ETV Bharat / entertainment

Dadasaheb Phalke Award: ସମ୍ମାନିତ ହେବେ ଭେଟେରାନ ଅଭିନେତ୍ରୀ ୱାହିଦା ରେହମାନ

ଭେଟେରାନ ଅଭିନେତ୍ରୀ ୱାହିଦା ରେହମାନଙ୍କୁ ଚଳିତ ବର୍ଷ ସମ୍ମାନଜନକ ‘ଦାଦାସାହେବ ଫାଲକେ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ’ରେ ସମ୍ମାନିତ କରାଯିବ। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଟୁଇଟ୍ କରି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ୱାହିଦା ରେହମାନ
ୱାହିଦା ରେହମାନ
author img

By ETV Bharat Odisha Team

Published : Sep 26, 2023, 1:45 PM IST

Updated : Sep 26, 2023, 2:00 PM IST

ହାଇଦ୍ରାବାଦ: ବର୍ଷିୟାନ ଅଭିନେତ୍ରୀ ୱାହିଦା ରେହମାନ ଭାରତୀୟ ସିନେମାର ସବୁଠାରୁ ବଡ ପୁରସ୍କାର 'ଦାଦାସାହେବ ଫାଲକେ ପୁରସ୍କାର' ପାଇବାକୁ ଯାଉଛନ୍ତି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ୱାହିଦା ରେହମାନ 60-70 ଦଶକରେ ସିନେମା ଜଗତରେ ରାଜ୍‌ କରୁଥିଲେ। ତାଙ୍କର ଦମଦାର ଅଭିନୟ, ନୃତ୍ୟ ଏବଂ ସୌନ୍ଦର୍ଯ୍ୟର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି । ପ୍ରଶଂସକମାନେ ୱାହିଦା ରେହମାନ ଏବଂ ଦେବ ଆନନ୍ଦଙ୍କ ଯୋଡିକୁ ବହୁତ ଭଲ ପାଉଥିଲେ । 'ସିଆଇଡି' ରୁ 'ଗାଇଡ୍' ପର୍ଯ୍ୟନ୍ତ ଦୁହେଁ ଏକାଠି ଅନେକ ମହାନ ଚଳଚ୍ଚିତ୍ର କରିଛନ୍ତି ।

  • "I feel an immense sense of happiness and honour in announcing that Waheeda Rehman ji is being bestowed with the prestigious Dadasaheb Phalke Lifetime Achievement Award this year for her stellar contribution to Indian Cinema," says Union I&B Minister Anurag Thakur. pic.twitter.com/IGGGgp6tXM

    — ANI (@ANI) September 26, 2023 " class="align-text-top noRightClick twitterSection" data=" ">

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଲେଖିଛନ୍ତି, ଭାରତୀୟ ସିନେମାରେ ଉଲ୍ଲେଖନୀୟ ଅବଦାନ ପାଇଁ ୱହିଦା ରେହମାନ ଜୀଙ୍କୁ ସମ୍ମାନଜନକ ଦାଦାସାହେବ ଫାଲକେ ଲାଇଫ ଟାଇମ୍ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯିବ ଘୋଷଣା କରି ମୁଁ ଅତ୍ୟନ୍ତ ଆନନ୍ଦିତ ଏବଂ ଗର୍ବିତ ଅନୁଭବ କରୁଛି ।' ଉଲ୍ଲେଖନୀୟ ଯେ, ୱାହିଦା ରେହମାନଙ୍କୁ ଜାତୀୟ ପୁରସ୍କାର, ଦୁଇଥର ଫିଲ୍ମଫେୟାର ପୁରସ୍କାର, ପଦ୍ମଶ୍ରୀ ଏବଂ ପଦ୍ମଭୂଷଣ ଭଳି ପୁରସ୍କାର ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: Dada Saheb Phalke Award: ଆଶା ପାରେଖଙ୍କୁ ମିଳିବ ଦାଦାସାହେବ ଫାଲକେ ପୁରସ୍କାର

ୱାହିଦା ରେହମାନ ତେଲୁଗୁ ଚଳଚ୍ଚିତ୍ର ‘ରୋଜୁଲୁ ମାରାୟି’ରୁ ତାଙ୍କ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହାପରେ ସେ ଆଉ ପଛକୁ ଫେରି ଚାହିଁନଥିଲେ । ସେ ଚଳଚ୍ଚିତ୍ରରେ ଅଧିକ ଆଇଟମ୍ ନମ୍ବର କରୁଥିଲେ । ଦିନେ ଗୁରୁଦତ୍ତଙ୍କ ଆଖି ୱାହିଦା ରେହମାନଙ୍କ ଉପରେ ପଡିଥିଲା ଏବଂ ତାଙ୍କ ଭାଗ୍ୟ ବଦଳିଗଲା । ଗୁରୁଦତ୍ତ ହିଁ ୱାହିଦା ରେହମାନଙ୍କୁ ହିନ୍ଦୀ ଚଳଚ୍ଚିତ୍ର ଜଗତକୁ ଆଣିଥିଲେ । ୱାହିଦା ରେହମାନ ସିଆଇଡି ଚଳଚ୍ଚିତ୍ରରେ ଦେବାନନ୍ଦଙ୍କ ସହ ଡେବ୍ୟୁ କରିଥିଲେ ଏବଂ ପରେ ପ୍ୟାସା, କାଗଜ କେ ଫୁଲ, ଗାଇଡ୍, ନୀଲ କମଲ, ତିସ୍‌ରୀ କସମ, ରଙ୍ଗ ଦେ ବସନ୍ତୀ ଏବଂ ରାମ ଔର ଶ୍ୟାମ ଭଳି ସୁପରହିଟ୍ ଚଳଚ୍ଚିତ୍ର କରିଥିଲେ। ଏହା ସହିତ ସେ ଅନେକ ଲୋକପ୍ରିୟ ବଲିଉଡ ଚଳଚ୍ଚିତ୍ରରେ ତାଙ୍କର ଦକ୍ଷ ଅଭିନୟ ସହିତ ପ୍ରଶଂସକଙ୍କୁ ନିଜର କରି ପାରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଲାଗୁଛି ସବୁ ଆଶା ପୂରା ହୋଇଗଲା, ଆୱାର୍ଡ ପାଇବା ପରେ କହିଲେ ଆଶା ପାରେଖ

ୱାହିଦା ରେହମାନ ୩ ଫେବୃଆରୀ ୧୯୩୮ ମସିହାରେ ଭାରତର ତାମିଲନାଡୁରେ ଜନ୍ମଗ୍ରହଣ କରିଥିଲେ। ୮୫ ବର୍ଷିୟା ୱାହିଦା ରେହମାନ ହିନ୍ଦୀ ଚଳଚ୍ଚିତ୍ର ବ୍ୟତୀତ ତାମିଲ, ତେଲୁଗୁ, ମାଲାୟାଲମ ଏବଂ ବଙ୍ଗାଳୀ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି ।

Last Updated : Sep 26, 2023, 2:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.