ETV Bharat / entertainment

ଥିଏଟରରେ ଲାଗିଲା ନିଆଁ, ପ୍ରଭାସଙ୍କ ପ୍ରଶଂସକ ଫୁଟାଇଥିଲେ ବାଣ

ଆନ୍ଧ୍ରପ୍ରଦେଶର ଏକ ଥିଏଟରରେ ଲାଗିଲା ନିଆଁ। ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ପ୍ରଶଂସକମାନେ ତାଙ୍କ ଫିଲ୍ମର ସ୍କ୍ରିନିଂ ସମୟରେ ବାଣ ଫୁଟାଇବାରୁ ଏହି ନିଆଁ ଲାଗିଛି। ଅଧିକ ପଢନ୍ତୁ

author img

By

Published : Oct 23, 2022, 6:45 PM IST

ଥିଏଟରରେ ଲାଗିଲା ନିଆଁ, ପ୍ରଭାସଙ୍କ ପ୍ରଶଂସକ ଫୁଟାଇଥିଲେ ବାଣ
ଥିଏଟରରେ ଲାଗିଲା ନିଆଁ, ପ୍ରଭାସଙ୍କ ପ୍ରଶଂସକ ଫୁଟାଇଥିଲେ ବାଣ

ଅମରାବତୀ: ଆନ୍ଧ୍ରପ୍ରଦେଶର ଏକ ଥିଏଟରରେ ଲାଗିଲା ନିଆଁ । ରବିବାର ଦିନ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ପ୍ରଶଂସକମାନେ ତାଙ୍କ ଫିଲ୍ମର ସ୍କ୍ରିନିଂ ସମୟରେ ବାଣ ଫୁଟାଇବାରୁ ଏହି ନିଆଁ ଲାଗିଛି । ପଶ୍ଚିମ ଗୋଦାବରୀ ଜିଲ୍ଲାର ତାଡେପଲ୍ଲିଗୁଡେମ ସହରରେ ଏହି ଘଟଣା ଘଟିଛି। ଭେଙ୍କଟରମଣ ଥିଏଟରରେ ତାଙ୍କ ଫିଲ୍ମ 'ବିଲ୍ଲା' (Film Billa)ର ସ୍କ୍ରିନିଂ ସମୟରେ ପ୍ରଭାସ ପ୍ରଶଂସକମାନେ ଅତ୍ୟନ୍ତ ଖୁସି ହୋଇ ବାଣ ଫୁଟାଇଥିଲେ । ପ୍ରଭାସଙ୍କ ଜନ୍ମଦିନକୁ (Prabha Birthday) ଧୁମ୍‌ଧାମ୍‌ରେ ପାଳନ କରିବା ପାଇଁ ସେମାନେ ଏପରି କରିଥିଲେ।

ତେବେ ଥିଏଟରରେ ନିଆଁ ଦ୍ରୁତ ଗତିରେ ବ୍ୟାପି ଯିବାରୁ ଦର୍ଶକମାନେ ବାହାରକୁ ଚାଲି ଆସିଥିଲେ । ଏଥିରେ କାହାରି କୌଣସି କ୍ଷୟକ୍ଷତି ହୋଇନାହିଁ । ଥିଏଟର କର୍ମଚାରୀମାନେ ଫିଲ୍ମ ଦେଖୁଥିବା କିଛି ଲୋକଙ୍କ ସାହାଯ୍ୟରେ ନିଆଁକୁ ଆୟତ୍ତ କରିଥିଲେ।

ଏହା ବି ପଢନ୍ତୁ: Prabhas B'Day: ଫ୍ୟାନ୍ସ ଜାଣିନଥିବେ ପ୍ରଭାସଙ୍କ ସହ ଜଡିତ ଏହି 10ଟି କଥା

ନିକଟରେ ପ୍ରଭାସଙ୍କ ବଡ ବାପା ତଥା ତେଲୁଗୁ ଇଣ୍ଡଷ୍ଟ୍ରିର ରିବେଲ ଷ୍ଟାର କୃଷ୍ଣମ ରାଜୁଙ୍କର ଦେହାନ୍ତ ହୋଇଛି । ପ୍ରଭାସଙ୍କ ଜନ୍ମଦିନ ଅବସରରେ ଏହି ଚଳଚ୍ଚିତ୍ର 'ବିଲ୍ଲା' ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ପ୍ରେକ୍ଷାଳୟରେ ପୁନଃ ମୁକ୍ତିଲାଭ କରିଥିଲା। ରାଜୁଙ୍କ ଦେହାନ୍ତ କାରଣରୁ ଯଦିଓ 'ବାହୁବଳୀ' ଅଭିନେତା ପ୍ରଭାସ ଚଳିତ ବର୍ଷ ତାଙ୍କ ଜନ୍ମଦିନ ପାଳନ କରୁନାହାଁନ୍ତି। 'ବିଲା' ପ୍ରଥମେ 2009ରେ ମୁକ୍ତିଲାଭ କରିଥିଲା। ଏହାକୁ କୃଷ୍ଣମ ରାଜୁଙ୍କ ନିଜସ୍ବ ବ୍ୟାନର 'ଗୋପିକୃଷ୍ଣ ଚଳଚ୍ଚିତ୍ର' ଅଧୀନରେ ନିର୍ମିତ କରାଯାଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.