ETV Bharat / entertainment

Liger Song Aafat Out: ବିଜୟ-ଅନନ୍ୟାଙ୍କ କ୍ୟୁଟ୍‌ କେମେଷ୍ଟ୍ରିରେ ଫ୍ୟାନ୍ସ ଫିଦା

author img

By

Published : Aug 6, 2022, 11:20 AM IST

ବିଜୟ ଦେବରକୋଣ୍ଡାଙ୍କ ଫିଲ୍ମ ଲାଇଗର୍‌ର ଆଉ ଏକ ଗୀତ ଆଫତ୍ (Aafat) ଗୀତ ମୁକ୍ତିଲାଭ କରିଛି । ଏହି ମ୍ୟୁଜିକ୍‌ ଭିଡିଓରେ ବିଜୟ ଦେବରାକୋଣ୍ଡା ଏବଂ ଅନନ୍ୟା ପାଣ୍ଡେଙ୍କର ସୁନ୍ଦର କେମେଷ୍ଟ୍ରି ଦେଖିବାକୁ ମିଳୁଛି । ଅଧିକ ପଢନ୍ତୁ

Etv Bharବିଜୟ ଦେବରାକୋଣ୍ଡା-ଅନନ୍ୟା ପାଣ୍ଡେଙ୍କ କ୍ୟୁଟ୍‌ କେମେଷ୍ଟ୍ରିରେ ଫ୍ୟାନ୍ସ ଫିଦାat
Etv Bharaବିଜୟ ଦେବରାକୋଣ୍ଡା-ଅନନ୍ୟା ପାଣ୍ଡେଙ୍କ କ୍ୟୁଟ୍‌ କେମେଷ୍ଟ୍ରିରେ ଫ୍ୟାନ୍ସ ଫିଦାt

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ବିଜୟ ଦେବରାକୋଣ୍ଡାଙ୍କ ଫିଲ୍ମ 'ଲାଇଗର୍'ର ଗୀତ 'ଆଫତ୍' (Aafat) ଗୀତ ମୁକ୍ତିଲାଭ କରିଛି । ଏହି ମ୍ୟୁଜିକ୍‌ ଭିଡିଓରେ ବିଜୟ ଦେବରାକୋଣ୍ଡା ଏବଂ ଅନନ୍ୟା ପାଣ୍ଡେଙ୍କର ସୁନ୍ଦର କେମେଷ୍ଟ୍ରି ଦେଖିବାକୁ ମିଳୁଛି । ନିର୍ମାତାମାନେ ଏହି ଗୀତରେ ଅନନ୍ୟା ପାଣ୍ଡେଙ୍କୁ 'ସୁନ୍ଦର ଡ୍ରାମା କୁଇନ୍‌' ଭାବରେ ପରିଚିତ କରାଇଛନ୍ତି, ଯିଏ ଫିଲ୍ମରେ ବିଜୟ ଦେବରକୋଣ୍ଡାଙ୍କ ଗର୍ଲଫ୍ରେଣ୍ଡ ଭୂମିକାରେ ନଜର ଆସିବେ ।

  • " class="align-text-top noRightClick twitterSection" data="">

ଉଲ୍ଲେଖନୀୟ ଯେ, ଲାଇଗରର ନିର୍ମାତାମାନେ ଶୁକ୍ରବାର ଦିନ 4 ଟାରେ 'ଆଫତ୍‌' ଗୀତ ରିଲିଜ୍ କରିଥାନ୍ତେ । କିନ୍ତୁ କିଛି କାରଣରୁ, ନିର୍ମାତାମାନେ ରିଲିଜ୍ ହେବାର କିଛି ମିନିଟ୍ ପୂର୍ବରୁ ଏହାର ରିଲିଜ୍ ତାରିଖ ପରିବର୍ତ୍ତନ କରିଥିଲେ । ଫିଲ୍ମର ନିର୍ଦ୍ଦେଶକ ପୁରୀ ଜଗନ୍ନାଥ ତାଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି ଯେ, ‘‘ବୈଷୟିକ ତ୍ରୁଟି ହେତୁ 'ଆଫତ୍‌' ଗୀତ ଅଗଷ୍ଟ 5 ରେ ରିଲିଜ ହେବ ନାହିଁ ଏବଂ ଅଗଷ୍ଟ 6 ରେ ସକାଳ 9 ଟାରେ ମୁକ୍ତିଲାଭ କରିବ । ପୂର୍ବରୁ ଫିଲ୍ମର ଟ୍ରେଲର ଏବଂ ଏହାର ଦୁଇଟି ଗୀତ ରିଲିଜ ହୋଇସାରିଛି। 'ଆଫତ୍‌' ହେଉଛି ଏହି ଫିଲ୍ମର ତୃତୀୟ ଗୀତ ।’’

ଏହି ଗୀତରେ ଅନନ୍ୟା ଏବଂ ବିଜୟ ଦେବରକୋଣ୍ଡାଙ୍କ ଭରପୂର ରୋମାନ୍ସ ଦେଖିବାକୁ ମିଳିଛି । କିନ୍ତୁ ଏହାକୁ ଏକ ଭିନ୍ନ ଢଙ୍ଗରେ ଚିତ୍ରଣ କରାଯାଇଛି । ଏହା ପୂର୍ବରୁ ରିଲିଜ୍‌ ହୋଇଥିବା 2ଟି ଗୀତଠାରୁ ସମ୍ପୂର୍ଣ୍ଣ ଭିନ୍ନ ରହିଛି । ଫିଲ୍ମର ପ୍ରଥମ ଗୀତ 'Waat Laga Denge'କୁ ନିର୍ଦ୍ଦେଶକ ପୁରୀ ଜଗନ୍ନାଥ ଲେଖିଥିବାବେଳେ ବିଜୟ ଦେବରକୋଣ୍ଡା ନିଜେ ଏହାକୁ ଗାଇଛନ୍ତି । ଏହି ଫିଲ୍ମଟି ଆସନ୍ତା 25ରେ ରିଲିଜ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.