ETV Bharat / entertainment

Viral Alert ! ଜବାନର ପ୍ରି-ରିଲିଜ ଇଭେଣ୍ଟ ପୂର୍ବରୁ ବୈଷ୍ଣୋ ଦେବୀଙ୍କ ଶରଣରେ ଶାହାରୁଖ ଖାନ

author img

By ETV Bharat Odisha Team

Published : Aug 30, 2023, 2:01 PM IST

ଶାହାରୁଖ ଖାନ ଫିଲ୍ମ ପଠାନ ପାଇଁ ବୈଷ୍ଣୋ ଦେବୀଙ୍କ ମନ୍ଦିର ପରିଦର୍ଶନ କରିଥିଲେ । ଠିକ ସେହିପରି ବର୍ତ୍ତମାନ ଫିଲ୍ମ ଜବାନ ପାଇଁ ପୁଣି ବୈଷ୍ଣୋ ଦେବୀଙ୍କ ଦର୍ଶନ କରିଛନ୍ତି ଅଭିନେତା । ସୋସିଆଲ ମିଡିଆରେ ଅଭିନେତାଙ୍କ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

ଜବାନର ପ୍ରି-ରିଲିଜ ଇଭେଣ୍ଟ ପୂର୍ବରୁ ବୈଷ୍ଣୋ ଦେବୀଙ୍କ ଦର୍ଶନ କଲେ ଶାହାରୁଖ, ଭିଡିଓ ଭାଇରାଲ

ହାଇଦ୍ରାବାଦ: ବଲିଉଡ କିଙ୍ଗଖାନ ଆଜିକାଲି ନିଜ ଆଗାମୀ ଫିଲ୍ମ ଜବାନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏହି ଫିଲ୍ମ ସେପ୍ଟେମ୍ବର 7ରେ ରିଲିଜ ହେବାକୁ ଥିବା ବେଳେ ଚେନ୍ନାଇରେ ଆଜି ପ୍ରି-ରିଲିଜ ଇଭେଣ୍ଟ ହେବାକୁ ଯାଉଛି । ଏହାରି ମଧ୍ୟରେ ଶାହାରୁଖ ବର୍ତ୍ତମାନ ବୈଷ୍ଣୋ ଦେବୀଙ୍କ ମନ୍ଦିର ପରିଦର୍ଶନ କରିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

କୁହାଯାଉଛି ଯେ, ମଙ୍ଗଳବାର ଦିନ ଶାହାରୁଖ ଖାନ ଶାମ ତାରାକୋଟ ରୁଟରେ କତ୍ରା ପହଞ୍ଚିଥିଲେ । ଭାଇରାଲ ଭିଡିଓରେ ଶାହାରୁଖଙ୍କୁ ବ୍ଲୁ ଜ୍ୟାକେଟରେ ନଜର ଆସିଥିବା ବେଳେ ନିଜ ଚେହେରା ଲୁଚାଇଥିବାର ଦେଖିବାକୁ ମିଳିଛି । ଏଥିସହ ଏହି ଭିଡିଓରେ ଶାହାରୁଖଙ୍କ ଆଖପାଖରେ ବୈଷ୍ଣୋ ଦେବୀ ମନ୍ଦିର ବୋର୍ଡର ଅଧିକାରୀ, କିଛି ପୋଲିସ ଅଧିକାରୀ ଏବଂ ସୁପରଷ୍ଟାରଙ୍କ ସିକ୍ୟୁରିଟି ଗାର୍ଜ ମଧ୍ୟ ନଜର ଆସିଛନ୍ତି ।

