜି ୨' ଦର୍ଶକଙ୍କ ମନ ଜିତିବା ସହ ୨୨୦ କୋଟି ଆୟ କରିବାରେ ସଫଳ ହୋଇଥିଲା । ତେବେ ଚଳିତ ବର୍ଷର ୩ଟି ଫିଲ୍ମ ମଧ୍ୟରେ ଗୋଟିଏରେ ସଫଳତା ହାସଲ କରିଥିଲେ ଅକ୍ଷୟ ।

  • ଥ୍ୟାଙ୍କ ୟୁ ଫର କମିଂ

'ଥ୍ୟାଙ୍କ ୟୁ ଫର୍ କମିଂ' ଫିଲ୍ମରେ ଭୂମି ପେଡନେକରଙ୍କ ସହ ଶେହନାଜ ଗିଲ୍‌, ଡଲି ସିଂ, କୁଶା କପିଲା ଏବଂ ଶିବାନୀ ବେଦୀ, କରଣ କୁନ୍ଦ୍ରା ଏବଂ ଅନୀଲ କପୁରଙ୍କ ସେମତ ଅନେକ ତାରକା ନଜର ଆସିଛନ୍ତି । ଏହି ଚଳଚ୍ଚିତ୍ରର ନିର୍ମାତା ହେଉଛନ୍ତି ଏକତା କପୁର ଏବଂ ଅଭିନେତା ଅନୀଲ କପୁରଙ୍କ ଝିଅ ତଥା ଫିଲ୍ମ ନିର୍ମାତା ରିୟା କପୁର । ରିୟାଙ୍କ ସ୍ବାମୀ କରଣ ବୁଲାନି ଏହି ଫିଲ୍ମ ସହ ନିର୍ଦ୍ଦେଶନାରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମ 'ମିଶନ ରାନିଗଞ୍ଜ' ସହ ଟକ୍କର ଦେଇଥିଲା । କିନ୍ତୁ ଦର୍ଶକଙ୍କ ଆକୃଷ୍ଟ କରିବାରେ ବିଫଳ ହେବା ସହ ମାତ୍ର ୯.୬୪ କୋଟି ଆୟ କରି ସୁପର ଫ୍ଲପ ହୋଇଛି ଫିଲ୍ମ ।

  • ଗଣପଥ

ଟାଇଗର ଶ୍ରଫ ୨୦୨୩ରେ ଫିଲ୍ମ 'ଗଣପଥ' ସହ ପରଦାରେ ନଜର ଆସିଥିଲେ । ହେଲେ ଏହି ଫିଲ୍ମ ବକ୍ସ ଅଫିସରେ ଚାଲିପାରିଲା ନାହିଁ । ବାଶୁ ଭଗ୍ନାନୀ, ଜ୍ୟାକି ଭଗ୍ନାନୀ, ଦୀପଶିଖା ଦେଶମୁଖ ଏବଂ ବିକାଶ ବାହଲ ଏହି ଚଳଚ୍ଚିତ୍ର ନିର୍ମାଣ କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ବିକାଶ ବହଲ । ଏହି ଚଳଚ୍ଚିତ୍ରର ନିର୍ମାତା ହେଉଛନ୍ତି ବିକାଶ ବହଲ ଏବଂ ଜ୍ୟାକି ଭଗ୍ନାନୀ । ଏହି ଚଳଚ୍ଚିତ୍ରଟି ୨୦ ଅକ୍ଟୋବର ୨୦୨୩ରେ ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡ ଭାଷାରେ ପ୍ରେକ୍ଷାଳୟରେ ରିଲିଜ ହୋଇଥିଲା । ଏହି ଫିଲ୍ମରେ ଟାଇଗର ଶ୍ରଫ୍, କ୍ରିତି ସାନନ୍ ଏବଂ ଅମିତାଭ ବଚ୍ଚନଙ୍କୁ ଦେଖିବାକୁ ମିଳିଛି । ୨୦୦ କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ ବକ୍ସ ଅଫିସରେ ମାତ୍ର ୧୩.୩୮ କୋଟି ଆୟ କରି ସୁପରଫ୍ଲପ୍ ପ୍ରମାଣିତ ହୋଇଛି ।

