ETV Bharat / entertainment

ବାପା ହେବେ ବିକ୍ରାନ୍ତ ମେସି, ଗର୍ଭବତୀ ଅଛନ୍ତି ପତ୍ନୀ ଶୀତଲ ଠାକୁର !

author img

By ETV Bharat Odisha Team

Published : Sep 19, 2023, 12:25 PM IST

ବଲିଉଡ ଅଭିନେତା ବିକ୍ରାନ୍ତ ମେସି ବାପା ହେବାକୁ ଯାଉଛନ୍ତି । ତାଙ୍କ ପତ୍ନୀ ଶୀତଲ ଠାକୁର ଗର୍ଭବତୀ ଥିବା ଖବର ଆସିଛି । 14 ଫେବୃଆରୀ 2022ରେ ଏହି ଦମ୍ପତି ବିବାହ କରିଥିଲେ । ଅଧିକ ପଢ଼ନ୍ତୁ

ବାପା ହେବେ ବିକ୍ରାନ୍ତ ମେସି
ବାପା ହେବେ ବିକ୍ରାନ୍ତ ମେସି

ହାଇଦ୍ରାବାଦ: ଟିଭି ଜଗତରୁ ଅଭିନୟ ଯାତ୍ରା ଆରମ୍ଭ କରିଥିବା ବିକ୍ରାନ୍ତ ମେସି ହେଉଛନ୍ତି OTT ଜଗତର ବାଦଶାହା । ସେ ଦୀପିକା ପାଦୁକୋନଙ୍କଠୁ ନେଇ ରଣବୀର ସିଂଙ୍କ ଭଳି ବଡ଼ ବଡ଼ ସେଲିବ୍ରିଟିଙ୍କ ସ୍କ୍ରିନ୍‌ ସେୟାର କରିଛନ୍ତି । ଯଦିଓ ସେ ୱେବ୍ ସିରିଜ୍ ମିର୍ଜାପୁର ପାଇଁ OTT ଦୁନିଆରେ ପ୍ରସିଦ୍ଧ । ଫ୍ୟାନ୍ସଙ୍କ ଦିଲ୍‌ରେ ରାଜ କରୁଥିବା ବିକ୍ରାନ୍ତଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର ଆସିଛି । ବିକ୍ରାନ୍ତ ଖୁବଶୀଘ୍ର ବାପା ହେବାକୁ ଯାଉଥିବା ଖବର ଆସିଛି ।

ଏକ ରିପୋର୍ଟ ଅନୁଯାୟୀ, ବିକ୍ରାନ୍ତ ମେସି-ଶୀତଲ ଠାକୁର ବର୍ତ୍ତମାନ ଦୁଇରୁ ତିନି ହେବାକୁ ଯାଉଛନ୍ତି । ଏହି ଦମ୍ପତି ସେମାନଙ୍କର ପ୍ରଥମ ସନ୍ତାନର ବାପାମାଆ ହେବାକୁ ଯାଉଛନ୍ତି । ଏଭଳି ସ୍ଥିତିରେ ଅଭିନେତାଙ୍କ ପରିବାରର ଏକ ସୂତ୍ରରୁ ପ୍ରକାଶ ଯେ, ବିକ୍ରାନ୍ତ ଏବଂ ଶୀତଲ ସେମାନଙ୍କ ଆଗାମୀ ନୂଆ ଯାତ୍ରାକୁ ନେଇ ବହୁତ ଉତ୍ସାହିତ ଅଛନ୍ତି । ସେମାନଙ୍କ ଜୀବନରେ ଆସୁଥିବା ନୂଆ ପର୍ଯ୍ୟାୟରେ ଉଭୟ ବହୁତ ଖୁସି ଅଛନ୍ତି । ଦମ୍ପତିଙ୍କ ବ୍ୟତୀତ ସେମାନଙ୍କ ପରିବାର ମଧ୍ୟ ବହୁତ ଖୁସି ଅଛନ୍ତି । ତେବେ ବିକ୍ରାନ୍ତ ମେସି କିମ୍ବା ତାଙ୍କ ପରିବାର ଏପର୍ଯ୍ୟନ୍ତ କୌଣସି ଅଧିକାରିକ ସୂଚନା ସେୟାର କରିନାହାଁନ୍ତି ।