ଚଳିତବର୍ଷର ଶାହାରୁଖ ଖାନଙ୍କ ପ୍ରଥମ ଫିଲ୍ମ ପଠାନ ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କରିଥିଲା । ଏହା ପରେ ବର୍ତ୍ତମାନ ଅଭିନେତା ଏହି ବର୍ଷର 2ୟ ଫିଲ୍ମ ଜବାନ ସହ ପୁଣି ଧମାକା କରିବାକୁ ପ୍ରସ୍ତୁତ ଅଛନ୍ତି । ପୂର୍ବରୁ ପଠାନ ପାଇଁ ବୈଷ୍ଣୋ ଦେବୀଙ୍କ ଦର୍ଶନ କରିଥିଲେ ଅଭିନେତା । ଯାହା ବ୍ଲକବ୍ଲାଷ୍ଟର ହୋଇଥିଲା । ବର୍ତ୍ତମାନ ଜବାନ ପାଇଁ ପ୍ରାର୍ଥନା କରିବାକୁ ବୈଷ୍ଣୋ ଦେବୀଙ୍କ ଦର୍ଶନ କରିଛନ୍ତି ଶାହାରୁଖ । ପଠାନ ରିଲିଜର ଏକ ମାସ ପୂର୍ବରୁ ଅଭିନେତା ମନ୍ଦିର ଦର୍ଶନ କରିଥିଲେ । ଆଉ ଏବେ ଜବାନ ରିଲିଜର 9 ଦିନ ପୂର୍ବରୁ ମା'ଙ୍କ ଦର୍ଶନ କରିଛନ୍ତି ଅଭିନେତା । ଗତ 9 ମାସ ମଧ୍ୟରେ ଶାହାରୁଖଙ୍କ ଏହା 2ୟ ଗସ୍ତ ।

ସୂଚନା ଥାଉ କି, ଆଜି (ଅଗଷ୍ଟ 30) ଚେନ୍ନାଇରେ ଫିଲ୍ମ ଜବାନ ପାଇଁ ଏକ ପ୍ରି-ରିଲିଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ, ଯେଉଁଥିରେ ଶାହାରୁଖ ଖାନ, ନୟନତାରା, ବିଜୟ ସେତୁପତି ଏବଂ ଫିଲ୍ମର ନିର୍ଦ୍ଦେଶକ ଅଟଲେ ମଧ୍ୟ ଉପସ୍ଥିତ ରହିବେ । ଏହି କାର୍ଯ୍ୟକ୍ରମ ଚେନ୍ନାଇର ଶ୍ରୀ ସାଇରାମ ଇଞ୍ଜିନିୟରିଂ କଲେଜରେ ଅନୁଷ୍ଠିତ ହେବ । କୁହାଯାଉଛି ଯେ ଏହି କାର୍ଯ୍ୟକ୍ରମରେ ହଜାର ହଜାର ଛାତ୍ର ଏବଂ ଶାହାରୁଖଙ୍କ ପ୍ରଶଂସକଙ୍କ ଉପସ୍ଥିତି ରହିବେ ।

ଏହା ମଧ୍ୟ ପଢନ୍ତୁ: ଜବାନ ପାଇଁ ପ୍ରଥମ ଥର ମଇଦାନକୁ ଓହ୍ଲାଇବେ କିଙ୍ଗ୍‌ ଖାନ୍‌, ଚେନ୍ନାଇରେ ହେବ ମେଗା ଇଭେଣ୍ଟ

ଜବାନ୍ ଅଟଲିଙ୍କ ଦ୍ୱାରା ନିର୍ଦ୍ଦେଶିତ, ଗୌରୀ ଖାନଙ୍କ ଦ୍ବାରା ନିର୍ମିତ ଏବଂ ଗୌରବ ବର୍ମାଙ୍କ ଦ୍ବାରା ସହ ପ୍ରଯୋଜିତ । ଏହି ଚଳଚ୍ଚିତ୍ରଟି ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ସେପ୍ଟେମ୍ବର 7ରେ ମୁକ୍ତିଲାଭ କରିବ । ଜବାନରେ ଶାହାରୁଖ ଖାନଙ୍କ ସମେତ ସାଉଥ ଲୋକପ୍ରିୟ ଅଭିନେତ୍ରୀ ନୟନତାରା ଓ ବିଜୟ ସେତୁପତି ଏବଂ ସଞ୍ଜୟ ଦତ୍ତମୁଖ୍ୟ ଭୂମିକାରେ ନଜର ଆସିବେ । ଦୀପିକା ପାଦୁକୋନ ଏଥିରେ କେମିଓ ରୋଲରେ ନଜର ଆସିବେ । ଏହା ଏକ ଆକ୍ସନ୍-ଡ୍ରାମା ଫିଲ୍ମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.