  • " class="align-text-top noRightClick twitterSection" data=" ">
  • ତେଜସ୍

ଚଳିତ ବର୍ଷ କଙ୍ଗନା ରାଣାୱତଙ୍କ ପାଇଁ ମଧ୍ୟ ବହୁତ ଖରାପ ରହିଛି । ଅଭିନେତ୍ରୀଙ୍କ ରିଲିଜ ହୋଇଥିବା ଚଳିତ ବର୍ଷର ୨ଟି ଫିଲ୍ମ 'ତେଜସ' ଏବଂ 'ଚନ୍ଦ୍ରମୁଖୀ ୨' ଫ୍ଲପ ହୋଇଛି । 'ତେଜସ୍' ଭାରତୀୟ ବାୟୁସେନା(IAF) ପାଇଲଟ୍ ତେଜସ୍ ଗିଲଙ୍କ ଜୀବନ ଯାତ୍ରା ଉପରେ ନିର୍ମିତ ହୋଇଥିବା ଏହି ଫିଲ୍ମରେ କଙ୍ଗନା ତେଜସ ଗିଲ୍‌ଙ୍କ ଭୂମିକାରେ ବାୟୁସେନା ପାଇଲଟ୍‌ ଅବତାରରେ ନଜର ଆସିଛନ୍ତି । ଏହି ଫିଲ୍ମ ଆରଏସ୍‌ଭିପି ଦ୍ୱାରା ପ୍ରସ୍ତୁତ କରାଯାଇଛି । ସର୍ଭେଶ ମେୱରାଙ୍କ ଦ୍ୱାରା ଲିଖିତ ତଥା ନିର୍ଦ୍ଦେଶିତ ଏବଂ ରୋନି ସ୍କ୍ରୁଭାଲାଙ୍କ ଦ୍ୱାରା ନିର୍ମିତ । ୨୭ ଅକ୍ଟୋବରରେ ରିଲିଜ ଏହି ଫିଲ୍ମ ୬୦ କୋଟି ବଜେଟର ହୋଇଥିଲେ ସୁଦ୍ଧା ମାତ୍ର ୫.୬ କୋଟି ହିଁ ଆୟ କରିପାରିଛି । ସେହିପରି 'ଚନ୍ଦ୍ରମୁଖୀ ୨' ସହ କଙ୍ଗନା ସାଉଥରେ ଡେବ୍ୟୁ କରିଥିଲେ । ଏବଂ ସେ ସାଉଥ ତାରକା ଲେରେନ୍ସ ବିଷ୍ଣୋଇଙ୍କ ସ୍କ୍ରିନ ସେୟାର କରିଥିଲେ । ତଥାପି ଏହି ଫିଲ୍ମ ୪୦ କୋଟି ଆୟ କରି ବକ୍ସ ଅଫିସରେ ଫ୍ଲପ୍ ପ୍ରମାଣିତ ହୋଇଛି ।

  • ଜ୍ବିଗାଟୋ

ଏହି ଫିଲ୍ମର କାହାଣୀ ଜଣେ ଡେଲିଭରି ବୟର ସଂଘର୍ଷ ଉପରେ ଆଧାରିତ । ଏବଂ ଏହି ଫିଲ୍ମ ଓଡ଼ିଶାର ହୋଇଥିବା ବେଳେ ଫିଲ୍ମର ସୁଟିଂ ମଧ୍ୟ ସେଠାରେ ହୋଇଥିଲା । ଏହି ନନ୍ଦିତା ଦାସ ଫିଲ୍ମ ଜ୍ବିଗାଟୋର ନିର୍ଦ୍ଦେଶନା ଦେଇଥିବା ବେଳେ କାହାଣୀ ଲେଖିଛନ୍ତି ସମୀର ପାଟିଲ ଏବଂ ଲୋକପ୍ରିୟ କମେଡି ତାରକା କପିଲ ଶର୍ମାଙ୍କ ବ୍ୟତୀତ ଅନେକ ଓଡିଆ ଶିଶୁ କଳାକାର ଏଥିରେ ଅଭିନୟ କରିଛନ୍ତି । ହେଲେ ଫିଲ୍ମଟି ବକ୍ସ ଅଫିସରେ ଅଧିକ ରୋଜଗାର କରିପାରି ନଥିଲା । ମାର୍ଚ୍ଚ ୧୭ରେ ଏହି ଫିଲ୍ମ ରିଲିଜ ହୋଇଥିବା ବେଳେ ବକ୍ସ ଅପିସରେ କିନ୍ତୁ ୩.୫୩ କୋଟି ଆୟ କରିପାରିଛି । କିନ୍ତୁ ଫିଲ୍ମଟି ବେଶ ହୃଦୟସ୍ପର୍ଶୀ ବାସ୍ତବ କାହାଣୀ ହୋଇଥିବା ବେଳେ ଓସ୍କାର ଲାଇବ୍ରେରୀରେ ସ୍ଥାନ ପାଇ ସଫଳତା ହାସଲ କରିଛି ।

