ହାଇଦ୍ରାବାଦ: ହ୍ରିତିକ ରୋଶନ (Hrithik Roshan) ଏବଂ ସୈଫ ଅଲି ଖାନ (Saif Ali Khan)ଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର ଅଛି । ବୁଧବାର (ଅଗଷ୍ଟ 24) ରେ 'ବିକ୍ରମ ବେଦା' ଚଳଚ୍ଚିତ୍ରର ଟିଜର (Vikram Vedha teaser) ରିଲିଜ ହୋଇଛି । ଟିଜରରେ ଉଭୟ ଷ୍ଟାର ଦମଦାର ଲୁକ୍ରେ ନଜର ଆସିଛନ୍ତି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ପୁଷ୍କର ଏବଂ ଗାୟତ୍ରୀ ଦେଇଛନ୍ତି । ଏହା ହେଉଛି ତାମିଲ ଚଳଚ୍ଚିତ୍ର ବିକ୍ରମ ବେଦାର ହିନ୍ଦୀ ରିମେକ୍ । ଏହାପୂର୍ବରୁ ହ୍ରିତିକ ଫିଲ୍ମର ସେଟରୁ ଶାନଦାର ଫଟୋ ମଧ୍ୟ ସେୟାର କରିଥିଲେ। ଏହି ଚଳଚ୍ଚିତ୍ରରେ ରାଧିକା ଆପ୍ଟେ ମଧ୍ୟ ଏକ ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି ।
- " class="align-text-top noRightClick twitterSection" data="">
1.54 ମିନିଟର ଟିଜରରେ ହ୍ରିତିକ ରୋଶନଙ୍କ ଭୟଙ୍କର ରୂପ ଏବଂ ସୈଫ ଅଲି ଖାନଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳୁଛି । ଟିଜରରେ ହ୍ରିତିକ ଏବଂ ସୈଫ ଅଲି ଖାନଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳୁଛି । ଏହାପୂର୍ବରୁ ହ୍ରିତିକ ଏବଂ ସୈଫଙ୍କ ସହ କାମ କରିବାର ଅଭିଜ୍ଞତା ବିଷୟରେ ନିର୍ଦ୍ଦେଶକ ପୁଷ୍କର ଏବଂ ଗାୟତ୍ରୀ କହିଥିଲେ ଯେ, ସୁପରଷ୍ଟାର ହ୍ରିତିକ ଏବଂ ସୈଫଙ୍କ ସହ ସୁଟିଂ କରିବାର ଅନୁଭୂତି ବେଶ୍ ଭଲ ରହିଛି । ଆମର ସୁପର ଟ୍ୟାଲେଣ୍ଟଟେଡ କ୍ରୁଙ୍କ ସହ କାମ କରିବା ବି ଶାନଦାର ଥିଲା ଏଥିସହିତ ସ୍କ୍ରିପ୍ଟରେ ଆମେ ଯାହା ଭାବିଥିଲୁ ତାହା କରିପାରିଛୁ।
ସେ ଆହୁରି ମଧ୍ୟ କହିଛନ୍ତି, 'ବର୍ତ୍ତମାନ ଆମ ଚଳଚ୍ଚିତ୍ର ଦର୍ଶକଙ୍କୁ ଦେଖାଇବା ପାଇଁ ଆଉ ଅପେକ୍ଷା କରିପାରିବୁନାହୁଁ । ଏଥି ସହିତ ହ୍ରିତିକ ରୋଶନ ତିନି ବର୍ଷ ପରେ ବଡ ପରଦାରେ ଫେରୁଛନ୍ତି । ଏନେଇ ହ୍ରିତିକ କହିଛନ୍ତି, 'ବେଦାଙ୍କ ଚରିତ୍ର ଏବଂ ଏହା ଉପରେ ମୋର କାମ ଅନ୍ୟମାନଙ୍କଠାରୁ ଭିନ୍ନ, କାରଣ ମୋତେ ହିରୋ ହେବାର ଇମେଜକୁ ଭାଙ୍ଗିବାକୁ ପଡିବ ଏବଂ ଅଭିନୟର ପରବର୍ତ୍ତୀ ପର୍ଯ୍ୟାୟରେ ପାଦ ରଖିବାକୁ ପଡିବ ।' ହ୍ରିତିକ ଆହୁରି ଲେଖିଛନ୍ତି ଯେ ସେ ଫିଲ୍ମରେ ସୈଫ ଅଲି ଖାନଙ୍କ ସମେତ ସମସ୍ତ କଳାକାରଙ୍କ ସହ କାମ କରିବାର ଏକ ନୂତନ ଅଭିଜ୍ଞତା ପାଇଛନ୍ତି । ଏହି ଚଳଚ୍ଚିତ୍ର ଚଳିତ ବର୍ଷ 30 ସେପ୍ଟେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଛି ।