ETV Bharat / entertainment

ତେଜସ ରିଲିଜ ପୂର୍ବରୁ ବିମାନରେ NSA ଡୋଭାଲଙ୍କୁ ଭେଟିଲେ କଙ୍ଗନା

author img

By ETV Bharat Odisha Team

Published : Oct 24, 2023, 4:41 PM IST

ତେଜସର ପ୍ରମୋସନ ପାଇଁ କଙ୍ଗନା ରାଣାୱତ ମୁମ୍ବାଇରୁ ଦିଲ୍ଲୀରେ ପହଞ୍ଚିଛନ୍ତି । ଏଠାରେ ସେ ଲବ କୁଶ ରାମଲୀଲାରେ ରାବଣ ଦାହନ କରିବେ । ଏହି ସମୟରେ କଙ୍ଗନା ବିମାନରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିଛନ୍ତି । ସୋସିଆଲ ମିଡିଆରେ ଉଭୟଙ୍କ ଫଟୋ ସେୟାର କରିଛନ୍ତି ଅଭିନେତ୍ରୀ । ଅଧିକ ପଢନ୍ତୁ,

ତେଜସ ରିଲିଜ ପୂର୍ବରୁ ବିମାନରେ NSA ଅଜିତ ଡୋଭାଲଙ୍କୁ ଭେଟିଲେ କଙ୍ଗନା

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଫିଲ୍ମ ତେଜସ ଅକ୍ଟୋବର ୨୭ରେ ରିଲିଜ ହେବ । ଯାହାକୁ ନେଇ ସେ ଆଜିକାଲି ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହାରି ମଧ୍ୟରେ କଙ୍ଗନା ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିଛନ୍ତି । କଙ୍ଗନା ବିମାନରେ ମୁମ୍ବାଇରୁ ଦିଲ୍ଲୀ ଯାଉଥିବା ସମୟରେ ଅଜିତ ଡୋଭାଲଙ୍କୁ ଭେଟିଛନ୍ତି । ଯାହାର ଫଟୋ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ମଙ୍ଗଳବାର କଙ୍ଗନା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ କଙ୍ଗନା ଅଜିତ ଡୋଭାଲଙ୍କ ସହ କିଛି ଫଟୋ ସେୟାର କରିଛନ୍ତି । ଏବଂ କ୍ୟାପସନରେ ଲେଖିଛନ୍ତି, ''ସୌଭାଗ୍ୟବଶତଃ ଆଜି ସକାଳେ ବିମାନରେ ମୁଁ ଅଲ ଟାଇମ୍ ଗ୍ରେଟ ଶ୍ରୀ ଅଜିତ ଡୋଭାଲଙ୍କ ସହ ଭେଟିଥିଲି । ତେଜସର ପ୍ରଚାର ଅବସରରେ ମୋତେ ତାଙ୍କୁ ଭେଟିବାର ସୁଯୋଗ ମିଳିଲା । ଯିଏ ସମସ୍ତ ସୈନିକଙ୍କ ପ୍ରେରଣା ଅଟନ୍ତି । ମୁଁ ଏହାକୁ ବଡ ଉପହାର(ସଗୁନ) ମାନୁଛି । ଜୟ ହିନ୍ଦ ।''

କଙ୍ଗନା ରାଣାୱତଙ୍କ ପୋଷ୍ଟ
କଙ୍ଗନା ରାଣାୱତଙ୍କ ପୋଷ୍ଟ

କିଛି ଦିନ ପୂର୍ବରୁ କଙ୍ଗନା ଦିଲ୍ଲୀର ଭାରତୀୟ ବାୟୁସେନା ଅଡିଟୋରିୟମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ବହୁ ଭାରତୀୟ ବାୟୁସେନା ଅଧିକାରୀଙ୍କ ପାଇଁ ତେଜସର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଆୟୋଜନ କରିଥିଲେ । କଙ୍ଗନା ତାଙ୍କ ଇନଷ୍ଟାଗ୍ରାମରେ ଚଳଚ୍ଚିତ୍ରର ସ୍ୱତନ୍ତ୍ର ସ୍କ୍ରିନିଂରୁ ଅନେକ ଫଟୋ ସେୟାର କରିଥିଲେ । ସେ ଏକ କ୍ୟାପସନରେ ଲେଖିଥିଲେ, "ଟିମ୍ ତେଜସ୍ ଆଜି ସନ୍ଧ୍ୟାରେ ଭାରତୀୟ ବାୟୁସେନା ଅଡିଟୋରିୟମ୍ ରେ ସମ୍ମାନିତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜୀ ଏବଂ ଭାରତୀୟ ବାୟୁସେନାର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍କ୍ରିନିଂ କରିଥିଲେ।"

ଏହା ମଧ୍ୟ ପଢନ୍ତୁ: ଦିଲ୍ଲୀର ଲବ କୁଶ ରାମଲୀଳାରେ ସାମିଲ ହେବେ କଙ୍ଗନା, ପ୍ରଥମ ଅଭିନେତ୍ରୀ ଭାବେ କରିବେ ରାବଣ ଦହନ

କଙ୍ଗନା ରାଣାୱତଙ୍କ ଫିଲ୍ମ ତେଜସ୍ ଭାରତୀୟ ବାୟୁସେନା (IAF) ପାଇଲଟ୍ ତେଜସ୍ ଗିଲଙ୍କ ଜୀବନୀ ଯାତ୍ରା ଉପରେ ନିର୍ମିତ ହୋଇଛି । ଯିଏ ଦେଶ ସେବା କରିବାରେ କୌଣସି ଅବସରକୁ ହାତଛଡା କରିନାହାନ୍ତି । ଏହି ଫିଲ୍ମରେ କଙ୍ଗନା ତେଜସ ଗିଲଙ୍କ ଭୂମିକାରେ ବାୟୁସେନା ପାଇଲଟ ଅବତାରରେ ନଜର ଆସିବେ । ଏହି ଫିଲ୍ମ ଆରଏସଭିପି ଦ୍ୱାରା ପ୍ରସ୍ତୁତ କରାଯାଇଛି। ସର୍ଭେଶ ମେଭଡାଙ୍କ ଦ୍ୱାରା ଲିଖିତ ତଥା ନିର୍ଦ୍ଦେଶିତ ଏବଂ ରୋନି ସ୍କ୍ରୁଭାଲାଙ୍କ ଦ୍ୱାରା ନିର୍ମିତ । ଏହି ଚଳଚ୍ଚିତ୍ରଟି ଅକ୍ଟୋବର 27, 2023 ରେ ରିଲିଜ ହେବ । ଏହା ପରେ କଙ୍ଗନାଙ୍କୁ ଫିଲ୍ମ ‘ଏମରଜେନ୍ସି’ ରେ ମଧ୍ୟ ଦେଖିବାକୁ ମିଳିବ । ଏହି ଫିଲ୍ମ ବି ଚଳିତ ବର୍ଷ ମୁକ୍ତିଲାଭ କରିବାକୁ ଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.