ETV Bharat / entertainment

ଅନନ୍ୟାଙ୍କ ସହ 'ଆଶିକୀ' କରିବା ମୁଡରେ ଅର୍ଜୁନ !

author img

By ETV Bharat Odisha Team

Published : Dec 11, 2023, 3:06 PM IST

KWK8 New Promo: କରନ ଜୋହରଙ୍କ ଚାଟ୍‌ ଶୋ' କଫି ୱିଥ କରନ ସିଜନ ୮ର ନୂଆ ପ୍ରମୋ ରିଲିଜ ହୋଇଛି । ଶୋ'ର ଲାଟେଷ୍ଟ ଏପିସୋଡରେ ବଲିଉଡ ଅଭିନେତା ଅର୍ଜୁନ କପୁର ଓ ଆଦିତ୍ୟ ରାୟ କପୁର ନଜର ଆସିବେ । ଅଧିକ ପଢନ୍ତୁ

KWK8 New Promo
KWK8 New Promo

ମୁମ୍ବାଇ: ବହୁଚର୍ଚ୍ଚିତ କରନ ଜୋହରଙ୍କ ଚାଟ୍‌ ଶୋ' କଫି ୱିଥ କରନ ସିଜନ ୮ ପୁଣି ଚର୍ଚ୍ଚାରେ । ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ବଲିଉଡ ତାରକା ଏହି ଶୋ'ରେ ଅତିଥି ଭାବରେ ନଜର ଆସିଛନ୍ତି । ଏହି ସମୟରେ ଶୋ'ର ଏକ ନୂଆ ପ୍ରୋମୋ ଆଜି ରିଲିଜ ହୋଇଛି । ଶୋ'ର ଲାଟେଷ୍ଟ ଏପିସୋଡରେ ବଲିଉଡ ଅଭିନେତା ଅର୍ଜୁନ କପୁର ଓ ଆଦିତ୍ୟ ରାୟ କପୁର ନଜର ଆସିବେ । କଫି ୱିଥ କରନ ସିଜନ ୮ର ନୂଆ ପ୍ରୋମୋରେ ଅର୍ଜୁନ କପୁର ଆଦିତ୍ୟ ରୟ କପୁରଙ୍କ ରୁମର ଗର୍ଲଫ୍ରେଣ୍ଡ ଅନନ୍ୟା ପାଣ୍ଡେଙ୍କ ପ୍ରଶ୍ନ ଉପରେ ପରିହାସ କରିଛନ୍ତି । ଯାହାକୁ ନେଇ ଆଦିତ୍ୟ ରାୟ କପୁର ନିଜର ପ୍ରତିକ୍ରିୟା ରଖିଥିଲେ ।

  • " class="align-text-top noRightClick twitterSection" data="">

କରଣ ଜୋହର ଆଜି ତାଙ୍କର ବହୁଚର୍ଚ୍ଚିତ ଶୋ’ର ନୂଆ ପ୍ରୋମୋ ରିଲିଜ କରି ପୁଣି ଥରେ ଲାଇମ୍ ଲାଇଟକୁ ଆସିଛନ୍ତି | ପ୍ରଥମେ କରନ ଏହି ଦୁଇ ଅଭିନେତାଙ୍କ ଶୋ’ରେ ସ୍ୱାଗତ କରିଥିଲେ ଏବଂ ତା’ପରେ ତାଙ୍କୁ ପ୍ରଶ୍ନ ପଚାରିବା ଆରମ୍ଭ କରିଥିବା ପ୍ରୋମୋରେ ଦେଖିବାକୁ ମିଳିଛି । ସର୍ବପ୍ରଥମେ କରନ ଉଭୟ କଳାକାରଙ୍କ ଲୁକ୍ ଉପରେ ପ୍ରଶ୍ନ କରିଥିଲେ। ଆଦିତ୍ୟ ରାୟ କପୁର ବ୍ଲୁ ସିଟରେ ଶୋ' କୁ ଆସିଥିବା ବେଳେ ଅର୍ଜୁନ କପୁର କାଜୁଆଲ୍ ଲୁକରେ ନଜର ଆସିଛନ୍ତି ।

ସୂଚନା ଥାଉକି, ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଆଶିକୀ-୨ ଅଭିନେତା ଆଦିତ୍ୟ ରାୟ କପୁର ଚର୍ଚ୍ଚାରେ ଅଛନ୍ତି । ନିକଟରେ ଏହି ପ୍ରେମପକ୍ଷୀ ମାଳଦ୍ବୀପରେ ସେମାନଙ୍କର ଜନ୍ମଦିନ ପାଳନ କରିଥିଲେ । ଏହାରି ମଧ୍ୟରେ କରଣ ଜୋହର ମୌକା ନେଇ ଆଦିତ୍ୟ ଏବଂ ଅର୍ଜୁନଙ୍କ ସମ୍ମୁଖରେ ଅନନ୍ୟା ପାଣ୍ଡେଙ୍କ ବିଷୟରେ ବାରମ୍ବାର ପ୍ରଶ୍ନ ପଚାରିବାର ଖେଳ ଖେଳିଥିଲେ।

ଏହା ମଧ୍ୟ ପଢନ୍ତୁ- ବିବାହ ପାଇଁ କିଆରାଙ୍କୁ ଏମିତି ପ୍ରପୋଜ କରିଥିଲେ ସିଦ୍ଧାର୍ଥ ମଲହୋତ୍ରା

ଯେତେବେଳେ କରଣ ଆଦିତ୍ୟ ରାୟ କପୁରଙ୍କୁ ତାଙ୍କ ରୁମର ଗର୍ଲଫ୍ରେଣ୍ଡ ଅନନ୍ୟା ପାଣ୍ଡେଙ୍କ ବିଷୟରେ ପଚାରିଥିଲେ, ଅଭିନେତା କହିଥିଲେ ଯେ ଏହା ବ୍ୟତୀତ ମୁଁ ସମସ୍ତ ପ୍ରଶ୍ନର ଉତ୍ତର ଦେଇପାରିବି ଏବଂ ତାହା ସତ୍ୟ ମଧ୍ୟ ରହିବ। ଏହା ପରେ ଆଦିତ୍ୟ ମୁଭିଂ ଅନ୍ କହୁଥିବାର ଦେଖାଯାଇଛି । ଏହା ପରେ କରନ ଅର୍ଜୁନ ଏବଂ ଆଦିତ୍ୟଙ୍କୁ ଏକ ପ୍ରଶ୍ନ କରଥିଲେ ଯେ, ଦୁଇ ଅଭିନେତା ଅନନ୍ୟା ପାଣ୍ଡେ ଏବଂ ଶ୍ରଦ୍ଧା କପୁରଙ୍କ ମଧ୍ୟରୁ କାହା ସହିତ ଆଶିକୀ କରିବାକୁ ଚାହାନ୍ତି । ଯାହାକୁ ନେଇ ଅର୍ଜୁନ ଆଦିତ୍ୟଙ୍କୁ ପରିହାସ କରି କହିଥିଲେ, 'ଆଶିକୀ ତ ନିଶ୍ଚିତ କରିବି..କିନ୍ତୁ କାହା ସହ କରିବି ତାହା ଜଣାନାହିଁ । ସେପଟେ ଏହାକୁ ନେଇ ଆଦିତ୍ୟ ପ୍ରତିକ୍ରିୟାରେ କହିଛନ୍ତି WHAT...ଏହାପରେ ଅର୍ଜୁନ କପୁର କହିଛନ୍ତି Just Joking..

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.