  • ଦ ଭ୍ୟାକ୍ସିନ ୱାର

ଦ କାଶ୍ମୀର ଫାଇଲର ଅପାର ସପଳତା ପରେ ୨୦୨୩ରେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ପୁଣି ଏକ ସତ ଘଟଣାକୁ ନେଇ ବକ୍ସ ଅଫିସକୁ ଫେରିଥିଲେ । 2020 ଏବଂ 2021ରେ ପ୍ରଭାବିତ କୋରୋନା ଭାଇରସ୍ ଲଢ଼େଇ ପାଇଁ ପ୍ରସ୍ତୁତ କୋରୋନା ଟିକା ଉପରେ ଆଧାରିତ ଫିଲ୍ମ ଅଟେ । ବିବେକ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ଏହି ଚଳଚ୍ଚିତ୍ରଟି ପଲ୍ଲବୀ ଯୋଶୀଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଦ ଭ୍ୟାକ୍ସିନ୍ ୱାର ୨୮ ସେପ୍ଟେମ୍ବରରେ ଚଳଚ୍ଚିତ୍ର ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ ହୋଇଥିବା ବେଳେ ମାତ୍ର ୧୦ କୋଟି ପାଖାପାଖି ଆୟ କରିଛି । ଏହି ଚଳଚ୍ଚିତ୍ରରେ ପଲ୍ଲବୀ ଯୋଶୀ, ନାନା ପାଟେକର, ଅନୁପମ ଖେର ମୁଖ୍ୟ ଭୂମିକାରେ ନଜର ଆସିବା ସତ୍ତ୍ବେ ଫ୍ଲପ ହୋଇଥିଲା ।

  • ଶେହଜାଦା

କାର୍ତ୍ତିକ ଆର୍ଯ୍ୟନଙ୍କ ଅଭିନୀତ ଫିଲ୍ମ 'ଶେହଜାଦା' ଚଳଚ୍ଚିତ୍ର ସାଉଥ ଚଳଚ୍ଚିତ୍ର ବୈକୁଣ୍ଠପୁର୍ମୁଲୁର ରିମେକ୍ ଥିଲା । ଏହି ସାଉଥ ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଲ୍ଲୁ ଅର୍ଜୁନ, ପୂଜା ହେଗଡେ ଥିଲେ । ଏବଂ ଏହାର ହିନ୍ଦୀ ରିମେକ୍ ଶେହଜାଦାରେ କାର୍ତ୍ତିକ ଆର୍ଯ୍ୟନ ଏବଂ କ୍ରିତି ସାନନ ନଜର ଆସିଥିଲେ। ହେଲେ ସାଉଥ ଫିଲ୍ମ ଭଳି ଏହାର ଯାଦୁ ଚାଲିପାରିଲା ନାହିଁ । ଶେହଜାଦା ଚଳଚ୍ଚିତ୍ର ୬୫ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମଟି ବକ୍ସ ଅଫିସରେ ମାତ୍ର ୩୭.୮ କୋଟି ଟଙ୍କା ରୋଜଗାର କରିଥିଲା । ଫେବୃୟାରୀ ୧୭ରେ ରିଲଜ ହୋଇଥିବା ବେଳେ ବର୍ଷର ଆରମ୍ଭ କାର୍ତ୍ତିକଙ୍କ ଖରାପ ରହିଥିବା ବେଳେ ଶେଷ ଫିଲ୍ମ କିନ୍ତୁ ଭଲ ପ୍ରଦର୍ଶନ କରିଥିଲା । ସେ ପରେ 'ସତ୍ୟପ୍ରେମ କି କଥା' ସହ ପରଦାରେ ଧମାକା କରିବା ସହ ଦର୍ଶକଙ୍କ ମନ ଜିତିଥିଲେ ।

ଏହା ମଧ୍ୟ ପଢନ୍ତୁ: ଚଳିତ ବର୍ଷ ବଲିଉଡକୁ ସାହା ହେଲେ ଏହି 5 ଫିଲ୍ମ, ବକ୍ସଅଫିସ୍‌ରେ ଭାଙ୍ଗିଲେ ରେକର୍ଡ

  • କୁତେ ଏବଂ ଭିଡ

ବିଶାଲ ଭରଦ୍ୱାଜଙ୍କ ପୁଅ ଆସମାନ ଭରଦ୍ୱାଜଙ୍କ ନିର୍ଦ୍ଦେଶିତ ଏବଂ ଅର୍ଜୁନ କପୁରଙ୍କ ଅଭିନୀତ ଫିଲ୍ମ 'କୁତେ' ମାତ୍ର 8 କୋଟି ଟଙ୍କା ଆୟ କରିଛି । ଚଳଚ୍ଚିତ୍ରର ପୁରା ବଜେଟ୍ ଥିଲା ୫୦ କୋଟି । କିନ୍ତୁ ବକ୍ସ ଅଫିସରେ ଏହା କମାଲ କରି ପାରିନଥିଲା । ସେପଟେ ରାଜକୁମାର ରାଓଙ୍କ 'ଭିଡ' ମଧ୍ୟ ପରଦାରେ ଫ୍ଲପ୍ ଫିଲ୍ମ ତାଲିକାରେ ଅନ୍ତର୍ଭୁକ୍ତ । ଏହି ଚଳଚ୍ଚିତ୍ରରେ ରାଜକୁମାର ରାଓ, ଭୂମି ପେଡ୍‌ନେକର, ଦିଆ ମିର୍ଜା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଚଳଚ୍ଚିତ୍ର ଭିଡ଼ କୋରୋନା ସମୟର ଭୟାନକ ଦୃଶ୍ୟ ବର୍ଣ୍ଣନା କରିଛି । ଏହି ଚଳଚ୍ଚିତ୍ରଟି ମାତ୍ର 2 କୋଟି ଟଙ୍କା ରୋଜଗାର କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.