ETV Bharat / entertainment

Tunisha Postmortem Report: ଗର୍ଭବତୀ ଥିଲେ କି ତୁନିଷା, ସାମ୍ନାକୁ ଆସିଲା ସତ

author img

By

Published : Dec 26, 2022, 10:51 AM IST

ଟେଲି ଅଭିନେତ୍ରୀ ତୁନିଷା ଶର୍ମାଙ୍କ ମୃତ୍ୟୁ ପରେ ସେ ଗର୍ଭବତୀ ଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ସେ ଗର୍ଭବତୀ ଥିବାରୁ ଏପରି ଚରମ ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି । ଏହି ଖବର ଉପରେ ପରଦା ହଟାଇଛି ପୋଲିସ । ସାମ୍ନାକୁ ଆସିଛି ସତ କଣ । ଅଧିକ ପଢନ୍ତୁ

ତୁନିଷା ଶର୍ମା ଆତ୍ମହତ୍ୟା
ତୁନିଷା ଶର୍ମା ଆତ୍ମହତ୍ୟା

ମୁମ୍ବାଇ: ସାମ୍ନାକୁ ଆସି ସାରିଛି ଟିଭି ଅଭିନେତ୍ରୀ ତୁନିଷା ଶର୍ମାଙ୍କ ପୋଷ୍ଟ ମର୍ଟମ ରିପୋର୍ଟ (Sharma post mortem report)। କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା ପୋଷ୍ଟମର୍ଟମ ରିପୋର୍ଟରେ ତାହାର ଖୁଲାସା ହୋଇଛି । ଏହାରି ଭିତରେ ଏକ ଗୁଜବରୁ ମଧ୍ୟ ପରଦା ହଟିଛି । ଚର୍ଚ୍ଚା ହେଉଥିଲା ଅଭିନେତ୍ରୀ ଜୀବନ ହାରିବା ପୂର୍ବରୁ ଗର୍ଭବତୀ ଥିଲେ । କିନ୍ତୁ ସେ ଗର୍ଭବତୀ ନଥିବା ସ୍ପଷ୍ଟ ହୋଇଛି ।

ତୁନିଷା ଗର୍ଭବତୀ ନଥିଲେ

ଅଭିନେତ୍ରୀ ଗର୍ଭବତୀ ଥିବା ଅନୁମାନ କରାଯାଉଥିଲା । ବର୍ତ୍ତମାନ ପୋଷ୍ଟ ମର୍ଟମ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି ଯେ ସେ ଗର୍ଭବତୀ ନଥିଲେ । ରିପୋର୍ଟ ମୁତାବକ, ତୁନିଷା ନିଜ ସୋ’ ‘ଅଲି ବାବା: ଦାସ୍ତାନ-ଏ-କାବୁଲ’ (Ali Baba: Dastaan-E-Kabul)ର ଲିଡ୍‌ ଅଭିନେତା ଶିଜାନ ଖାନଙ୍କ ମେକ୍‌ଅପ ରୁମ୍‌ରେ ଜୀବନ ହାରିଛନ୍ତି । ଏହି ଯୋଡି ‘ଅଲି ବାବା: ଦାସ୍ତାନ-ଏ-କାବୁଲ’ରେ ସହ-କଳାକାର ଥିଲେ । ଏହି ଘଟଣାରେ ତାଙ୍କ ସହ କଳାକାର ଶିଜାନ ଖାନ (Costar Sheezan Khan arrested)ଙ୍କୁ ପୋଲିସ ଗିରଫ କରି 4 ଦିନ ବିଚାର ବିଭାଗୀୟ ହାଜତକୁ ପଠାଇଛି । ଏଥି ସହିତ ତୁନିଷାଙ୍କ ମାଆ ମଧ୍ୟ ତାଙ୍କ ଝିଅର ମୃତ୍ୟୁ ପାଇଁ ଅଭିନେତାଙ୍କୁ ଦାୟୀ କରିଛନ୍ତି । କୁହାଯାଉଛି ଯେ ଉଭୟଙ୍କର 15 ଦିନ ପୂର୍ବରୁ ବ୍ରେକଅପ୍ ହୋଇଥିଲା ।

ଏହା ବି ପଢନ୍ତୁ: Tunisha Sharma Death Case: ଆସିଲା ବ୍ୟବଚ୍ଛେଦ ରିପୋର୍ଟ

ମୃତ୍ୟୁର କାରଣ ଶ୍ବାସରୁଦ୍ଧ

ତୁନିଷାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ, ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଥିଲେ ତୁନିଷା । ଶରୀରରେ କୌଣସି ଆଘାତ ଚିହ୍ନ ନାହିଁ । 4 ରୁ 5 ଡାକ୍ତରଙ୍କ ଏକ ଟିମ୍ ତାଙ୍କର ପୋଷ୍ଟମର୍ଟମ କରିଥିଲେ । ସୂଚନାଯୋଗ୍ୟ, ଶନିବାର ଦିନ ଅପରାହ୍ନ 3 ଟାରେ ସେ ଜୀବନ ହାରିଥିଲେ । ସେଟରୁ ତାଙ୍କର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା ଯେଉଁଥିରେ ସେ ସେଟ୍‌ରେ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଥିଲା ​​।

ଏହା ବି ପଢନ୍ତୁ: TV actress Tunisha Sharma committed suicide: ସୁଟିଂ ସେଟରେ ଅଭିନେତ୍ରୀ ତୁନିଷା ଶର୍ମାଙ୍କ ଆତ୍ମହତ୍ୟା

ଯାଞ୍ଚରେ ସହଯୋଗ କରୁନାହାନ୍ତି ଶିଜାନ ଖାନ

ତୁନିଷା ଶର୍ମାଙ୍କ ଆତ୍ମହତ୍ୟାର ତଦନ୍ତ ପୋଲିସ କରୁଛି । କାରଣ, ତାଙ୍କ ମାଆ ଶିଜାନ ଖାନଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ପୋଲିସର ସୂଚନାନୁସାରେ, ବ୍ରେକଅପ୍ ପରେ ଅଭିନେତ୍ରୀ ଡିପ୍ରେସନକୁ ଚାଲିଯାଇଥିଲେ, ଯେଉଁଥିପାଇଁ ସେ ଏପରି କଠୋର ପଦକ୍ଷେପ ନେଇଥିଲେ । ପଚରାଉଚରା ବେଳେ ଯେତେବେଳେ ତୁନିଷାଙ୍କ ସହ ବ୍ରେକଅପ୍ ଏବଂ ଝଗଡା ବିଷୟରେ ପଚରାଯାଇଥିଲା, ସେତେବେଳେ ଶିଜାନ ତାଙ୍କ ବୟାନ ପରିବର୍ତ୍ତନ କରିଥିଲେ । ତେବେ ତଦନ୍ତରେ ଶିଜାନ ସହଯୋଗ କରୁନାହାଁନ୍ତି ବୋଲି ପୋଲିସ କହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.