ଉଲ୍ଲେଖନୀୟ ଯେ, ବିକ୍ରାନ୍ତ ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ଶୀତଲଙ୍କୁ 2022 ମସିହାରେ ବିବାହ କରିଥିଲେ । ଏହି ଦମ୍ପତିଙ୍କ ବିବାହ ଫଟୋକୁ ସେମାନଙ୍କ ପ୍ରଶଂସକମାନେ ବହୁତ ପସନ୍ଦ କରିଥିଲେ । କହିବାକୁ ଗଲେ, ଶୀତଲ-ବିକ୍ରାନ୍ତ ପ୍ରଥମ ଥର ପାଇଁ ୱେବ୍ ଶୋ 'ବ୍ରୋକନ୍‌ ବଟ୍‌ ବ୍ୟୁଟିଫୁଲ' ସେଟ୍‌ରେ ପରସ୍ପରକୁ ଭେଟିଥିଲେ । ଏହି ସେଟରେ ଦୁହେଁ ପ୍ରେମରେ ପଡିଥିଲେ । ବିବାହ ପରେ ବିକ୍ରାନ୍ତ ପ୍ରାୟତଃ ନିଜ ପତ୍ନୀଙ୍କର ପ୍ରଶଂସା କରିଥାଆନ୍ତି ।

ଏହା ମଧ୍ୟ ପଢନ୍ତୁ: 12th Fail: ଦମଦାର ଟିଜର ରିଲିଜ, IAS ହେବାର ସ୍ବପ୍ନକୁ ଉତ୍ସାହିତ କରିବ ଫିଲ୍ମ

ବିକ୍ରାନ୍ତ ମେସିଙ୍କ ଆଗାମୀ ଚଳଚ୍ଚିତ୍ର ଏବଂ ୱେବ୍ ସିରିଜ୍:

ବର୍ତ୍ତମାନ କାର୍ଯ୍ୟ ବିଷୟରେ କହିବାକୁ ଗଲେ, ବିକ୍ରାନ୍ତ ମେସିଙ୍କ ହାତରେ ଅନେକ ଆକର୍ଷଣୀୟ ପ୍ରୋଜେକ୍ଟ ରହିଛି, ଯେଉଁଥିରେ ସେ ତାଙ୍କର ଚମତ୍କାର ଅଭିନୟ ସହିତ ପୁଣି ଥରେ ଦର୍ଶକଙ୍କ ହୃଦୟ ଜିତିବାକୁ ଯାଉଛନ୍ତି । ଖୁବ୍ ଶୀଘ୍ର ତାଙ୍କୁ ବିଦୁ ବିନୋଦ ଚୋପ୍ରାଙ୍କ '12th ଫେଲ୍‌', ଆଦିତ୍ୟ ନିମ୍ବଲକରଙ୍କ 'ସେକ୍ଟର 36', ତାପସୀ ପନ୍ନୁଙ୍କ 'ଫିର୍‌ ଆଇ ହସିନ୍ ଦିଲରୁବା' ଏବଂ ଦେବଙ୍ଗ ଭାବସାରଙ୍କ 'ବ୍ଲାକଆଉଟ୍'ରେ ମୋନି ରୟଙ୍କ ସହ ତାଙ୍କୁ ଦେଖିବାକୁ ମିଳିବ। ଏହା ସହିତ ସେ ବୋଧାୟନ୍ ରୟ ଚୌଧୁରୀଙ୍କ 'ଏକ ପ୍ରେମ କାହାନି'ରେ ରାଶି ଖାନ୍ନାଙ୍କ ସହ ଅଭିନୟ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.